ଗଞ୍ଜେଇ ଗଛ କାଟିବାକୁ ଯାଇ ହଟହଟା ହେଲା ପୁଲିସ; ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଘେରିଗଲେ

ଆଦିବାସୀମାନେ ପାହାଡକୁ କାଟି ଗଞ୍ଜେଇ ଚାଷ କରୁଥିବା ସୂଚନା ରହିଛି। 

ଗଞ୍ଜେଇ ଗଛ କାଟିବାକୁ ଯାଇ ହଟହଟା ହେଲା ପୁଲିସ; ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଘେରିଗଲେ

ଗଞ୍ଜେଇ ଗଛ କାଟିବାକୁ ଯାଇ ହଟହଟା ହେଲା ପୁଲିସ। ଗଂଜେଇ ଗଛ କାଟିବା ପୂର୍ବରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୁଲିସକୁ ଘେରିଯାଇଥିଲେ ଆଦିବାସୀ। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ।

ମାଲକାନଗିରି ଜିଲ୍ଲାରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ କରାଯାଇଛି। ମଙ୍ଗବାର ଦିନ ସକାଳେ କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର ବାୟାପଡା ଘାଟିରେ ଗଞ୍ଜେଇ ଗଛ କାଟିବା ପାଇଁ ଓର୍କେଲ ଥାନାର ପୁଲିସ ସହ ଯବାନମାନେ ଯାଇଥିଲେ।

ଏହି ସମୟରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଯବାନ ଓ ପୁଲିସଙ୍କୁ ଘେରିଯାଇଥିଲେ ଆଦିବାସୀ। ପରିସ୍ଥିତି ଏପରି ହୋଇଥିଲା ଯେ ପୁଲିସ ଘଟଣାସ୍ଥଳରୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ। ଆଦିବାସୀମାନେ ପାହାଡକୁ କାଟି ଗଞ୍ଜେଇ ଚାଷ କରୁଥିବା ସୂଚନା ରହିଛି। 

ଆଦିବାସୀ ମାନେ କହିଥିଲେ ଯେ,  ଆମ ପାଖରେ ଚାଷ ଉପଯୋଗୀ ଜମି ନାହିଁ।  ଆମକୁ ଚାଷ ଉପଯୋଗୀ ଜମି ଦିଅ। ଆମେ ଅନ୍ୟ ଚାଷ କରିବୁ, ଗଞ୍ଜେଇ ଚାଷ କରିବୁ ନାହିଁ। ଏହାସହ ଆମକୁ ସମସ୍ତ ପ୍ରକାର ସୁବିଧା ଦିଆଯାଉ।