କ୍ୟାରିବିଆନ୍‌ରେ LGBTQଙ୍କ ବିଜୟ: ସମଲିଙ୍ଗୀ ସମ୍ପର୍କ ଉପରେ ଥିବା ପ୍ରତିବନ୍ଧକକୁ ରଦ୍ଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ: କ୍ୟାରିବିଆନରେ ସମଲିଙ୍ଗୀ ସମ୍ପର୍କ ଉପରେ ଥିବା ପ୍ରତିବନ୍ଧକକୁ ରଦ୍ଦ କରିଦେଇଛନ୍ତି ଡୋମିନିକା ହାଇକୋର୍ଟ। ଏପରି କାର୍ଯ୍ୟକଳାପକୁ ନେଇ ଦଣ୍ଡିତ କରୁଥିବା ଆଇନକୁ ଅସାମ୍ବିଧାନିକ ବୋଲି କୁହାଯାଇଛି। ସମଲିଙ୍ଗୀ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଆଇନ ତାଙ୍କ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରିଛି। କୋର୍ଟଙ୍କ ଏହି ନିଷ୍ପତ୍ତିକୁ କାରିବିଆନ LGBTQ ଅଧିକାରର ଏକ ବଡ଼ ବିଜୟ ବୋଲି କହିଛନ୍ତି LGBTQ କାର୍ଯ୍ୟକର୍ତ୍ତା।କାରିବିଆନ୍ ଅଞ୍ଚଳରେ LGBTQ ଅଧିକାର ପାଇଁ ଚାଲିଥିବା ସଂଗ୍ରାମରେ ଏହି ନିଷ୍ପତ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ କୁହାଯାଉଛି। ଡୋମିନିକା ହାଇକୋର୍ଟ କହିଛନ୍ତି ଯେ ଯୌନ ଅପରାଧ ଅଧିନିୟମର ଧାରା ୧୪ ଏବଂ ୧୬ରେ ବୟସ୍କମାନଙ୍କ ମଧ୍ୟରେ ସହମତି ଭିତ୍ତିକ ସମଲିଙ୍ଗୀ କାର୍ଯ୍ୟକଳାପକୁ ଅପରାଧୀକୃତ କରିଛି। ଏହି ଆଇନକୁ ଅସାମ୍ବିଧାନିକ ବୋଲି କହିଛନ୍ତି କୋର୍ଟ।ଜଷ୍ଟିସ କିମ୍ବର୍ଲି ସେନାକ-ଫୁଲଜେନ୍ସ କହିଛନ୍ତି ଯେ ଡୋମିନିକାରେ ଅପରାଧ ଆଇନର କିଛି ଅଂଶ ଦେଶର ସମ୍ବିଧାନରେ ଦର୍ଶାଯାଇଥିବା ସ୍ୱାଧୀନତା, ଅଭିବ୍ୟକ୍ତିର ସ୍ୱାଧୀନତା ତଥା ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ କରିଛି।

କ୍ୟାରିବିଆନ୍‌ରେ LGBTQଙ୍କ ବିଜୟ: ସମଲିଙ୍ଗୀ ସମ୍ପର୍କ ଉପରେ ଥିବା ପ୍ରତିବନ୍ଧକକୁ ରଦ୍ଦ କଲେ ହାଇକୋର୍ଟ

ନୂଆଦିଲ୍ଲୀ: କ୍ୟାରିବିଆନରେ ସମଲିଙ୍ଗୀ ସମ୍ପର୍କ ଉପରେ ଥିବା ପ୍ରତିବନ୍ଧକକୁ ରଦ୍ଦ କରିଦେଇଛନ୍ତି ଡୋମିନିକା ହାଇକୋର୍ଟ। ଏପରି କାର୍ଯ୍ୟକଳାପକୁ ନେଇ ଦଣ୍ଡିତ କରୁଥିବା ଆଇନକୁ ଅସାମ୍ବିଧାନିକ ବୋଲି କୁହାଯାଇଛି। ସମଲିଙ୍ଗୀ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଆଇନ ତାଙ୍କ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରିଛି। କୋର୍ଟଙ୍କ ଏହି ନିଷ୍ପତ୍ତିକୁ କାରିବିଆନ LGBTQ ଅଧିକାରର ଏକ ବଡ଼ ବିଜୟ ବୋଲି କହିଛନ୍ତି LGBTQ କାର୍ଯ୍ୟକର୍ତ୍ତା।

କାରିବିଆନ୍ ଅଞ୍ଚଳରେ LGBTQ ଅଧିକାର ପାଇଁ ଚାଲିଥିବା ସଂଗ୍ରାମରେ ଏହି ନିଷ୍ପତ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ କୁହାଯାଉଛି। ଡୋମିନିକା ହାଇକୋର୍ଟ କହିଛନ୍ତି ଯେ ଯୌନ ଅପରାଧ ଅଧିନିୟମର ଧାରା ୧୪ ଏବଂ ୧୬ରେ ବୟସ୍କମାନଙ୍କ ମଧ୍ୟରେ ସହମତି ଭିତ୍ତିକ ସମଲିଙ୍ଗୀ କାର୍ଯ୍ୟକଳାପକୁ ଅପରାଧୀକୃତ କରିଛି। ଏହି ଆଇନକୁ ଅସାମ୍ବିଧାନିକ ବୋଲି କହିଛନ୍ତି କୋର୍ଟ।

ଜଷ୍ଟିସ କିମ୍ବର୍ଲି ସେନାକ-ଫୁଲଜେନ୍ସ କହିଛନ୍ତି ଯେ ଡୋମିନିକାରେ ଅପରାଧ ଆଇନର କିଛି ଅଂଶ ଦେଶର ସମ୍ବିଧାନରେ ଦର୍ଶାଯାଇଥିବା ସ୍ୱାଧୀନତା, ଅଭିବ୍ୟକ୍ତିର ସ୍ୱାଧୀନତା ତଥା ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ କରିଛି।