ଖବରକାଗଜ ବିତରକଙ୍କ ଉପରକୁ ଡେଇଁଲା ମାଙ୍କଡ଼: ଆଉ ତା’ପରେ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ସଦରମହାକୁମା ଛତ୍ରପୁରରେ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଖବରକାଗଜ ବିତରକ ଏହାର ଏହାର ଶିକାର ହୋଇଛନ୍ତି। ସ୍ଥାନୀୟ ବଡ଼ ଷ୍ଟେଶନ ନିକଟ ରାସ୍ତାରେ କେ. ପୁରୁଷୋତ୍ତମ ପାତ୍ର ନାମକ ଜଣେ ଖବର କାଗଜ ବିତରକ ଖବରକାଗଜ ନିମନ୍ତେ ଯାଉଥିବାବେଳେ ହଠାତ ଏକ ମାଙ୍କଡ ତାଙ୍କ ଉପରେ ଡେଇଁ ଆକ୍ରମଣ କରିଥିଲେ। ଫଳରେ ସେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତି କରାଯାଇଥିଲା। ପରବର୍ତ୍ତୀ […] The post ଖବରକାଗଜ ବିତରକଙ୍କ ଉପରକୁ ଡେଇଁଲା ମାଙ୍କଡ଼: ଆଉ ତା’ପରେ… appeared first on Dharitri Odia News.

ଖବରକାଗଜ ବିତରକଙ୍କ ଉପରକୁ ଡେଇଁଲା ମାଙ୍କଡ଼: ଆଉ ତା’ପରେ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ସଦରମହାକୁମା ଛତ୍ରପୁରରେ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଖବରକାଗଜ ବିତରକ ଏହାର ଏହାର ଶିକାର ହୋଇଛନ୍ତି। ସ୍ଥାନୀୟ ବଡ଼ ଷ୍ଟେଶନ ନିକଟ ରାସ୍ତାରେ କେ. ପୁରୁଷୋତ୍ତମ ପାତ୍ର ନାମକ ଜଣେ ଖବର କାଗଜ ବିତରକ ଖବରକାଗଜ ନିମନ୍ତେ ଯାଉଥିବାବେଳେ ହଠାତ ଏକ ମାଙ୍କଡ ତାଙ୍କ ଉପରେ ଡେଇଁ ଆକ୍ରମଣ କରିଥିଲେ। ଫଳରେ ସେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ଘରକୁ ଫେରିଥିଲେ। ସେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସହାୟତା ପ୍ରଦାନ ନିମନ୍ତେ ଛତ୍ରପୁର ଖବର କାଗଜ ବିତରକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।
ସୂଚନାଯୋଗ୍ୟ, ମାଙ୍କଡ଼ମାନଙ୍କ ଉପଦ୍ରବ ଯୋଗୁ ପୂର୍ବରୁ ବହୁ ଲୋକ ଆହତ ହେବା ସହିତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ ବହୁ ସଂଗଠନ ପକ୍ଷରୁ ବିଭିନ୍ନ ଅଧିକାରୀମାନଙ୍କୁ ଭେଟି ସମସ୍ୟା ସମ୍ପର୍କରେ କୁହାଯାଇଥିଲେ ମଧ୍ୟ କୋଣସି କାର୍ଯ୍ୟକାରୀ ହୋଇନାହିଁ।

The post ଖବରକାଗଜ ବିତରକଙ୍କ ଉପରକୁ ଡେଇଁଲା ମାଙ୍କଡ଼: ଆଉ ତା’ପରେ… appeared first on Dharitri Odia News.