ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେଡି ଓ ଭାଜପା କର୍ମୀଙ୍କ ସଂଘର୍ଷରେ ଜଣେ ମୃତ
ଖଲିକୋଟ,୧୬ା୫: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବୁଧବାର ଦିନ ଗଞ୍ଜାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଖଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣସାନପୁର ଗ୍ରାମରେ ବ୍ୟାନର ଲଗାଇବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ତୁରନ୍ତ ଖଲିକୋଟ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ […] The post ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେଡି ଓ ଭାଜପା କର୍ମୀଙ୍କ ସଂଘର୍ଷରେ ଜଣେ ମୃତ appeared first on Dharitri Odia News.
ଖଲିକୋଟ,୧୬ା୫: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବୁଧବାର ଦିନ ଗଞ୍ଜାମରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି।
ଖଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣସାନପୁର ଗ୍ରାମରେ ବ୍ୟାନର ଲଗାଇବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା କୁହାଯାଉଛି।
ଆହତମାନଙ୍କୁ ତୁରନ୍ତ ଖଲିକୋଟ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ତେବେ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣତ୍ୟାଗ କରିଥିଲେ। ମୃତକଙ୍କ ନାମ ଦିଲୀପ ପହହାନ ବୋଲି ଜଣାପଡିଛି। ଜଣେ ରୋଗୀଙ୍କୁ ଭୁବନେଶ୍ୱରକୁ ପଠାଯାଇଥିବା ବେଳେ ଅନ୍ୟ ଦୁଇଜଣ ବ୍ରହ୍ମପୁର ଚିକିତ୍ସିତ ହେଉଛନ୍ତି।
ତେବେ ଗଞ୍ଜାମରେ ପ୍ରାକନିର୍ବାଚନୀ ହିଂସାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ନିର୍ବାଚନ ଆୟୋଗ। ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ। ହିଂସା ନିୟନ୍ତ୍ରଣ ପାଇଁ ବିଧି ସମ୍ମତ ପଦକ୍ଷେପ ନେବାକୁ ଜିଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ନିକୁଞ୍ଜ ଧଳ ।
The post ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେଡି ଓ ଭାଜପା କର୍ମୀଙ୍କ ସଂଘର୍ଷରେ ଜଣେ ମୃତ appeared first on Dharitri Odia News.