ଗଞ୍ଜେଇ ମାଫିଆଙ୍କୁ ମାଡ଼ିବସିଲା ଏସଟିଏଫ୍ । ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ ।

କନକ ବ୍ୟୁରୋ: ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଏସଟିଏଫ । ଭୁବନେଶ୍ବର ଚନ୍ଦକା ରୋଡ଼ରେ ଏକ କାର ଭିତରୁ ଏକ କୁଇଣ୍ଟାଲ ଗଂଜେଇ ଜବତ ହୋଇଛି । ଏହାସହ ଏକ ମାରୁତି କାର ଜବତ କରାଯାଇଛି । ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା କନ୍ଧମାଳ ଗଂଜେଇ । ତିନି ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ବାନ୍ଧିଛି ଏସଟିଏଫ ।  ଗିରଫ ଅଭିଯୁକ୍ତ ହେଲେ ୩୯ ବର୍ଷିୟ ଅକ୍ଷୟ ବିନ୍ଧାଣି, ୩୮ ବର୍ଷିୟ କୁକୁନା ବେହେରା ଓ ୪୦ ବର୍ଷିୟ ବିକ୍ରମ ବେହେରା । ସମସ୍ତଙ୍କ ଘର କନ୍ଧମାଳ ଜିଲ୍ଲାରେ ବୋଲି ଜଣାପଡ଼ିଛି ।