ଗଞ୍ଜାମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୪୦୫୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ଛତ୍ରପୁର, ୩୦।୩(ସନ୍ତୋଷ ପାଢ଼ୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କଳାହାଣ୍ତି ଭବାନୀପାଟଣା ରିସିଗାଁ ଶ୍ରୀକୃଷ୍ଣ ନଗର ପଡ଼ିଆଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲା ଛତ୍ରପୁର ସ୍ଥିତ ଅନଶ୍ଲୋ ଖେଳ ପଡ଼ିଆଠାରେ ଜ଼ିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗଞ୍ଜାମ ଜ଼ିଲାର ୪୦୫୪ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ ୩ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନା […] The post ଗଞ୍ଜାମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୪୦୫୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ appeared first on Dharitri Odia News.

ଗଞ୍ଜାମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୪୦୫୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ଛତ୍ରପୁର, ୩୦।୩(ସନ୍ତୋଷ ପାଢ଼ୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କଳାହାଣ୍ତି ଭବାନୀପାଟଣା ରିସିଗାଁ ଶ୍ରୀକୃଷ୍ଣ ନଗର ପଡ଼ିଆଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲା ଛତ୍ରପୁର ସ୍ଥିତ ଅନଶ୍ଲୋ ଖେଳ ପଡ଼ିଆଠାରେ ଜ଼ିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗଞ୍ଜାମ ଜ଼ିଲାର ୪୦୫୪ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ ୩ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନା ଦ୍ୱାରା ବିକଶିତ ହେବ ଆମ ଓଡ଼ିଶା ଏବଂ ପକ୍କାଘର ଆଶା ପୂରଣ ହେବ ବୋଲି କୁହାଯାଇଛି।

ଅନ୍ତ୍ୟୋଦୟ ଗୃହ ଯୋଜନାରେ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ, ବନ୍ୟା ବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାରଙ୍କୁ ଅଗ୍ରାଧିକାର ଭିତ୍ତରେ ଗୃହ ମଞ୍ଜୁର କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା, ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଉପାଧ୍ୟକ୍ଷା ଏସ୍‌. ରାଜେଶ୍ୱରୀ ଦୋରା, ଜ଼ିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ଛତ୍ରପୁର ଏନ୍‌ଏସି ଶର୍ମିଷ୍ଠା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ଏସ୍‌ ସାରଦା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।

The post ଗଞ୍ଜାମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୪୦୫୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ appeared first on Dharitri Odia News.