ଖୁଣ୍ଟୁଣୀ ସଂରକ୍ଷିତ ଜଙ୍ଗଲରେ ଅବକାରୀ ଟିମ୍‌ର ରେଡ୍‌, ପୁଳା ପୁଳା ମଦ ସହ ପୋଚ ଜବତ, ଖସିଗଲେ ମାଫିଆ

ଆଠଗଡ ୦୬/୦୭: ଜଙ୍ଗଲ ଭିତରେ ପୁଳା ପୁଳା ବିଦେଶୀ ମଦ ସହ ପୋଚ । ଯେତେ ଖୋଜିଲେ ସେତେ ବାହାରୁଛି । ଅନେକ ଦିନ ଧରି ଚାଲିଥିଲା ମଦ ଓ ପୋଚର ବ୍ୟବସାୟ । ରବିବାର ଆଠଗଡ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଡାଳୁଆ ଓ ଖଣ୍ଡୁଆଳି ଗାଁର ଚାରିପାଖ ସଂରକ୍ଷିତ ଜଙ୍ଗଲରେ ଚଢାଉ କରିଥିଲା  କଟକ ଫ୍ଲାଇଂ ସ୍କ୍ବାଡ ଓ ଆଠଗଡ ଅବକାରୀ ବିଭାଗର ମିଳିତ ଟିମ୍‌ । ଚଢାଉରେ ଆଠଗଡ଼ ଅବକାରୀ ଡେପୁଟି ସୁପରିଟେଣ୍ଡଣ୍ଟ CH ତିରୁପତିଙ୍କ ସମେତ ୬ ରୁ ଅଧିକ ଅଧିକାରୀ ସାମିଲ ଥିଲେ ।ସେଠି ଚୋରା ଦେଶୀ ମଦ ପ୍ରସ୍ତୁତ ହୋଇ ରହୁଥିବା ଜଣାପଡିଛି । ଚଢାଉରେ ୧୭ହଜାର ୯୫୫ ଲିଟର ପୋଚ ସହିତ ୧୮୯୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଛି ଅବକାରୀ ବିଭାଗ । ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଅନେକ ଥର ଚଢାଉ କରାଯାଇଛି । କିନ୍ତୁ ପ୍ରତିଥର ଅବକାରୀ ବିଭାଗକୁ ଚକ୍‌ମା ଦେଇ ଖସିଯାଉଛନ୍ତି ମଦ ବେପାରୀ ଓ ମାଫିଆ । ଏଥର ମଧ୍ୟ ସମାନ ଢଙ୍ଗରେ ରେଡ୍‌ ବେଳେ କାହାକୁ ଦେଖିବାକୁ ମିଳିନଥିଲା । ପୂର୍ବରୁ ସୂଚନା ପାଇଁ ସେମାନେ ଚମ୍ପଟ ମାରୁଥିବା କୁହାଯାଉଛି ।

ଖୁଣ୍ଟୁଣୀ ସଂରକ୍ଷିତ ଜଙ୍ଗଲରେ ଅବକାରୀ ଟିମ୍‌ର ରେଡ୍‌, ପୁଳା ପୁଳା ମଦ ସହ ପୋଚ ଜବତ, ଖସିଗଲେ ମାଫିଆ

ଆଠଗଡ ୦୬/୦୭: ଜଙ୍ଗଲ ଭିତରେ ପୁଳା ପୁଳା ବିଦେଶୀ ମଦ ସହ ପୋଚ । ଯେତେ ଖୋଜିଲେ ସେତେ ବାହାରୁଛି । ଅନେକ ଦିନ ଧରି ଚାଲିଥିଲା ମଦ ଓ ପୋଚର ବ୍ୟବସାୟ । ରବିବାର ଆଠଗଡ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଡାଳୁଆ ଓ ଖଣ୍ଡୁଆଳି ଗାଁର ଚାରିପାଖ ସଂରକ୍ଷିତ ଜଙ୍ଗଲରେ ଚଢାଉ କରିଥିଲା  କଟକ ଫ୍ଲାଇଂ ସ୍କ୍ବାଡ ଓ ଆଠଗଡ ଅବକାରୀ ବିଭାଗର ମିଳିତ ଟିମ୍‌ । ଚଢାଉରେ ଆଠଗଡ଼ ଅବକାରୀ ଡେପୁଟି ସୁପରିଟେଣ୍ଡଣ୍ଟ CH ତିରୁପତିଙ୍କ ସମେତ ୬ ରୁ ଅଧିକ ଅଧିକାରୀ ସାମିଲ ଥିଲେ ।

ସେଠି ଚୋରା ଦେଶୀ ମଦ ପ୍ରସ୍ତୁତ ହୋଇ ରହୁଥିବା ଜଣାପଡିଛି । ଚଢାଉରେ ୧୭ହଜାର ୯୫୫ ଲିଟର ପୋଚ ସହିତ ୧୮୯୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଛି ଅବକାରୀ ବିଭାଗ । ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଅନେକ ଥର ଚଢାଉ କରାଯାଇଛି । କିନ୍ତୁ ପ୍ରତିଥର ଅବକାରୀ ବିଭାଗକୁ ଚକ୍‌ମା ଦେଇ ଖସିଯାଉଛନ୍ତି ମଦ ବେପାରୀ ଓ ମାଫିଆ । ଏଥର ମଧ୍ୟ ସମାନ ଢଙ୍ଗରେ ରେଡ୍‌ ବେଳେ କାହାକୁ ଦେଖିବାକୁ ମିଳିନଥିଲା । ପୂର୍ବରୁ ସୂଚନା ପାଇଁ ସେମାନେ ଚମ୍ପଟ ମାରୁଥିବା କୁହାଯାଉଛି ।