କ୍ରିକେଟରୁ ଅବସର ନେଲେ ଦୀନେଶ କାର୍ତ୍ତିକ
ଚେନ୍ନାଇ,୧।୬: ଟିମ୍ ଇଣ୍ଡିଆର ଭେଟେରାନ୍ ୱିକେଟ୍ କିପର ବ୍ୟାଟର ଦୀନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି। ଶନିବାର କାର୍ତ୍ତିକ ସୋସିଆଲ ମିଡିଆ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ପ୍ରଶଂସକ ଏବଂ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଇପିଏଲ ପୂର୍ବରୁ ଅବସର ନେଇସାରିଛନ୍ତି। ସେ ଏହି ସିଜନରେ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର […] The post କ୍ରିକେଟରୁ ଅବସର ନେଲେ ଦୀନେଶ କାର୍ତ୍ତିକ appeared first on Dharitri Odia News.
ଚେନ୍ନାଇ,୧।୬: ଟିମ୍ ଇଣ୍ଡିଆର ଭେଟେରାନ୍ ୱିକେଟ୍ କିପର ବ୍ୟାଟର ଦୀନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି। ଶନିବାର କାର୍ତ୍ତିକ ସୋସିଆଲ ମିଡିଆ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ପ୍ରଶଂସକ ଏବଂ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଆଇପିଏଲ ପୂର୍ବରୁ ଅବସର ନେଇସାରିଛନ୍ତି। ସେ ଏହି ସିଜନରେ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଭିଜ୍ଞ ୱିକେଟ୍ କିପର ବ୍ୟାଟର ଦୀନେଶ କାର୍ତ୍ତିକ ଆଇପିଏଲ୍ ୨୦୨୪ ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲେ। ଏହା ପରେ ବେଙ୍ଗାଲୁରୁର ଖେଳାଳିମାନେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ବିରାଟ କୋହଲିଙ୍କ ସମେତ ଅନ୍ୟ ଖେଳାଳିମାନେ ତାଙ୍କୁ ଆଲିଙ୍ଗନ କରି ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଗତ ସିଜିନରେ ସେ ୧୮୭.୩୫ ର ଷ୍ଟ୍ରାଇକ୍ ହାରରେ ୧୫ ମ୍ୟାଚ୍ ରେ ୧୭୪ ରନ୍ ସ୍କୋର କରିଥିଲେ। ଏଥିରେ ତାଙ୍କ ବ୍ୟାଟରୁ ଦୁଇ ଅର୍ଦ୍ଧଶତକ ଆସିଥିଲା।
It’s official
![]()
Thanks
DKpic.twitter.com/NGVnxAJMQ3
— DK (@DineshKarthik) June 1, 2024
ମହେନ୍ଦ୍ର ସିଂ ଧୋନିଙ୍କ ତିନି ମାସ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା କାର୍ତ୍ତିକଙ୍କୁ ୨୦୦୭ ବିଶ୍ୱକପ ଦଳରେ ସାମିଲ କରାଯାଇଥିଲା କିନ୍ତୁ ସେ ଗୋଟିଏ ମ୍ୟାଚର ଏକାଦଶ ଖେଳିବାରେ ସ୍ଥାନ ପାଇନଥିଲେ। ସେହିବର୍ଷ ତାଙ୍କୁ ଧୋନିଙ୍କ ବ୍ୟାକ୍ ଅପ୍ ଭାବରେ ଦଳକୁ ନିଆଯାଇଥିଲା। ଏହା ପରେ, ସେ ୨୦୧୧ ଏବଂ ୨୦୧୫ ବିଶ୍ୱକପ୍ ପାଇଁ ଦଳରେ ପ୍ରବେଶ କରିପାରି ନଥିଲେ ଏବଂ ପୁଣି ଥରେ ବିଶ୍ୱକପ୍ ଖେଳିବାକୁ ବଞ୍ଚିତ ହୋଇଥିଲେ।
କାର୍ତ୍ତିକ ୨୬ ଟି ଟେଷ୍ଟ ମ୍ୟାଚରେ ୧୦୨୫ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ସେ ୯୪ ଟି ଦିନିକିଆ ମ୍ୟାଚରେ ୧୭୫୨ ରନ୍ ସ୍କୋର କରିଥିଲେ। ଏଥି ସହିତ, ୬୦ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ସେ ୧୪୨.୬୧ ଷ୍ଟ୍ରାଇକ ହାରରେ ୬୮୬ ରନ୍ ସ୍କୋର କରିଥିଲେ। ଟେଷ୍ଟ ବ୍ୟତୀତ କ୍ରିକେଟର କୌଣସି ଫର୍ମାଟରେ ତାଙ୍କର କୌଣସି ଶତକ ନାହିଁ।
The post କ୍ରିକେଟରୁ ଅବସର ନେଲେ ଦୀନେଶ କାର୍ତ୍ତିକ appeared first on Dharitri Odia News.