ଗଞ୍ଜା ରାବ ଯୋଗୁଁ ମେଣ୍ଟୁନି ପାହାନ୍ତି ନିଦ; କୁକୁଡ଼ା ନାଁରେ ଆରଡିଓରେ ମାମଲା

ନୂଆଦିଲ୍ଲୀ: ସକାଳୁ ଯଦି ନିଦ ଖରାପ ହୁଏ, ତେବେ ଦିନଟା ଭଲରେ କଟି ନଥାଏ । ଭୋର ସମୟକୁ ବିଶ୍ରାମର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ବୋଲି ମାନିନିଆଯାଏ । କେହି କେହି ଆଲାରାମକୁ ବନ୍ଦ କରି ଏହି ସମୟରେ ଶୋଇ ଯାଇଥାନ୍ତି । ଯଦି ଏହି ସମୟରେ ନିଦ ଖରାପ ହୋଇଯାଏ, ତେବେ ଦିନ ତମାମ ମଣିଷ ଭିତରେ ଅଳସୁଆପଣ ଦେଖିବାକୁ ମିଳିଥାଏ । କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହୋଇନଥାଏ  । ପ୍ରତିଦନ ସକାଳୁ ଏଭଳି ହେଲେ, କିମ୍ବା ଭୋର ୩ଟାରୁ ଗଞ୍ଜା ରାବ ଛାଡ଼ିଲେ, ଆପଣ ଯେତେ ଗଭୀର ନିଦରେ ବି ଶୋଇଲେ ନିଦ ଭାଙ୍ଗିଯିବ । ଏଭଳି କିଛି ଘଟଣା ଘଟିଛି କେରଳରେ । ପଥାନାମଥିଟ୍ଟା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ସହିତ ଏଭଳି କିଛି ଘଟିଛି । ଶେଷରେ ବାଧ୍ୟ ହୋଇ କୁକୁଡ଼ା ବିରୋଧରେ ମାମଲା ରୁଜୁ କରିଛନ୍ତି । କୁକୁଡ଼ା ରାବରେ ଚିନ୍ତିତ: ପ୍ରତିଦିନ କୁକୁଡ଼ା ରାବ ଶୁଣି ଚିନ୍ତିତ ଥିବା ବ୍ୟକ୍ତି ରାଧାକୃଷ୍ଣ କୁରୂପ ପଥାନାମଥିଟ୍ଟା ଜିଲ୍ଲାର ଆରଡିଓରେ ଅଭିଯୋଗ କରିଛନ୍ତି । ଭୋରରୁ ଗାଞ୍ଜା ରାବ ଶୁଣି ତାଙ୍କ ନିଦ ଭାଙ୍ଗି ଯାଉଛି ଏବଂ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ୁଛି ସେ କହିଛନ୍ତି । ପଡ଼ୋଶୀଙ୍କ କୁକୁଡ଼ା ପାଇଁ ପ୍ରତିଦିନ ଭୋର ୩ଟାରୁ ନିଦ ଭାଙ୍ଗିବା ତାଙ୍କର ଏକ ରୁଟିନ୍ ହୋଇଗଲାଣି । ଅନୁଲ କୁମାରଙ୍କ କୁକୁଡ଼ା ରାବ ଯୋଗୁ ତାଙ୍କର ନିଦ ଭାଙ୍ଗି ଯାଉଥିବା ସେ କହିଛନ୍ତି । ଏହି ଘଟଣାକୁ ଆରଡିଓ ଅତି ଗମ୍ଭୀରତାର ସହିତ ନେଇଛନ୍ତି । ଯାଞ୍ଚରୁ ଜଣାପଡ଼ିଛି ଯେ,

ଗଞ୍ଜା ରାବ ଯୋଗୁଁ ମେଣ୍ଟୁନି ପାହାନ୍ତି ନିଦ; କୁକୁଡ଼ା ନାଁରେ ଆରଡିଓରେ ମାମଲା

ନୂଆଦିଲ୍ଲୀ: ସକାଳୁ ଯଦି ନିଦ ଖରାପ ହୁଏ, ତେବେ ଦିନଟା ଭଲରେ କଟି ନଥାଏ । ଭୋର ସମୟକୁ ବିଶ୍ରାମର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ବୋଲି ମାନିନିଆଯାଏ । କେହି କେହି ଆଲାରାମକୁ ବନ୍ଦ କରି ଏହି ସମୟରେ ଶୋଇ ଯାଇଥାନ୍ତି । ଯଦି ଏହି ସମୟରେ ନିଦ ଖରାପ ହୋଇଯାଏ, ତେବେ ଦିନ ତମାମ ମଣିଷ ଭିତରେ ଅଳସୁଆପଣ ଦେଖିବାକୁ ମିଳିଥାଏ । କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହୋଇନଥାଏ  । ପ୍ରତିଦନ ସକାଳୁ ଏଭଳି ହେଲେ, କିମ୍ବା ଭୋର ୩ଟାରୁ ଗଞ୍ଜା ରାବ ଛାଡ଼ିଲେ, ଆପଣ ଯେତେ ଗଭୀର ନିଦରେ ବି ଶୋଇଲେ ନିଦ ଭାଙ୍ଗିଯିବ । ଏଭଳି କିଛି ଘଟଣା ଘଟିଛି କେରଳରେ । ପଥାନାମଥିଟ୍ଟା ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ସହିତ ଏଭଳି କିଛି ଘଟିଛି । ଶେଷରେ ବାଧ୍ୟ ହୋଇ କୁକୁଡ଼ା ବିରୋଧରେ ମାମଲା ରୁଜୁ କରିଛନ୍ତି । 

କୁକୁଡ଼ା ରାବରେ ଚିନ୍ତିତ: 

ପ୍ରତିଦିନ କୁକୁଡ଼ା ରାବ ଶୁଣି ଚିନ୍ତିତ ଥିବା ବ୍ୟକ୍ତି ରାଧାକୃଷ୍ଣ କୁରୂପ ପଥାନାମଥିଟ୍ଟା ଜିଲ୍ଲାର ଆରଡିଓରେ ଅଭିଯୋଗ କରିଛନ୍ତି । ଭୋରରୁ ଗାଞ୍ଜା ରାବ ଶୁଣି ତାଙ୍କ ନିଦ ଭାଙ୍ଗି ଯାଉଛି ଏବଂ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ୁଛି ସେ କହିଛନ୍ତି । ପଡ଼ୋଶୀଙ୍କ କୁକୁଡ଼ା ପାଇଁ ପ୍ରତିଦିନ ଭୋର ୩ଟାରୁ ନିଦ ଭାଙ୍ଗିବା ତାଙ୍କର ଏକ ରୁଟିନ୍ ହୋଇଗଲାଣି । ଅନୁଲ କୁମାରଙ୍କ କୁକୁଡ଼ା ରାବ ଯୋଗୁ ତାଙ୍କର ନିଦ ଭାଙ୍ଗି ଯାଉଥିବା ସେ କହିଛନ୍ତି । ଏହି ଘଟଣାକୁ ଆରଡିଓ ଅତି ଗମ୍ଭୀରତାର ସହିତ ନେଇଛନ୍ତି । ଯାଞ୍ଚରୁ ଜଣାପଡ଼ିଛି ଯେ, ଅନିଲଙ୍କ କୁକୁଡ଼ା ଫ୍ଲାଟର ସବୁଠୁ ଉପର ଫ୍ଲୋରରେ ରହୁଛି । ପ୍ରତଦିନ ଭୋର ୩ଟାରୁ ରାବ ଛାଡ଼ିବାରୁ ରାଧାକୃଷ୍ଣ କୁରୂପଙ୍କ ନିଦ ଭାଙ୍ଗି ଯାଉଛି । ତେଣୁ ସେ ୧୫ ଦିନ ଭିତରେ କୁକୁଡ଼ାକୁ ଉପର ଫ୍ଲୋରରୁ ତଳକୁ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇଡିଓ ।  ସୋଲିଆଲ୍ ମିଡିଆରେ ଏହି ଖବର ଭାଇରାଲ୍ ହେବାରେ ଲାଗିଛି ।...