ଖଲ୍ଲିକୋଟରେ ୨୨ ଟିକିଆ ହାତୀପଲ ଆତଙ୍କ; ଉଜାଡ଼ୁଛନ୍ତି ଫସଲ, ଚିନ୍ତାରେ ଚାଷୀ

ଖଲ୍ଲିକୋଟ,୨୯।୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ। ଦୁଇ ଦିନ ଧରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜାପଲ୍ଲୀ ଓ ଏହାର ଆଖପାଖ ବିଭିନ୍ନ ଗାଁ ମାନଙ୍କରେ ହାତୀ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି। ଏହି ପଲରେ ୨୨ ହାତୀ ରହିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। ଏହାକୁ ନେଇ ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ସା ସମୟରୁ ବିଦ୍ୟୁତ ସରବରାହ ବନ୍ଦ କରାଯାଉଥିବା ବେଳେ ଲୋକମାନେ ଭୟଭୀତ ହୋଇ ରହିଛନ୍ତି। ହାତୀ ପଲ […] The post ଖଲ୍ଲିକୋଟରେ ୨୨ ଟିକିଆ ହାତୀପଲ ଆତଙ୍କ; ଉଜାଡ଼ୁଛନ୍ତି ଫସଲ, ଚିନ୍ତାରେ ଚାଷୀ appeared first on Dharitri Odia News.

ଖଲ୍ଲିକୋଟରେ ୨୨ ଟିକିଆ ହାତୀପଲ ଆତଙ୍କ; ଉଜାଡ଼ୁଛନ୍ତି ଫସଲ, ଚିନ୍ତାରେ ଚାଷୀ

ଖଲ୍ଲିକୋଟ,୨୯।୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ। ଦୁଇ ଦିନ ଧରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜାପଲ୍ଲୀ ଓ ଏହାର ଆଖପାଖ ବିଭିନ୍ନ ଗାଁ ମାନଙ୍କରେ ହାତୀ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି। ଏହି ପଲରେ ୨୨ ହାତୀ ରହିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। ଏହାକୁ ନେଇ ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ସା ସମୟରୁ ବିଦ୍ୟୁତ ସରବରାହ ବନ୍ଦ କରାଯାଉଥିବା ବେଳେ ଲୋକମାନେ ଭୟଭୀତ ହୋଇ ରହିଛନ୍ତି। ହାତୀ ପଲ କେଉଁଠି କଟା ଯାଇଥିବା ଧାନ ତ କେଉଁଠି ଧାନ ଗଦା ଖାଉଛନ୍ତି। ତା ସହିତ ବିଲରେ ଥିବା ଧାନକୁ ଦଳି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି ।

ବନ ବିଭାଗ ହାତୀ ପଲ ଉପରେ ସ୍ବତନ୍ତ୍ର ନଜର ରଖିଛି। ଏହି ୨୨ ଟିକିଆ ହାତୀ ପଲ ବରବରା ଜଙ୍ଗଲରୁ ଆସି ନାରାୟଣୀ ପାହାଡ଼ ଦେଇ ଖଲ୍ଲିକୋଟ ବ୍ଲକକୁ ଆସିଥିବା ଜଣାପଡ଼ିଛି। ବାଣ ଫୁଟାଇ ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଚାଲିଛି। ଖଲ୍ଲିକୋଟ ବ୍ଲକର ଖୋଜାପଲ୍ଲୀ ସମେତ ନିକଟସ୍ଥ ବେଗୁନିଆପଡା ବ୍ଲକର କିଛି ଗ୍ରାମରେ ମଧ୍ୟ ଏହି ହାତୀ ପଲ ଧାନ ଫସଲ ନଷ୍ଟ କରିଥିବା ଖବର ମିଳୁଛି। ବର୍ତ୍ତମାନ ଏହି ହାତୀ ପଲ ସୁମଣ୍ଡଳ ନିକଟସ୍ଥ ଜଙ୍ଗଲରେ ରହିଥିବା ଖଲ୍ଲିକୋଟ ରେଞ୍ଜର ଦିବ୍ୟ ଶଙ୍କର ବେହେରା ସୂଚନା ଦେଇଛନ୍ତି।

The post ଖଲ୍ଲିକୋଟରେ ୨୨ ଟିକିଆ ହାତୀପଲ ଆତଙ୍କ; ଉଜାଡ଼ୁଛନ୍ତି ଫସଲ, ଚିନ୍ତାରେ ଚାଷୀ appeared first on Dharitri Odia News.