ଖୋର୍ଦ୍ଧାରେ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସର ଫ୍ଲାଗମାର୍ଚ୍ଚ, ୭ ପ୍ଲାଟୁନ ଫୋର୍ସ ମୁତୟନ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସର ଫ୍ଲାଗମାର୍ଚ୍ଚ । ଘଟଣାକୁ ନେଇ ମୁକୁନ୍ଦପ୍ରସାଦରେ ପହଞ୍ଚି ସ୍ଥିତି ପରଖିଛନ୍ତି ପୋଲିସ ଡିଜି, ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ । ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଖୋର୍ଦ୍ଧାରେ ମୁକୁନ୍ଦପ୍ରସାଦ ଗାଁର ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ । ପୋଡା ସାହିର କିଛି ଲୋକ ଖଣ୍ଡାରେ ହାଣିଥିବା ସୂଚନା ରହିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି […] The post ଖୋର୍ଦ୍ଧାରେ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସର ଫ୍ଲାଗମାର୍ଚ୍ଚ, ୭ ପ୍ଲାଟୁନ ଫୋର୍ସ ମୁତୟନ appeared first on KNews Odisha.

ଖୋର୍ଦ୍ଧାରେ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସର ଫ୍ଲାଗମାର୍ଚ୍ଚ, ୭ ପ୍ଲାଟୁନ ଫୋର୍ସ ମୁତୟନ
flagmarch

ଖୋର୍ଦ୍ଧା : ଖୋର୍ଦ୍ଧାରେ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସର ଫ୍ଲାଗମାର୍ଚ୍ଚ । ଘଟଣାକୁ ନେଇ ମୁକୁନ୍ଦପ୍ରସାଦରେ ପହଞ୍ଚି ସ୍ଥିତି ପରଖିଛନ୍ତି ପୋଲିସ ଡିଜି, ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ । ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଖୋର୍ଦ୍ଧାରେ ମୁକୁନ୍ଦପ୍ରସାଦ ଗାଁର ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ ।

ପୋଡା ସାହିର କିଛି ଲୋକ ଖଣ୍ଡାରେ ହାଣିଥିବା ସୂଚନା ରହିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏବେବି ମୁକୁନ୍ଦପ୍ରସାଦ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି ।  ୭ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ସ୍ଥିତିକୁ ଦେଖି ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକ ସେଠାକୁ ଯାଇଥିବା ବେଳେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ର ଧାରା୧୬୩ ଲାଗୁ କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

The post ଖୋର୍ଦ୍ଧାରେ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସର ଫ୍ଲାଗମାର୍ଚ୍ଚ, ୭ ପ୍ଲାଟୁନ ଫୋର୍ସ ମୁତୟନ appeared first on KNews Odisha.