ଖୁବ୍‌ଶୀଘ୍ର ପୂରଣ ହେବ ମାଲକାନଗିରିବାସୀଙ୍କ ସ୍ବପ୍ନ, ବିମାନ ବନ୍ଦର କାମର କଲେ ପ୍ରଦୀପ ମାଝି

ମାଲକାନଗିରି ୪।୧: ନୂଆ ବର୍ଷରେ ମାଲକାନଗିରିବାସୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମିଳିବାକୁ ଯାଉଛି ନୂଆ ଉପହାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍‌ଶୀଘ୍ର ମାଲକାନଗିରି ଜିଲ୍ଲାକୁ ଯାଇ ବହୁ ପ୍ରତୀକ୍ଷିତ ବିମାନ ବନ୍ଦରର ଉଦଘାଟନ କରିବେ । ମାଲକାନଗିରି ଜିଲ୍ଲାକୁ ଆକାଶ ପଥରେ ଯୋଡ଼ିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଯେଉଁ ସ୍ବପ୍ନ ଥିଲା ତାହା ନୂଆ ବର୍ଷରେ ପୂରଣ ହେବାକୁ ଯାଉଛି । ଉପାନ୍ତ ମାଲକାନଗିରି ଜିଲ୍ଲାର ଡ୍ରିମି ପ୍ରୋଜେକ୍ଟ ମାଲକାନଗିରି ବିମାନ ବନ୍ଦର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ରାଜ୍ୟର ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି ଏୟାରପୋର୍ଟ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଛନ୍ତି । ବିମାନ ବନ୍ଦର କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ପ୍ରଦୀପ ମାଝିଙ୍କୁ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ଦିନେ ଦୁଇ ଦିନ ମଧ୍ୟରେ ଡିଜିସିଏର ଏକ ଟିମ୍ ମାଲକାନଗିରି ଜିଲ୍ଲା ଗସ୍ତ କରିବା ପରେ ବିମାନ ବନ୍ଦର ପରିଦର୍ଶନ କରି ରିପୋର୍ଟ ଦେବା ପରେ ଏଠାରେ ଟ୍ରାଏଲ ରନ ଆରମ୍ଭ ହେବ । ଏହା ସଫଳ ହେଲେ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାକୁ ଯାଇ ବିମାନ ବନ୍ଦରର ଉଦଘାଟନ କରିବେ । ଏୟାର ପୋର୍ଟ ହେବା ଦ୍ବାରା ମାଲକାନଗିରି ଜିଲ୍ଲାରେ ପର୍ଯ୍ୟଟକମାନେ ଆସିବା ସହ ବେପାର ଓ ସ୍ଥାନୀୟ ଲୋକଙ୍କ ରୋଜଗାର ବଢିବ ବୋଲି ପ୍ରଦୀପ ମାଝି କହିଛନ୍ତି ।

ଖୁବ୍‌ଶୀଘ୍ର ପୂରଣ ହେବ ମାଲକାନଗିରିବାସୀଙ୍କ ସ୍ବପ୍ନ, ବିମାନ ବନ୍ଦର କାମର କଲେ ପ୍ରଦୀପ ମାଝି

ମାଲକାନଗିରି ୪।୧: ନୂଆ ବର୍ଷରେ ମାଲକାନଗିରିବାସୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମିଳିବାକୁ ଯାଉଛି ନୂଆ ଉପହାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍‌ଶୀଘ୍ର ମାଲକାନଗିରି ଜିଲ୍ଲାକୁ ଯାଇ ବହୁ ପ୍ରତୀକ୍ଷିତ ବିମାନ ବନ୍ଦରର ଉଦଘାଟନ କରିବେ । ମାଲକାନଗିରି ଜିଲ୍ଲାକୁ ଆକାଶ ପଥରେ ଯୋଡ଼ିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଯେଉଁ ସ୍ବପ୍ନ ଥିଲା ତାହା ନୂଆ ବର୍ଷରେ ପୂରଣ ହେବାକୁ ଯାଉଛି ।

ଉପାନ୍ତ ମାଲକାନଗିରି ଜିଲ୍ଲାର ଡ୍ରିମି ପ୍ରୋଜେକ୍ଟ ମାଲକାନଗିରି ବିମାନ ବନ୍ଦର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ରାଜ୍ୟର ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି ଏୟାରପୋର୍ଟ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଛନ୍ତି । ବିମାନ ବନ୍ଦର କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ପ୍ରଦୀପ ମାଝିଙ୍କୁ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ଦିନେ ଦୁଇ ଦିନ ମଧ୍ୟରେ ଡିଜିସିଏର ଏକ ଟିମ୍ ମାଲକାନଗିରି ଜିଲ୍ଲା ଗସ୍ତ କରିବା ପରେ ବିମାନ ବନ୍ଦର ପରିଦର୍ଶନ କରି ରିପୋର୍ଟ ଦେବା ପରେ ଏଠାରେ ଟ୍ରାଏଲ ରନ ଆରମ୍ଭ ହେବ । ଏହା ସଫଳ ହେଲେ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାକୁ ଯାଇ ବିମାନ ବନ୍ଦରର ଉଦଘାଟନ କରିବେ । ଏୟାର ପୋର୍ଟ ହେବା ଦ୍ବାରା ମାଲକାନଗିରି ଜିଲ୍ଲାରେ ପର୍ଯ୍ୟଟକମାନେ ଆସିବା ସହ ବେପାର ଓ ସ୍ଥାନୀୟ ଲୋକଙ୍କ ରୋଜଗାର ବଢିବ ବୋଲି ପ୍ରଦୀପ ମାଝି କହିଛନ୍ତି ।

You Can Read :

https://www.prameyanews7.com/cm-approves-67-new-posts-for-enforcement-of-bda/

The post ଖୁବ୍‌ଶୀଘ୍ର ପୂରଣ ହେବ ମାଲକାନଗିରିବାସୀଙ୍କ ସ୍ବପ୍ନ, ବିମାନ ବନ୍ଦର କାମର କଲେ ପ୍ରଦୀପ ମାଝି appeared first on Prameya News7.