ଗଞ୍ଜାମରେ ପୁଣି ଫୁଟିଲା ଗୁଳି, ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳି ମାଡ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମରେ ପୁଣି ଫୁଟିଲା ଗୁଳି । କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ... The post ଗଞ୍ଜାମରେ ପୁଣି ଫୁଟିଲା ଗୁଳି, ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳି ମାଡ appeared first on .

ଗଞ୍ଜାମରେ ପୁଣି ଫୁଟିଲା ଗୁଳି, ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳି ମାଡ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମରେ ପୁଣି ଫୁଟିଲା ଗୁଳି । କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳି ମାଡ ହୋଇଛି। ଗୁଳି ମାଡର ଶିକାର ହୋଇଥିବା ମହିଳା ଜଣକ ହେଲେ ୪୦ବର୍ଷୀୟ ଭାବିନୀ ରାଉତ । ଭାବିନୀଙ୍କ ସଂପର୍କୀୟ ଭଣଜା ସୁରେଶ ପ୍ରଧାନ ଗୁଳି କରିଛନ୍ତି । ସୂଚନା ଅନୁସାରେ ଭଣଜା ସୁରେଶ ସୁଶାନ୍ତ ରାଉତ ଟାର୍ଗେଟ୍ କରିଥିଲେ । ତେବେ ସାମ୍ନାକୁ ଆସି ଯାଇଥିଲେ ସୁରେଶଙ୍କ ସ୍ତ୍ରୀ ଭାବିନୀ । ଭବାନୀଙ୍କୁ ଗୁରୁତର ଅବସ୍ଥାରେ ଗତ ବିଳମ୍ବିତ ରାତିରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ଖବର ପାଇ କୋଦଳା ପୋଲିସ ଗତ ରାତିରୁ ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି ।

The post ଗଞ୍ଜାମରେ ପୁଣି ଫୁଟିଲା ଗୁଳି, ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳି ମାଡ appeared first on .