ଗଛରେ ଗାମୁଛା ଦେଇ ଝୁଲିପଡ଼ିଲେ ଯୁବକ: ବାପା ଦେଖିବାରୁ…
ଲାଞ୍ଜିଗଡ଼,୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଧୌଂରାଭଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗାଁର ଜଳଧର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଟିକେରାମ ପାତ୍ର (୨୧) କୌଣସି କାରଣକୁ ନେଇ ସୀତାପୁର ଗାଁ ନିକଟସ୍ଥ ଏକ ଗଛରେ ନିଜ ଗାମୁଛା ବେକରେ ଦେଇ ଆତ୍ମହତ୍ୟା କରିଛନ୍ତି। ସୂଚନାନୁସାରେ, ମୃତ ଟିକେରାମ ସୋମବାର ବଡ଼ି ଭୋରରୁ ଉଠି ଶୌଚ ପାଇଁ ଯାଇଥିଲେ ଏବଂ ସକାଳେ ତାଙ୍କ […] The post ଗଛରେ ଗାମୁଛା ଦେଇ ଝୁଲିପଡ଼ିଲେ ଯୁବକ: ବାପା ଦେଖିବାରୁ… appeared first on Dharitri Odia News.
ଲାଞ୍ଜିଗଡ଼,୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଧୌଂରାଭଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗାଁର ଜଳଧର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଟିକେରାମ ପାତ୍ର (୨୧) କୌଣସି କାରଣକୁ ନେଇ ସୀତାପୁର ଗାଁ ନିକଟସ୍ଥ ଏକ ଗଛରେ ନିଜ ଗାମୁଛା ବେକରେ ଦେଇ ଆତ୍ମହତ୍ୟା କରିଛନ୍ତି।
ସୂଚନାନୁସାରେ, ମୃତ ଟିକେରାମ ସୋମବାର ବଡ଼ି ଭୋରରୁ ଉଠି ଶୌଚ ପାଇଁ ଯାଇଥିଲେ ଏବଂ ସକାଳେ ତାଙ୍କ ବାପା ଶୌଚ ପାଇଁ ସୀତାପୁର ଗ୍ରାମକୁ ଯିବା ରାସ୍ତାରେ ଯାଉଥିବା ବେଳେ ଗ୍ରାମ ନିକଟସ୍ଥ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ଥାରେ ନିଜ ପୁଅକୁ ଦେଖିଥିଲେ ଏବଂ ଗାଁ ଲୋକଙ୍କ ସହାୟତାରେ ତଳକୁ ଓହ୍ଲାଇ ଘରକୁ ଆଣିଥିଲେ I ଘରକୁ ଆଣିଥିବା ପରେ ଟିକେରାମର ମୃତ୍ୟୁ ହୋଇଥିବା ଜାଣି ତାଙ୍କ ପିତା ଜଳଧର ପାତ୍ର ସୋମବାର ସକାଳେ ବିଶ୍ୱନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I
ଏ ସମ୍ପର୍କରେ ସୂଚନା ପାଇ ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମଙ୍କ ନେତୃତ୍ୱରେ ଥାନା କର୍ମଚାରୀ ଏବଂ ପୋଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମୃତଦେହ ଜବତ କରିବା ସହିତ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଟିକେରାମକୁ ମୃତ ଘୋଷଣା କରିବା ସହିତ ମୃତଦେହ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ I ଏ ନେଇ ବିଶ୍ୱନାଥପୁର ଥାନା ପକ୍ଷରୁ କେଶ ନଂ ୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଛନ୍ତି I ବର୍ତ୍ତମାନ ଟିକେରାମଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୁର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I
The post ଗଛରେ ଗାମୁଛା ଦେଇ ଝୁଲିପଡ଼ିଲେ ଯୁବକ: ବାପା ଦେଖିବାରୁ… appeared first on Dharitri Odia News.