ଖୁଡ଼ୀ ମୁଣ୍ଡକୁ ପଥରରେ ଛେଚିଦେଲା ପୁତୁରା, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର
ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କାଂଶ ପଞ୍ଚାୟତ ଅଧୀନ କୋହ୍ଲାପାଳ ଗାଁର ନିଶିକାନ୍ତ ପଣ୍ଡାଙ୍କ ପୁଅ ଅସିତଙ୍କ ସହ ସେହି ଗାଁର ସନ୍ତୋଷ ପଣ୍ଡାଙ୍କ ପୁଅ ଜିତୁ ଓରଫ ଅମିତ(୩୩)ଙ୍କ ବଚସା ହୋଇ ହାତାହାତି ହୋଇଥିଲେ । ଏହି ଗଣ୍ଡଗୋଳକୁ ରୋକିବାକୁ ଉଭୟ ପରିବାରର ସଦସ୍ୟ ସେଠାରେ ଉପସ୍ଥିତ ରହିଥିଲେ । ସମ୍ପର୍କୀୟ ପୁତୁରା ଅମିତ ଏକ ପଥରରେ ଖୁଡ଼ୀ ତଥା ଅସିତଙ୍କ ମା’ […]

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କାଂଶ ପଞ୍ଚାୟତ ଅଧୀନ କୋହ୍ଲାପାଳ ଗାଁର ନିଶିକାନ୍ତ ପଣ୍ଡାଙ୍କ ପୁଅ ଅସିତଙ୍କ ସହ ସେହି ଗାଁର ସନ୍ତୋଷ ପଣ୍ଡାଙ୍କ ପୁଅ ଜିତୁ ଓରଫ ଅମିତ(୩୩)ଙ୍କ ବଚସା ହୋଇ ହାତାହାତି ହୋଇଥିଲେ । ଏହି ଗଣ୍ଡଗୋଳକୁ ରୋକିବାକୁ ଉଭୟ ପରିବାରର ସଦସ୍ୟ ସେଠାରେ ଉପସ୍ଥିତ ରହିଥିଲେ । ସମ୍ପର୍କୀୟ ପୁତୁରା ଅମିତ ଏକ ପଥରରେ ଖୁଡ଼ୀ ତଥା ଅସିତଙ୍କ ମା’ ସଞ୍ଜୁଲତାଙ୍କ ମୁଣ୍ଡକୁ ଛେଚି ଦେବାରୁ ରକ୍ତଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଆମ୍ବୁଲାନ୍ସରେ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଏହି ପାରିବାରିକ କଳହରେ ହତ୍ୟା ଅଭିଯୁକ୍ତ ପୁତୁରା ଅମିତ ଓ ତାଙ୍କ ବାପା ସନ୍ତୋଷ ମଧ୍ୟ ଲହୁଲୁହାଣ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଥାନାରେ ଏ ସମ୍ପର୍କରେ ଏତଲା ଦିଆଯିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।