ଗଙ୍ଗାଜଳ ହାତରେ ଧରି ରାଣ ପକାଯାଏ…ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଏମିତି କାହିଁକି କହିଲେ ଅଖିଳେଶ
ନୂଆଦିଲ୍ଲୀ,୨।୭: ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ସଂସଦରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଅଖିଳେଶ ଯାଦବ ପ୍ରଥମେ ନୂତନ ଏମ୍ପିମାନଙ୍କୁ ସ୍ବାଗତ କରିଥିଲେ। ଭାଷଣ ଆରମ୍ଭ କରିବାର କିଛି ସମୟ ପରେ ସେ ଗଙ୍ଗା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ଅଖିଳେଶ ଯାଦବ କହିଛନ୍ତି, ଲୋକମାନେ କ୍ୟୁଟୋ ଫଟୋ ନେଇ ବାରାଣସୀରେ ଖୋଜୁଛନ୍ତି, ସେମାନେ ଭାବୁଛନ୍ତି ଯେ ଯେଉଁ ଦିନ ଗଙ୍ଗା ସଫା ହେବ, ସେମାନେ ବୋଧହୁଏ କ୍ୟୁଟୋ […] The post ଗଙ୍ଗାଜଳ ହାତରେ ଧରି ରାଣ ପକାଯାଏ…ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଏମିତି କାହିଁକି କହିଲେ ଅଖିଳେଶ appeared first on Dharitri Odia News.
ନୂଆଦିଲ୍ଲୀ,୨।୭: ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ସଂସଦରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଅଖିଳେଶ ଯାଦବ ପ୍ରଥମେ ନୂତନ ଏମ୍ପିମାନଙ୍କୁ ସ୍ବାଗତ କରିଥିଲେ। ଭାଷଣ ଆରମ୍ଭ କରିବାର କିଛି ସମୟ ପରେ ସେ ଗଙ୍ଗା ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ।
ଅଖିଳେଶ ଯାଦବ କହିଛନ୍ତି, ଲୋକମାନେ କ୍ୟୁଟୋ ଫଟୋ ନେଇ ବାରାଣସୀରେ ଖୋଜୁଛନ୍ତି, ସେମାନେ ଭାବୁଛନ୍ତି ଯେ ଯେଉଁ ଦିନ ଗଙ୍ଗା ସଫା ହେବ, ସେମାନେ ବୋଧହୁଏ କ୍ୟୁଟୋ ପାଇବେ। ୟୁପିର ଲୋକମାନେ କହୁଛନ୍ତି, ଯେଉଁ ଗଙ୍ଗାଜଳକୁ ହାତରେ ନେଇ ରାଣ ପକାଯାଏ, ଅନ୍ତତଃପକ୍ଷେ ତାହାକୁ ନେଇ ମିଛ କୁହାଯିବା ଉଚିତ୍ ନୁହେଁ। ଏଠାରେ ବିକାଶ ନଁାରେ କୋଟି କୋଟି ଟଙ୍କା ଲୁଟ୍ ହେଉଛି।
ଏସପି ମୁଖ୍ୟ ଏହା ମଧ୍ୟ କହିଛନ୍ତି, ଏହା ସଂଖ୍ୟାଗରିଷ୍ଠ ସରକାର ନୁହେଁ। ସହଯୋଗ ଦ୍ୱାରା ପରିଚାଳିତ ଏକ ସରକାର। ୟୁପିରେ ଶିକ୍ଷା ମାଫିଆ ଜନ୍ମ ନେଇଛନ୍ତି। ୟୁପିରେ ପେପର୍ ଲିକ ହୋଇଛି। ନିଟ୍ ପେପର୍ ମଧ୍ୟ ଲିକ ହୋଇଛି। ଚାକିରି ଯୋଗାଇବାକୁ ଚାହୁଁ ନ ଥିବାରୁ ଏହି ସରକାର ପେପର ଲିକ କରୁଛନ୍ତି।
The post ଗଙ୍ଗାଜଳ ହାତରେ ଧରି ରାଣ ପକାଯାଏ…ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଏମିତି କାହିଁକି କହିଲେ ଅଖିଳେଶ appeared first on Dharitri Odia News.