କ୍ୟାବ୍ ବୁକ୍ କରିଥିଲେ ମହିଳା: ଗାଡ଼ି ଭିତରେ ଯାହା ଦେଖିଲେ….
କ୍ୟାବ୍ ବୁକ୍ କରିଥିଲେ ମହିଳା, କ୍ୟାବ୍ ଆସିବା ପରେ ସେ ଯାହା ଦେଖିଲେ, କିଛି ସମୟ ପାଇଁ ତାଙ୍କ ମୁଣ୍ଡ କାମକଲାନି। ସେ ଟୋଟାଲ ହଲ୍ଚଲ୍ ହୋଇଗଲେ। କାରଣ କ୍ୟାବ୍ର ଡ୍ରାଇଭର ଜଣକ ଆଉ କେହି ନୁହେଁ, ସେହି ମହିଳାଙ୍କ ବସ୍ ଥିଲେ । ଅର୍ଥାତ ମହିଳା ଜଣକ ସେହି ବ୍ୟକ୍ତିଙ୍କ ଅଧୀନରେ ଅଫିସରେ କାମ କରୁଥିଲେ । ଏଭଳି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ। ଏନେଇ ହୋଇଥିବା ଏକ WhatsApp ଚାଟ ବେଶ ଭାଇରାଲ ହୋଇଛି […] The post କ୍ୟାବ୍ ବୁକ୍ କରିଥିଲେ ମହିଳା: ଗାଡ଼ି ଭିତରେ ଯାହା ଦେଖିଲେ…. appeared first on Dharitri Odia News.
କ୍ୟାବ୍ ବୁକ୍ କରିଥିଲେ ମହିଳା, କ୍ୟାବ୍ ଆସିବା ପରେ ସେ ଯାହା ଦେଖିଲେ, କିଛି ସମୟ ପାଇଁ ତାଙ୍କ ମୁଣ୍ଡ କାମକଲାନି। ସେ ଟୋଟାଲ ହଲ୍ଚଲ୍ ହୋଇଗଲେ।
କାରଣ କ୍ୟାବ୍ର ଡ୍ରାଇଭର ଜଣକ ଆଉ କେହି ନୁହେଁ, ସେହି ମହିଳାଙ୍କ ବସ୍ ଥିଲେ । ଅର୍ଥାତ ମହିଳା ଜଣକ ସେହି ବ୍ୟକ୍ତିଙ୍କ ଅଧୀନରେ ଅଫିସରେ କାମ କରୁଥିଲେ ।
ଏଭଳି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ। ଏନେଇ ହୋଇଥିବା ଏକ WhatsApp ଚାଟ ବେଶ ଭାଇରାଲ ହୋଇଛି । ସୋସିଆଲ ମିଡିଆ ହ୍ୟାଣ୍ଡେଲ (X)ରେ ଏକ ଆଇଡିରେ WhatsApp ଚାଟର ଏକ ସ୍କ୍ରିନ ସଟ ଶେୟାର କରାଯାଇଥିବା ଦେଖିବାକୁ ମିଳିଛି । ଯେଁଉଥିରେ କ୍ୟାପଶନରେ ଲେଖାଯାଇଛି, “ପିକ ବେଙ୍ଗାଲୁରୁ ମୋମେଣ୍ଟ । “
ଏହା ପରେ ସ୍କ୍ରିନ ସଟରେ ଥିବା ଚାଟରୁ ଜଣାପଡୁଛି ଯେ, ମହିଳା ଜଣକ ଅନ୍ୟ କାହାକୁ ନିଜ ଅନୁଭୂତି ବିଷୟରେ ଜଣାଇଛନ୍ତି । ମହିଳା ଜଣକ ଲେଖିଛନ୍ତି, “ଆଜି ମୋ ସହ ଏକ ଅଦ୍ଭୁତ ଘଟଣା ଘଟିଲା । ମୁଁ ଯେଉଁ କ୍ୟାବ ବୁକ କରିଥିଲି ତାହାର ଡ୍ରାଇଭର ଥିଲେ ମୋ ଟିମ ଲିଡର। କାହିଁକି କ୍ୟାବ ଚଳାଉଛନ୍ତି ବୋଲି ପଚାରିବାରୁ ସେ କହିଥିଲେ, ଏକୁଟିଆପଣ ଦୂର କରିବାକୁ ମୁଁ ଖାଲି ସମୟରେ କ୍ୟାବ ଚଲାଉଛି ।”
ଏହି ପୋଷ୍ଟଟି ବର୍ତ୍ତମାନ ଭାଇରାଲ ହେଉଥିବାବେଳେ ୟୁଜର୍ସ ଏହା ଉପରେ ନିଜର ମତ ରଖିଛନ୍ତି । କେହି କେହି କହିଛନ୍ତି, ”କେହି ଖୁସିରେ ଏପରି କରନ୍ତି ନାହିଁ । ନିହାତି ଆର୍ଥିକ ସମସ୍ୟା ଥିବ ।“
‘ଆଉ କେହି କେହି କହିଛନ୍ତି, ”ଖୁସିରେ କିଏ ଟାଇମ ପାସ କରିବାକୁ ଆସି ବେଙ୍ଗାଲୁରୁ ଟ୍ରାଫିକରେ ଫସିବାକୁ ପସନ୍ଦ କରିବ? କଥାଟା ହଜମ ହେଉନାହିଁ ।“
ଆଉ ଜଣେ ୟୁଜର ଆମେରିକା ସହ ତୁଳନା କରି କହିଛନ୍ତି ଯେ, ”ମୁଁ ଯେତେବେଳେ ଆମେରିକାର ଏକ କମ୍ପାନୀରେ କାମ କରୁଥିଲି ମୋ CEO ଏକ ହୋଟେଲରେ ପାର୍ଟ ଟାଇମ କାମ କରୁଥିଲେ। ଯଦି ଆମ ଦେଶରେ ଏପରି ହେବା କଥା ସତ ହୁଏ, ତେବେ ତାହା ଅତ୍ୟନ୍ତ ଖୁସିର କଥା । ଗୁଡ ଲକ ।“
The post କ୍ୟାବ୍ ବୁକ୍ କରିଥିଲେ ମହିଳା: ଗାଡ଼ି ଭିତରେ ଯାହା ଦେଖିଲେ…. appeared first on Dharitri Odia News.