ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’
କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ ରୋଜାଲିନ ସାହୁଙ୍କୁ ବୀଭତ୍ସ ଭାବେ ହତ୍ୟା ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କୁ ଗିରଫ କାହିଁକି ଗିରଫ କରାଯାଉ ନାହିଁ। ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ପ୍ରଚାରରେ ଯାଇ ପୋଲିସକୁ ଚାଲେଞ୍ଜ କରୁଥିଲେ ହେଁ କାହିଁକି ଧରା ଯାଉନାହାନ୍ତି ବୋଲି ତାଙ୍କ ମା’ ରେବତୀ ସାହୁ କହିବା ସହ ଶନିବାର ଝିଅର ଫଟୋକୁ ରଖି […] The post ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’ appeared first on Dharitri Odia News.
କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ ରୋଜାଲିନ ସାହୁଙ୍କୁ ବୀଭତ୍ସ ଭାବେ ହତ୍ୟା ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କୁ ଗିରଫ କାହିଁକି ଗିରଫ କରାଯାଉ ନାହିଁ। ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ପ୍ରଚାରରେ ଯାଇ ପୋଲିସକୁ ଚାଲେଞ୍ଜ କରୁଥିଲେ ହେଁ କାହିଁକି ଧରା ଯାଉନାହାନ୍ତି ବୋଲି ତାଙ୍କ ମା’ ରେବତୀ ସାହୁ କହିବା ସହ ଶନିବାର ଝିଅର ଫଟୋକୁ ରଖି ପ୍ରତୀକ ଅନଶନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ନ୍ୟାୟ ମାଗିଛନ୍ତି। ଏନେଇ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ପ୍ରାୟ ଦୁଇ ଘଣ୍ଟା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। କେନ୍ଦୁଝର ଘଟଗାଁ ଥାନାରେ ଅଭିଯୁକ୍ତ ପ୍ରକାଶ ମଲ୍ଲିକଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏନେଇ ପ୍ରାମାଣିକ ତଥ୍ୟ ପୋଲିସ ନିକଟରେ ଥିଲେ ହେଁ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରିଥିବା ବେଳେ ଏବେ ତଦନ୍ତ ଚାଲିଛି। ମାମଲା ଉଚ୍ଚ ନ୍ୟାୟାଳୟରେ ଥିବା ବେଳେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ ପହଞ୍ଚିଛି। ଏଭଳି ସମୟ ରେ ଅଭିଯୁକ୍ତ ଖୁଲମଖୁଲା ପ୍ରାର୍ଥୀଙ୍କ ସହିତ ବୁଲି ପ୍ରଚାର କରିବା ଓ ଫଟୋ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଜିଲା ନିର୍ବାଚନ ଅଧିକାରୀ, ପର୍ଯ୍ୟବେକ୍ଷକଙ୍କୁ ଲିଖିତ ଜଣାଇ ଥିବା ସେ କହିଛନ୍ତି। ତାଙ୍କ ଝିଅଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଛି। ଏଣୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ମୁଁ ନିର୍ଦ୍ଦୋଷ। ପୋଲିସ ପକ୍ଷରୁ ମୋତେ କୌଣସି ନୋଟିସ୍ ମିଳିନାହିଁ ବୋଲି ପ୍ରକାଶ ମଲ୍ଲିକ କହିଛନ୍ତି। ଝିଅର ମୃତ୍ୟୁକୁ ନେଇ ଦୀର୍ଘ ବର୍ଷ ହେଲା ଅସହାୟ ମା’ ଆଇନର ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ଏକାକୀ ଲଢେଇ କରି ଆସୁଥିବା ବେଳେ, ପ୍ରଶାସନିକ ବ୍ୟବସ୍ଥାରୁ ନ୍ୟାୟ ନ ପାଇ ଶେଷରେ ଅନଶନରେ ବସିବା ଦୁର୍ଭାଗ୍ୟପୂର୍ଣ୍ଣ। ଏଣୁ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସ ତତ୍ପରତା ଦେଖାଇ ପଦକ୍ଷେପ ଗ୍ରହଣ କରିବାକୁ ସାମାଜିକ କର୍ମୀ ଦିଲୀପ ସାହୁ କହିଛନ୍ତି।
The post ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’ appeared first on Dharitri Odia News.