ଖାଇକୁ ଖସିଲା ସ୍କୁଲବସ୍, ୧୫ ଆହତ
ପଞ୍ଚକୁଲା ୧୯।୧୦: ହରିୟାଣା ପଞ୍ଚକୁଲାରେ ଶନିବାର ଏକ ସ୍କୁଲ ବସ୍ ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନାରେ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବା ସହ ବସ୍ରୁ ଆହତ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି। ଏହି ଦୁର୍ଘଟଣା ପଞ୍ଚକୁଲା ମୋରନୀ ନିକଟସ୍ଥ ଥଲଗାଓଁ ଟିକରତାଲ ରୋଡରେ ହୋଇଛି। ପଞ୍ଜାବ ମଲେରକୋଟଲା ନନକାନା ସାହିବ ସ୍କୁଲର ଛାତ୍ର ଓ ଷ୍ଟାଫ ପଞ୍ଚକୁଲା ମୋରନୀ ହିଲସ୍ ବୁଲିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ସ୍କୁଲ ବସକୁ ଦ୍ରୁତ ବେଗରେ ଚଳାଉଥିଲେ। ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ଖାଇକୁ ଓଲଟି ପଡିଥିଲା। ବସ୍ ଓଲଟିବା ମାତ୍ରେ ଡକାହକା ପଡିଯାଇଥିଲା। ଷ୍ଟାଫ ଓ ପିଲାଙ୍କ ହୋ ହଲ୍ଲାରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ପହଞ୍ଚିବା ସହ ପିଲାଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ଯାଇଥିଲା। ଆହତ ଛାତ୍ରମାନଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାସ ପଠାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି। ପୋଲିସ ଆହତମାନଙ୍କୁ ପଞ୍ଚକୁଲାସ୍ଥିତ ସେକ୍ଟ-୬ସିଭିଲ ହସ୍ପିଟାଲରେ ଆଡମିଟ କରାଇଛି। ସେପଟେ ଖାଇକୁ ଖସିପଡିଥିବା ବସ୍କୁ ବାହାର କରିବା ପାଇଁ କ୍ରେନ ଡକାଯାଇଛି। ପୋଲିସ ଘଟଣାରେ ଏକ ମୋକଦ୍ଦମା ରୁଜୁ କରି ଦୁର୍ଘଟଣାର କା
ପଞ୍ଚକୁଲା ୧୯।୧୦: ହରିୟାଣା ପଞ୍ଚକୁଲାରେ ଶନିବାର ଏକ ସ୍କୁଲ ବସ୍ ଖାଇକୁ ଖସିପଡିଛି। ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନାରେ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବା ସହ ବସ୍ରୁ ଆହତ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି। ଏହି ଦୁର୍ଘଟଣା ପଞ୍ଚକୁଲା ମୋରନୀ ନିକଟସ୍ଥ ଥଲଗାଓଁ ଟିକରତାଲ ରୋଡରେ ହୋଇଛି। ପଞ୍ଜାବ ମଲେରକୋଟଲା ନନକାନା ସାହିବ ସ୍କୁଲର ଛାତ୍ର ଓ ଷ୍ଟାଫ ପଞ୍ଚକୁଲା ମୋରନୀ ହିଲସ୍ ବୁଲିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଡ୍ରାଇଭର ସ୍କୁଲ ବସକୁ ଦ୍ରୁତ ବେଗରେ ଚଳାଉଥିଲେ। ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ଖାଇକୁ ଓଲଟି ପଡିଥିଲା। ବସ୍ ଓଲଟିବା ମାତ୍ରେ ଡକାହକା ପଡିଯାଇଥିଲା। ଷ୍ଟାଫ ଓ ପିଲାଙ୍କ ହୋ ହଲ୍ଲାରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ପହଞ୍ଚିବା ସହ ପିଲାଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ଯାଇଥିଲା। ଆହତ ଛାତ୍ରମାନଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାସ ପଠାଯାଇଥିଲା।
ପ୍ରାଥମିକ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି। ପୋଲିସ ଆହତମାନଙ୍କୁ ପଞ୍ଚକୁଲାସ୍ଥିତ ସେକ୍ଟ-୬ସିଭିଲ ହସ୍ପିଟାଲରେ ଆଡମିଟ କରାଇଛି। ସେପଟେ ଖାଇକୁ ଖସିପଡିଥିବା ବସ୍କୁ ବାହାର କରିବା ପାଇଁ କ୍ରେନ ଡକାଯାଇଛି। ପୋଲିସ ଘଟଣାରେ ଏକ ମୋକଦ୍ଦମା ରୁଜୁ କରି ଦୁର୍ଘଟଣାର କାରଣ ଯାଞ୍ଚ କରୁଛି।