ଖୋଲିବନି ରତ୍ନଭଣ୍ଡାର, ମନା କଲେ ମନ୍ତ୍ରୀ

ଭୁବନେଶ୍ୱର,୧୯ା୬: ରତ୍ନଭଣ୍ଡାର ଆସନ୍ତା ଜୁଲାଇ ୮ରେ ଖୋଲିବ ବୋଲି ଜଣେ ଏଏସ୍‌ଆଇ ଅଧିକାରୀ କହିଥିଲେ। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନଭଣ୍ଡାର କେବେ ଖୋଲାଯିବ ନିଷ୍ପତ୍ତି ହୋଇନି। ଜଣେ ଏଏସ୍‌ଆଇ ଅଧିକାରୀ ଏ ସମ୍ପର୍କରେ କହି ଭ୍ରାନ୍ତି ସୃଷ୍ଟି କରିଛନ୍ତି ବୋଲି ସେ ତାଙ୍କ ବିବୃତ୍ତିରେ କହିଛନ୍ତି। ନିଜ ଦୋଷ ତ୍ରୁଟି ଲୁଚାଇବାକୁ ଯାଇ ଅଧିକାରୀ ଜଣଙ୍କ ଏଭଳି ମନ୍ତବ୍ୟ ଦେଇଛନ୍ତି। ସଂପୃକ୍ତ ଏସ୍‌ଆଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […] The post ଖୋଲିବନି ରତ୍ନଭଣ୍ଡାର, ମନା କଲେ ମନ୍ତ୍ରୀ appeared first on Dharitri Odia News.

ଖୋଲିବନି ରତ୍ନଭଣ୍ଡାର, ମନା କଲେ ମନ୍ତ୍ରୀ

ଭୁବନେଶ୍ୱର,୧୯ା୬: ରତ୍ନଭଣ୍ଡାର ଆସନ୍ତା ଜୁଲାଇ ୮ରେ ଖୋଲିବ ବୋଲି ଜଣେ ଏଏସ୍‌ଆଇ ଅଧିକାରୀ କହିଥିଲେ। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନଭଣ୍ଡାର କେବେ ଖୋଲାଯିବ ନିଷ୍ପତ୍ତି ହୋଇନି। ଜଣେ ଏଏସ୍‌ଆଇ ଅଧିକାରୀ ଏ ସମ୍ପର୍କରେ କହି ଭ୍ରାନ୍ତି ସୃଷ୍ଟି କରିଛନ୍ତି ବୋଲି ସେ ତାଙ୍କ ବିବୃତ୍ତିରେ କହିଛନ୍ତି।

ନିଜ ଦୋଷ ତ୍ରୁଟି ଲୁଚାଇବାକୁ ଯାଇ ଅଧିକାରୀ ଜଣଙ୍କ ଏଭଳି ମନ୍ତବ୍ୟ ଦେଇଛନ୍ତି। ସଂପୃକ୍ତ ଏସ୍‌ଆଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କେବେ ରତ୍ନଭଣ୍ଡାର ଖୋଲାଯିବ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

The post ଖୋଲିବନି ରତ୍ନଭଣ୍ଡାର, ମନା କଲେ ମନ୍ତ୍ରୀ appeared first on Dharitri Odia News.