ଗଞ୍ଜାମର ପାଟପୁର ଥାନାକୁ ମିଳିଲା ଦେଶର ଶ୍ରେଷ୍ଠ ଥାନା ପୁରସ୍କାର

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ୨ୟ ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲା ପାଟପୁର ଥାନାକୁ ପୁରସ୍କୃତ କରାଯାଇଛି। ଶୁକ୍ରବାର ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଜାତୀୟ ସ୍ତରୀୟ ଡି.ଜି ଓ ଆଇ.ଜି ସମ୍ମିଳନୀର ଉଦଘାଟନୀ ସମାରୋହରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ଉପସ୍ଥିତିରେ ପାଟପୁର ଥାନା ଷ୍ଟେସନ ହାଉସ ଅଫିସର ତଥା ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ […] The post ଗଞ୍ଜାମର ପାଟପୁର ଥାନାକୁ ମିଳିଲା ଦେଶର ଶ୍ରେଷ୍ଠ ଥାନା ପୁରସ୍କାର appeared first on Dharitri Odia News.

ଗଞ୍ଜାମର ପାଟପୁର ଥାନାକୁ ମିଳିଲା ଦେଶର ଶ୍ରେଷ୍ଠ ଥାନା ପୁରସ୍କାର

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ୨ୟ ଶ୍ରେଷ୍ଠ ଥାନା ଭାବେ ୨୦୨୪ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲା ପାଟପୁର ଥାନାକୁ ପୁରସ୍କୃତ କରାଯାଇଛି। ଶୁକ୍ରବାର ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଜାତୀୟ ସ୍ତରୀୟ ଡି.ଜି ଓ ଆଇ.ଜି ସମ୍ମିଳନୀର ଉଦଘାଟନୀ ସମାରୋହରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ଉପସ୍ଥିତିରେ ପାଟପୁର ଥାନା ଷ୍ଟେସନ ହାଉସ ଅଫିସର ତଥା ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ସମ୍ମାନଜନକ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ (ସିସିିଟିଏନ୍‌ଏସ୍‌) ରେ ଥାନାର କାର୍ଯ୍ୟଦକ୍ଷତା କୁ ମୂଲ୍ୟାୟନ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଗତ ୧୯୧୧ ମସିହାରେ ସ୍ଥାପିତ ପାଟପୁର ଥାନାକୁ ଏକ ଆଦର୍ଶ ଥାନାରେ ପରିଣତ କରିବା ସକାଶେ ପୂର୍ବରୁ ଥାନା ଅଧିକାରୀ ଅଜୟ କୁମାର ବାରିକ , ରମେଶ ଚନ୍ଦ୍ର ପ୍ରଧାନ , ସବ୍ୟସାଚୀ ମଲ୍ଲ , ନିକଟରେ ଅବସର ନେଇଥିବା ଅଜୟ କୁମାର ସ୍ବାଇଁ ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ ଶ୍ରେଷ୍ଠ ପୁରସ୍କାରର ଅଧିକାରୀ ହୋଇପାରିଥିବା କୁହାଯାଉଛି। ଥାନାରେ ଗଠନ କରାଯାଇଥିବା ଆମ ପୋଲିସ ସମିତି ପକ୍ଷରୁ ବାଲ୍ୟବିବାହ, ନାରୀ ନିର୍ଯାତନା,ସଡ଼କ ସୁରକ୍ଷା ଭଳି ବିଭିନ୍ନ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କେବଳ ସେତିକି ନୁହେଁ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ଆବଶ୍ୟକ ରକ୍ତ ୟୁନିଟ୍‌ର ଅଭାବ ଥିବାକୁ ଦୃଷ୍ଟିରେ ରଖି ପାଟପୁର ଥାନା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ପ୍ରାୟ ୧ ହଜାର ୟୁନିଟ ରକ୍ତ ସଂଗ୍ରହ କରି ବେଶ ସୁନାମ ଅର୍ଜନ କରିଥିଲା। ୨୦୨୧ ମସିହାରେ ରମେଶ ପ୍ରଧାନଙ୍କ ଅନ୍ୟ ଥାନାକୁ ବଦଳି ପରେ ଭଞ୍ଜନଗର ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟକରୁଥିବା ସବ୍ୟସାଚୀ ମଲ୍ଲ ପଦୋନ୍ନତି ପାଇ ପାଟପୁର ଥାନାରେ ଆଇଆଇସି ଭାବେ ଯୋଗ ଦେଇଥିଲେ। ପରେ ସେ ଶ୍ରେଷ୍ଠ ପୋଲିସ ଅଫିସର ଭାବେ ସାଧାରଣ ଜନତାଙ୍କ ପ୍ରିୟଭାଜନ ହୋଇପାରିଥିଲେ। ସାମଗ୍ରିକ ଦୃଷ୍ଟିକୋଣରୁ ସମୀକ୍ଷା କରାଯିବା ପରେ ରାଙ୍କିଂ ଅନୁଯାୟୀ ପାଟପୁର ଥାନାକୁ ଦେଶର ଶ୍ରେଷ୍ଠ ଥାନାର ମାନ୍ୟତା ମିଳିଛି। ଏବେ ପୁରସ୍କାର ପାଇବା ପରେ ଅତ୍ୟନ୍ତ ଭାବବିହ୍ବଳ ହୋଇ ସେ ଏହି ପୁରସ୍କାର ପାଟପୁର ଥାନା ଅଞ୍ଚଳବାସୀଙ୍କ ସହଯୋଗ ଯୋଗୁ ମିଳିପାରିଛି। ଗଞ୍ଜାମ ଏସ୍‌ପିଙ୍କ ପ୍ରେରଣା ଯୋଗୁ ସମସ୍ତ କାର୍ଯ୍ୟ ସମ୍ଭବ ହୋଇପାରିଥିବା କହିଛନ୍ତି।

The post ଗଞ୍ଜାମର ପାଟପୁର ଥାନାକୁ ମିଳିଲା ଦେଶର ଶ୍ରେଷ୍ଠ ଥାନା ପୁରସ୍କାର appeared first on Dharitri Odia News.