ଖସୁଛି ପାରଦ ବଢୁଛି ଶୀତ, ବାଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ

ବାଲିଗୁଡା ୧୬/୧୨: କନ୍ଧମାଳରେ ଶୀତର ଲହରୀ ଜାରି । ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ । ଚାରିଆଡେ କୋହଲା ପାଗ, ଦିନ ବାରଟା ଯାଏଁ କମୁନି କୁହୁଡି କନ୍ଧମାଳକୁ ପୁଣି ଫେରିଛି ଶୀତ । ବାଲିଗୁଡ଼ା ଅଞ୍ଚଳରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ସାତ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବାଲିଗୁଡାର ଉପାନ୍ତ ଅଞ୍ଚଳ କୋଟଗଡ଼ ପlରିଗଡ଼, ସୁବର୍ଣ୍ଣଗିରୀ ଖମାନଖୋଲ, ପୋଖରୀ ବନ୍ଧ ଅଞ୍ଚଳ ସମେତ ଦାରିଙ୍ଗବାଡି, କ.ନୁଆଗାଁ,ବେଲଘର, ତୁମୁଡ଼ିବନ୍ଧ, ଵେଲଘର ଅଞ୍ଚଳରେ ବଢ଼ିଲାଣି ଶୀତ । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ସାତ ଡିଗ୍ରୀ ସେଲିସିୟସ ତଳେ ରହିଛି । ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି । ଦିନ ବାରଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ । ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ସମଗ୍ର ଅଞ୍ଚଳ । ଅସହ୍ୟ ଜାଡ଼ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଗରିବ ଓ ଶ୍ରମଜୀବି କର୍ମ କ୍ଷେତ୍ରକୁ ଯାଇ ପାରୁ ନାହାନ୍ତି ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣି ଓ୍ବାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍, ପାର୍କ, ରାସ୍ତା ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏଥିସହିତ ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଶୀତ ବଢୁଥିବାରୁ କର୍ମଜୀବୀ ଓ  

ଖସୁଛି ପାରଦ ବଢୁଛି ଶୀତ, ବାଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ

ବାଲିଗୁଡା ୧୬/୧୨: କନ୍ଧମାଳରେ ଶୀତର ଲହରୀ ଜାରି । ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ । ଚାରିଆଡେ କୋହଲା ପାଗ, ଦିନ ବାରଟା ଯାଏଁ କମୁନି କୁହୁଡି କନ୍ଧମାଳକୁ ପୁଣି ଫେରିଛି ଶୀତ । ବାଲିଗୁଡ଼ା ଅଞ୍ଚଳରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ସାତ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବାଲିଗୁଡାର ଉପାନ୍ତ ଅଞ୍ଚଳ କୋଟଗଡ଼ ପlରିଗଡ଼, ସୁବର୍ଣ୍ଣଗିରୀ ଖମାନଖୋଲ, ପୋଖରୀ ବନ୍ଧ ଅଞ୍ଚଳ ସମେତ ଦାରିଙ୍ଗବାଡି, କ.ନୁଆଗାଁ,ବେଲଘର, ତୁମୁଡ଼ିବନ୍ଧ, ଵେଲଘର ଅଞ୍ଚଳରେ ବଢ଼ିଲାଣି ଶୀତ । 

ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ସାତ ଡିଗ୍ରୀ ସେଲିସିୟସ ତଳେ ରହିଛି । ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି । ଦିନ ବାରଟା ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ । ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ସମଗ୍ର ଅଞ୍ଚଳ । ଅସହ୍ୟ ଜାଡ଼ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । 

ଗରିବ ଓ ଶ୍ରମଜୀବି କର୍ମ କ୍ଷେତ୍ରକୁ ଯାଇ ପାରୁ ନାହାନ୍ତି ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣି ଓ୍ବାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍, ପାର୍କ, ରାସ୍ତା ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏଥିସହିତ ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଶୀତ ବଢୁଥିବାରୁ କର୍ମଜୀବୀ ଓ  ଗରିବ ଗୁରୁବା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀତ ଦାଉରୁ ରକ୍ଷାପାଇବା ପାଇଁ ଲୋକେ ଅଧରାତିରୁ ନିଆଁ ଜାଳି ନିଆଁର ଆଶ୍ରୟ ନେଉଛନ୍ତି । 

ଗୃହପାଳିତ ପଶୁ ମାନେ ମଧ୍ୟ ନିସ୍ତାର ପାଉ ନାହାନ୍ତି । ପ୍ରଶାସନ ପକ୍ଷରୁ ଗରିବ ଲୋକଙ୍କୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରାଯାଇ ନାହିଁ ଅସହ୍ୟ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ବେଲଘର ଲୁଦୁ ଜଳପ୍ରପାତ ସାପ ନଳା,ମଣ୍ଡା ସୁରର ପ୍ରାକୃତିକ ବିଭବ ଅତି ନିକଟରୁ ଦେଖିବାକୁ ପର୍ଯ୍ୟଟକଙ୍କ ସୂଅ ଛୁଟିଲାଣି l