କ୍ୟାବିନେଟ୍ରୁ ଶାହଙ୍କୁ ବରଖାସ୍ତ କରିବାକୁ ଦାବି । ମୋଦୀଙ୍କୁ ଖଡ଼୍ଗେଙ୍କ ଅଲ୍ଟିମେଟମ୍
କନକ ବ୍ୟୁରୋ : ସଂସଦରେ ଆମ୍ୱେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀ ପରେ ତାଙ୍କୁ କ୍ୟାବିନେଟ୍ରୁ ବରଖାସ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେ । କହିଛନ୍ତି ଏଭଳି ନେତାଙ୍କୁ ସଂସଦରେ ରହିବାର କୌଣସି ଅଧିକାର ନାହିଁ । ଗତ ମଙ୍ଗଳବାର ସଂସଦରେ ବିବୃତ୍ତି ରଖିବାକୁ ବାବା ସାହେବ ଆମ୍ୱେଦକରଙ୍କ ବିଷୟରେ ଆଲୋଚନା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଏହାକୁ ନେଇ ଏବେ ବିରୋଧୀ ତାଙ୍କୁ ଘନଘନ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ଅମିତ ଶାହ କହିଥିଲେ, “ଏବେ ଗୋଟିଏ ଫ୍ୟାସନ ହୋଇଗଲାଣି । ଆମ୍ୱେଦକର୍ଟ୍ଟ ଆମ୍ୱେଦକର୍ଟ୍ଟ ଏତେ ଥର ଯଦି ଭଗବାନଙ୍କ ନାମ ଜପି ଥାଆନ୍ତେ, ତେବେ ୭ ଜନ୍ମ ପର୍ୟ୍ୟନ୍ତ ସ୍ବର୍ଗ ପ୍ରାପ୍ତି ହୋଇ ଥାଆନ୍ତା ।” ଏଭଳି ବୟାନ ପରେ ବିରୋଧୀ ତାତିଥିବା ବେଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ବୟାନଙ୍କୁ ଭୁଲ୍ ଅର୍ଥରେ ନେଉଛନ୍ତି ବିରୋଧୀ ନେତା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେ ଏକ ପ୍ରେସ୍ କନ୍ଫରେନ୍ସ କହିଛନ୍ତି, “ସଂସଦରେ ଅମିତ ଶାହ ଯେଉଁଭଳି ବୟାନ ରଖିଛନ୍ତି ତାହା ନିନ୍ଦନୀୟ । ବାଧ୍ୟ ହୋଇ ମୋତେ କହିବକୁ ପଡ଼ୁଛି ଯେ, ଏମାନେ ସମ୍ୱିଧାନକୁ ମାନୁ ନାହାନ୍ତି । ଏମାନେ କେତେବେଳେ ସ୍ବର୍ଗ ନର୍କ କଥା କହୁଛନ୍ତି ତ କେତେବେଳେ ମନୁସ୍ମୃ

କନକ ବ୍ୟୁରୋ : ସଂସଦରେ ଆମ୍ୱେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀ ପରେ ତାଙ୍କୁ କ୍ୟାବିନେଟ୍ରୁ ବରଖାସ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେ । କହିଛନ୍ତି ଏଭଳି ନେତାଙ୍କୁ ସଂସଦରେ ରହିବାର କୌଣସି ଅଧିକାର ନାହିଁ । ଗତ ମଙ୍ଗଳବାର ସଂସଦରେ ବିବୃତ୍ତି ରଖିବାକୁ ବାବା ସାହେବ ଆମ୍ୱେଦକରଙ୍କ ବିଷୟରେ ଆଲୋଚନା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଏହାକୁ ନେଇ ଏବେ ବିରୋଧୀ ତାଙ୍କୁ ଘନଘନ ଟାର୍ଗେଟ୍ କରିବାରେ ଲାଗିଛନ୍ତି ।
ବିରୋଧୀଙ୍କୁ କଟାକ୍ଷ କରିବାକୁ ଯାଇ ଅମିତ ଶାହ କହିଥିଲେ, “ଏବେ ଗୋଟିଏ ଫ୍ୟାସନ ହୋଇଗଲାଣି । ଆମ୍ୱେଦକର୍ଟ୍ଟ ଆମ୍ୱେଦକର୍ଟ୍ଟ ଏତେ ଥର ଯଦି ଭଗବାନଙ୍କ ନାମ ଜପି ଥାଆନ୍ତେ, ତେବେ ୭ ଜନ୍ମ ପର୍ୟ୍ୟନ୍ତ ସ୍ବର୍ଗ ପ୍ରାପ୍ତି ହୋଇ ଥାଆନ୍ତା ।” ଏଭଳି ବୟାନ ପରେ ବିରୋଧୀ ତାତିଥିବା ବେଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ବୟାନଙ୍କୁ ଭୁଲ୍ ଅର୍ଥରେ ନେଉଛନ୍ତି ବିରୋଧୀ ନେତା ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼୍ଗେ ଏକ ପ୍ରେସ୍ କନ୍ଫରେନ୍ସ କହିଛନ୍ତି, “ସଂସଦରେ ଅମିତ ଶାହ ଯେଉଁଭଳି ବୟାନ ରଖିଛନ୍ତି ତାହା ନିନ୍ଦନୀୟ । ବାଧ୍ୟ ହୋଇ ମୋତେ କହିବକୁ ପଡ଼ୁଛି ଯେ, ଏମାନେ ସମ୍ୱିଧାନକୁ ମାନୁ ନାହାନ୍ତି । ଏମାନେ କେତେବେଳେ ସ୍ବର୍ଗ ନର୍କ କଥା କହୁଛନ୍ତି ତ କେତେବେଳେ ମନୁସ୍ମୃତି କଥା କହୁଛନ୍ତି । ସେଥିରେ ହିଁ ସ୍ବର୍ଗ ନର୍କ କଥା ଲେଖା ରହିଛି । ଏହି ବିଚାରଧାରାକୁ ଆମ୍ୱେଦକର ମାନୁନଥିଲେ । ସେ କେବେ ସ୍ବର୍ଗ ନର୍କ କଥା କହୁନଥିଲେ, ଅମିତ କହୁଛନ୍ତି । ମୋଦୀ ମଧ୍ୟ ତାଙ୍କୁ ସମର୍ଥନ ଦେବାକୁ ଯାଇ ଏକା ଥରକେ ୬ଟି ଟ୍ବିଟ୍ କଲେ । ଏହାର କଣ ଆବଶ୍ୟକତା ଥିଲା ? ଯଦି କେହି ବାବା ସାହେବଙ୍କ ନାଁରେ କିଛି ଭୁଲ୍ କହୁଛନ୍ତି, ତେବେ ତାଙ୍କୁ କ୍ୟାବିନେଟ୍ରୁ ବରଖାସ୍ତ କରିବା ଉଚିତ୍ । କିନ୍ତୁ ପ୍ରଧାନମନ୍ତ୍ରୀ ଓ ଶାହ ଅତି ଘନିଷ୍ଠ ବନ୍ଧୁ, ଏଣୁ ପରସ୍ପରର ପାପକୁ ଘୋଡ଼ାଇବାରେ ଲାଗିଛନ୍ତି ।“
ମଙ୍ଗଳବାର ସଂସଦର ଅମିତ ଶାହଙ୍କ ବୟାନ ପରେ ଲଗତାର ତାଙ୍କୁ ପ୍ରଶ୍ନବାଣ ମାରୁଛନ୍ତି । କେତେକ ବିରୋଧୀ ନେତା ଅମିତ ଶାହଙ୍କ କ୍ଷମା ପ୍ରାର୍ଥନା ମଧ୍ୟ ଦାବି କରିଛନ୍ତି ।