ଖେଳ ରତ୍ନ ପୁରସ୍କାର: ଜାଣନ୍ତୁ କେତେ ଟଙ୍କା ପାଇବେ ମନୁ ଭାକର, ହରମନପ୍ରୀତ ସିଂହ, ଡି.ଗୁକେଶ ଏବଂ ପ୍ରବୀଣ

ନୂଆଦିଲ୍ଲୀ:  କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଗୁରୁବାର ଚଳିତ ବର୍ଷ ପାଇଁ ଚାରି ଜଣ ଉତ୍କୃଷ୍ଟ ଖେଳାଳିଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ, ପ୍ରତିଷ୍ଠିତ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କାର ବିଜେତାଙ୍କ ମଧ୍ୟରେ ରହିଛନ୍ତି ମନୁ ଭାକର, ହରମନପ୍ରୀତ ସିଂହ, ପ୍ରବୀଣ କୁମାର ଏବଂ ଡି. ଗୁକେଶ। ଜାନୁଆରୀ ୧୭ରେ ରାଷ୍ଟ୍ରପତି ଭବନରେ ଏମାନଙ୍କୁ ପୁରସ୍କାର ଦିଆଯିବ। ୨୦୨୪ ପ୍ୟାରିସ ଅଲିମ୍ପିକରେ ସୁଟିଂରେ ଦୁଇଟି କାଂସ୍ୟ ପଦକ ଜିତିଥିଲେ ମନୁ ଭାକର। ସେହିଭଳି ପ୍ୟାରିସ ଅଲିମ୍ପିକରେ ଭାରତର କାଂସ୍ୟ ପଦକ ବିଜେତା ତଥା ହକି ଟିମ୍‌ର ମୁଖ୍ୟ ଖେଳାଳୀ ହରମନପ୍ରୀତ ସିଂହ, ପାରାଲିମ୍ପିକରେ ହାଇ ଜମ୍ପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରବୀଣ କୁମାର ଏବଂ ନିକଟରେ ସବୁଠୁ କମ୍ ବୟସ୍କ ଚେସ୍‌ ଚାମ୍ପିୟନ ହୋଇଥିବା ଡି.ଗୁକେଶଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି।ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାର ରାଶିପୁରସ୍କାର ରାଶି କଥା କହିଲେ ଭାରତ ସରକାର ପ୍ରତି ଖେଳ ରତ୍ନ ବିଜେତାଙ୍କୁ ୨୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଦେଇଥାନ୍ତି। ଏହା ସହ ଟ୍ରଫି ଏବଂ ମାନପତ୍ର ମଧ୍ୟ ଦିଆଯାଇଥାଏ। ୨୦୨୦ରେ ହିଁ ପୁରସ୍କାରରେ ମିଳୁଥିବା ରାଶି ୭.୫ ଲକ୍ଷ ଟଙ୍କାଙ୍କୁ ବୃଦ୍ଧି କରାଯାଇ ୨୫ ଲକ୍ଷ କରାଯାଇଥିଲା।୩୨ ଜଣକୁ ଖେଳାଳିଙ୍କୁ ମିଳିବ ଅର୍ଜୁନ ପୁରସ୍କାର:ଗୁରୁବାର ଅର୍ଜୁନ ପୁରସ୍କାର ମଧ୍ୟ ଘୋଷଣା

ଖେଳ ରତ୍ନ ପୁରସ୍କାର: ଜାଣନ୍ତୁ କେତେ ଟଙ୍କା ପାଇବେ ମନୁ ଭାକର, ହରମନପ୍ରୀତ ସିଂହ, ଡି.ଗୁକେଶ ଏବଂ ପ୍ରବୀଣ

ନୂଆଦିଲ୍ଲୀ:  କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଗୁରୁବାର ଚଳିତ ବର୍ଷ ପାଇଁ ଚାରି ଜଣ ଉତ୍କୃଷ୍ଟ ଖେଳାଳିଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ, ପ୍ରତିଷ୍ଠିତ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କାର ବିଜେତାଙ୍କ ମଧ୍ୟରେ ରହିଛନ୍ତି ମନୁ ଭାକର, ହରମନପ୍ରୀତ ସିଂହ, ପ୍ରବୀଣ କୁମାର ଏବଂ ଡି. ଗୁକେଶ। ଜାନୁଆରୀ ୧୭ରେ ରାଷ୍ଟ୍ରପତି ଭବନରେ ଏମାନଙ୍କୁ ପୁରସ୍କାର ଦିଆଯିବ। 

୨୦୨୪ ପ୍ୟାରିସ ଅଲିମ୍ପିକରେ ସୁଟିଂରେ ଦୁଇଟି କାଂସ୍ୟ ପଦକ ଜିତିଥିଲେ ମନୁ ଭାକର। ସେହିଭଳି ପ୍ୟାରିସ ଅଲିମ୍ପିକରେ ଭାରତର କାଂସ୍ୟ ପଦକ ବିଜେତା ତଥା ହକି ଟିମ୍‌ର ମୁଖ୍ୟ ଖେଳାଳୀ ହରମନପ୍ରୀତ ସିଂହ, ପାରାଲିମ୍ପିକରେ ହାଇ ଜମ୍ପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରବୀଣ କୁମାର ଏବଂ ନିକଟରେ ସବୁଠୁ କମ୍ ବୟସ୍କ ଚେସ୍‌ ଚାମ୍ପିୟନ ହୋଇଥିବା ଡି.ଗୁକେଶଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି।

ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାର ରାଶି

ପୁରସ୍କାର ରାଶି କଥା କହିଲେ ଭାରତ ସରକାର ପ୍ରତି ଖେଳ ରତ୍ନ ବିଜେତାଙ୍କୁ ୨୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଦେଇଥାନ୍ତି। ଏହା ସହ ଟ୍ରଫି ଏବଂ ମାନପତ୍ର ମଧ୍ୟ ଦିଆଯାଇଥାଏ। ୨୦୨୦ରେ ହିଁ ପୁରସ୍କାରରେ ମିଳୁଥିବା ରାଶି ୭.୫ ଲକ୍ଷ ଟଙ୍କାଙ୍କୁ ବୃଦ୍ଧି କରାଯାଇ ୨୫ ଲକ୍ଷ କରାଯାଇଥିଲା।

୩୨ ଜଣକୁ ଖେଳାଳିଙ୍କୁ ମିଳିବ ଅର୍ଜୁନ ପୁରସ୍କାର:

ଗୁରୁବାର ଅର୍ଜୁନ ପୁରସ୍କାର ମଧ୍ୟ ଘୋଷଣା କରିଥିଲେ ସରକାର। ଘୋଷଣା ଅନୁଯାୟୀ ଏଥର ସମୁଦାୟ ୩୨ ଆଥଲିଟ୍‌ଙ୍କୁ ମିଳିବ ଏହି ପୁରସ୍କାର। ସେମାନଙ୍କ ମଧ୍ୟରେ ରହିଛନ୍ତି, ଜ୍ୟୋତି ୟାରାଜୀ, ଅନ୍ନୁ ରାନୀ, ନୀତୁ, ସ୍ବିଟି, ଭନ୍ତିକା ଅଗ୍ରୱାଲ, ସଲିମା ଟେଟେ, ଅଭିଷେକ, ସଞ୍ଜୟ, ଜରମନପ୍ରୀତ ସିଂ, ସୁଖଜିତ୍ ସିଂ, ରାକେଶ କୁମାର, ପ୍ରୀତି ପାଲ, ଜୀବନଜୀ ଦୀପ୍ତି, ଅଜିତ ସିଂ। ସଚିନ୍ ସରଜେରାଓ ଖିଲାରୀ, ଧରମବୀର, ପ୍ରଣବ ସୁରମା, ଏଚ୍‌ ହୋକାଟୋ ସେମା, ସିମରନ୍, ନବଦୀପ, ନୀତେଶ କୁମାର, ଥୁଲସିମଥୀ ମୁରୁଗେସନ, ନିତ୍ୟା ଶ୍ରୀ ସୁମତି ସିବନ, ମନୀଷା ରାମଦାସ, କପିଲ ପରମାର, ମୋନା ଅଗ୍ରୱାଲ, ରୁବିନା ଫ୍ରାନ୍ସିସ୍, ସ୍ବପ୍ନିଲ ସୁରେଶ କୁସାଲେ, ସରବଜୋତ ସିଂ, ଅଭୟ ସିଂ, ସାଜନ ପ୍ରକାଶ ଏବଂ ଅମନ।