ଖରସ୍ରୋତାରେ ବ୍ୟାରେଜ ପାଇଁ ସ୍ଥାନ ନିରୂପଣ

ଯାଜପୁର,୨୧ା୨(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ପଞ୍ଚାୟତ ବଗମରା ଘାଟ ନିକଟରେ ଖରସୋ୍ରତା ନଦୀ ଉପରେ ଏକ ବ୍ୟାରେଜ ଓ ସେତୁ ନିର୍ମାଣ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ବିଭାଗୀୟ ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତ, ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, କନିଷ୍ଠ ଯନ୍ତ୍ରୀ ଚିତରଞ୍ଜନ ପଣ୍ଡା ପ୍ରମୁଖ ପହଞ୍ଚିି ଏଠରେ ସ୍ଥାନ ନିରୂପଣ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି। ଏହି ବ୍ୟାରେଜ ନିର୍ମାଣ ହେଲେ […] The post ଖରସ୍ରୋତାରେ ବ୍ୟାରେଜ ପାଇଁ ସ୍ଥାନ ନିରୂପଣ appeared first on Dharitri Odia News.

ଖରସ୍ରୋତାରେ ବ୍ୟାରେଜ ପାଇଁ ସ୍ଥାନ ନିରୂପଣ

ଯାଜପୁର,୨୧ା୨(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ପଞ୍ଚାୟତ ବଗମରା ଘାଟ ନିକଟରେ ଖରସୋ୍ରତା ନଦୀ ଉପରେ ଏକ ବ୍ୟାରେଜ ଓ ସେତୁ ନିର୍ମାଣ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି। ବିଭାଗୀୟ ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତ, ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, କନିଷ୍ଠ ଯନ୍ତ୍ରୀ ଚିତରଞ୍ଜନ ପଣ୍ଡା ପ୍ରମୁଖ ପହଞ୍ଚିି ଏଠରେ ସ୍ଥାନ ନିରୂପଣ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି। ଏହି ବ୍ୟାରେଜ ନିର୍ମାଣ ହେଲେ ଖରସ୍ରୋତା ନଦୀରେ ବର୍ଷା ଜଳ ସଂରକ୍ଷିତ ହୋଇ ରହିବା ସହିତ କାଣୀ ନଦୀରେ ପାଣି ସବୁଦିନେ ରହିପାରିବ। ଫଳରେ ବିଞ୍ଝାରପୁର, ବରୀ, ଆଳି ଅଞ୍ଚଳର ଚାଷୀମାନେ ଉପକୃତ ହେବା ସହିତ ପ୍ରାୟ ୨ ହଜାର ହେକ୍ଟର ଜମିରେ ବହୁବିଧ ଫସଲ ହୋଇ ପାରିବ। ଏହି ଖବର ପାଇ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ା ଚାଷୀମାନଙ୍କ ପକ୍ଷରୁ ମଧୂସୂଦନପୁର ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ସାମଲ, ରଣପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଟଳବିହାରୀ ନାୟକ, ପ୍ରାକ୍ତନ ଅଧ୍ୟକ୍ଷା ଭାରତୀ ରାଉତ, ବିଭୂତି ଭୂଷଣ ଧଳ ପ୍ରମୁଖ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଯାଜପୁର ଜିଲା ଦେଇ ବହି ଯାଇଥିବା ବ୍ରାହ୍ମଣୀର ଶାଖାନଦୀ ଖରସ୍ରୋତାକୁ ସୁନାବ୍ୟା କରିବା ନିମନ୍ତେ ଖରସ୍ରୋତା-କାଣୀ ବଞ୍ଚାଅ ଆନ୍ଦୋଳନ ଦୀର୍ଘ ବର୍ଷ ହେବ ହୋଇଆସୁଛି। ଦକ୍ଷିଣ ଯାଜପୁର ଅଞ୍ଚଳର ଚାଷୀମାନଙ୍କ ଦାବି ଥିଲା ଯେ ଖରସ୍ରୋତା ନଦୀର ଶେଷମୁଣ୍ଡ ଆଡକୁ ବର୍ଷାଦିନିଆ ପାଣି ଅଟକାଇ ରଖାଯାଉ ଏବଂ ବଗମରା ଘାଟ ନିକଟରେ ଏକ ବ୍ୟାରେଜ ନିର୍ମାଣ କରାଯାଇ କାଣୀ ଶାଖା ନଦୀରେ ପାଣି ଛଡାଯାଉ। ତେଣୁ ଚାଷୀଙ୍କ ଦୀର୍ଘଦିନର ଦାବି ପୁରଣ ହେବାକୁ ଯାଉଥିବାବେଳେ ଏହି ବ୍ୟାରେଜ କେତେକାଂଶରେ ବନ୍ୟାକୁ ନିୟନ୍ତ୍ରଣ କରି ପାରିବ ବୋଲି ଆଶା ପ୍ରକାଶ ପାଇଛି।

The post ଖରସ୍ରୋତାରେ ବ୍ୟାରେଜ ପାଇଁ ସ୍ଥାନ ନିରୂପଣ appeared first on Dharitri Odia News.