କ୍ଷେତରେ ଧାନ ରୋଇଲେ ଛାତ୍ରୀଛାତ୍ର

ବରଗଡ଼,୨୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଗ୍ରୁପ ଅଧୀନ ବିକାଶ ଆବାସିକ ବିଦ୍ୟାଳୟର ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ର ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦କୁ ଅନୁଧ୍ୟାନ କରି ଗୁରୁବାର ଏକ ନିଆରା କାର୍ଯ୍ୟକ୍ରମ କରିଛନ୍ତି। ବିଦ୍ୟାଳୟର ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଚାଷୀବେଶରେ ସଜ୍ଜିତ ହୋଇ ଧାନ(ପହ୍ଲା) ରୋପଣ କରିଥିଲେ। କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଦାଶରୀ ମୂରଲୀ କ୍ରୀଷ୍ଣାଙ୍କ ମାର୍ଗଦର୍ଶନରେ ଛାତ୍ରୀଛାତ୍ର କୃଷିକ୍ଷେତ୍ରକୁ ଯାଇ କରିଥିବା ଏଭଳି ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। […] The post କ୍ଷେତରେ ଧାନ ରୋଇଲେ ଛାତ୍ରୀଛାତ୍ର appeared first on Dharitri Odia News.

କ୍ଷେତରେ ଧାନ ରୋଇଲେ ଛାତ୍ରୀଛାତ୍ର

ବରଗଡ଼,୨୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଗ୍ରୁପ ଅଧୀନ ବିକାଶ ଆବାସିକ ବିଦ୍ୟାଳୟର ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ର ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦କୁ ଅନୁଧ୍ୟାନ କରି ଗୁରୁବାର ଏକ ନିଆରା କାର୍ଯ୍ୟକ୍ରମ କରିଛନ୍ତି। ବିଦ୍ୟାଳୟର ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଚାଷୀବେଶରେ ସଜ୍ଜିତ ହୋଇ ଧାନ(ପହ୍ଲା) ରୋପଣ କରିଥିଲେ। କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଦାଶରୀ ମୂରଲୀ କ୍ରୀଷ୍ଣାଙ୍କ ମାର୍ଗଦର୍ଶନରେ ଛାତ୍ରୀଛାତ୍ର କୃଷିକ୍ଷେତ୍ରକୁ ଯାଇ କରିଥିବା ଏଭଳି ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ଛାତ୍ରୀଛାତ୍ର ଏହି ନିଆରା କାର୍ଯ୍ୟକ୍ରମରେ ସେମାନଙ୍କ ପ୍ରତ୍ୟକ୍ଷ ଅନୁଭୂତି ଅନୁଭବ କରିଥିଲେ। କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ କ୍ରୀଷ୍ଣା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ କୃଷକମାନଙ୍କ ଜୀବନ, ଜୀବିକା ଉପରେ ବଖାଣିବା ସହିତ ଦେଶର ଖାଦ୍ୟ, ପେୟ, ସଂସ୍କୃତିକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ।

The post କ୍ଷେତରେ ଧାନ ରୋଇଲେ ଛାତ୍ରୀଛାତ୍ର appeared first on Dharitri Odia News.