ଖିମ୍‌ଜୀ ଜୁଏଲର୍ସର ସ୍ବତନ୍ତ୍ର ସାବିତ୍ରୀ ଅଫର

ଭୁବନେଶ୍ୱର,୬।୬: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ସାବିତ୍ରୀ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଜୁନ୍‌ ୯ ପର୍ଯ୍ୟନ୍ତ ଖିମ୍‌ଜୀର ସମସ୍ତ ଷ୍ଟୋରରେ ଉପଲବ୍ଧ। ଏପରିକି ଏହି ଅଫର ଜରିଆରେ ଗ୍ରାହକମାନେ ସୁନାଗହଣାର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ଏବଂ ହୀରା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସେହିଭଳି ଏହି ସ୍ବତନ୍ତ୍ର ଅଫର ଖିମ୍‌ଜୀ ଜୁଏଲର୍ସର ଭୁବନେଶ୍ୱର, ବ୍ରହ୍ମପୁର, କଟକ, […] The post ଖିମ୍‌ଜୀ ଜୁଏଲର୍ସର ସ୍ବତନ୍ତ୍ର ସାବିତ୍ରୀ ଅଫର appeared first on Dharitri Odia News.

ଖିମ୍‌ଜୀ ଜୁଏଲର୍ସର ସ୍ବତନ୍ତ୍ର ସାବିତ୍ରୀ ଅଫର

ଭୁବନେଶ୍ୱର,୬।୬: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ସାବିତ୍ରୀ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଜୁନ୍‌ ୯ ପର୍ଯ୍ୟନ୍ତ ଖିମ୍‌ଜୀର ସମସ୍ତ ଷ୍ଟୋରରେ ଉପଲବ୍ଧ। ଏପରିକି ଏହି ଅଫର ଜରିଆରେ ଗ୍ରାହକମାନେ ସୁନାଗହଣାର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ଏବଂ ହୀରା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସେହିଭଳି ଏହି ସ୍ବତନ୍ତ୍ର ଅଫର ଖିମ୍‌ଜୀ ଜୁଏଲର୍ସର ଭୁବନେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ଝାରସୁଗୁଡ଼ା ଏବଂ ରାଉରକେଲାଠାରେ ଥିବା ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି।

ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ଡାଇରେକ୍ଟର ମିତେଶ ଖିମ୍‌ଜୀ କହିଛନ୍ତି, ଏହି ରିହାତି ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣାକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସାବିତ୍ରୀ ବ୍ରତ ଆମ ସଂସ୍କୃତିର ବିବାହିତା ମହିଳାମାନଙ୍କ ନିମନ୍ତେ ଏକ ଉଲ୍ଲେଖନୀୟ ଦିବସ ଏବଂ ଏହି ପର୍ବକୁ ଆମ ଗ୍ରାହକମାନଙ୍କ ସହ ପାଳନ କରିବା ନେଇ ଆମେ ସମ୍ମାନିତ ମନେକରୁଛୁ। ସେହିଭଳି ସୁନା ଓ ହୀରା ଗହଣାଗୁଡିକ ଉପରେ ଆମର ସ୍ବତନ୍ତ୍ର ରିହାତି ଏହି ପର୍ବ ପାଳନ କରୁଥିବା ପରିବାରଗୁଡିକର ଅଂଶ ବିଶେଷ ହେବ ଏବଂ ବହୁମୂଲ୍ୟ ଗ୍ରାହକମାନଙ୍କୁ ଏହି ବ୍ରାଣ୍ଡ୍‌ ପ୍ରତି ସେମାନଙ୍କର ନିରନ୍ତର ପ୍ରତିବଦ୍ଧତା, ବିଶ୍ୱାସ ଏବଂ ଆନୁଗତ୍ୟ ନିମନ୍ତେ ଆମର କୃତଜ୍ଞତା ଜଣାଇବାର ସୁଯୋଗ ପ୍ରଦାନ କରୁଛି।

The post ଖିମ୍‌ଜୀ ଜୁଏଲର୍ସର ସ୍ବତନ୍ତ୍ର ସାବିତ୍ରୀ ଅଫର appeared first on Dharitri Odia News.