ଗଞ୍ଜେଇ ଲିଙ୍କ : ୭ ପୋଲିସ କର୍ମଚାରୀ ନିଲମ୍ବିତ ୨ ବହିସ୍କୃତ
କୋରାପୁଟ : ଗଞ୍ଜେଇ ଚାଲାଣରେ ପୋଲିସର ସମ୍ପୃକ୍ତି ଅଭିଯୋଗ । ୧୧ ଜଣ ପୋଲିସ ଅଟକ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୨ ଜଣ ବହିସ୍କୃତ ହୋଇଛନ୍ତି । ଗଞ୍ଜେଇ ମାଫିଆଙ୍କୁ ପିଛା କରି ସେମାନଙ୍କ ସହ ଡିଲ କରିଥିବା ଅଭିଯୋଗ ହୋଇଥିଲା । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ଏସଆଇ,୨ ଜଣ ଏପିଏଫ ଓ ୨ ଜଣ କନଷ୍ଟେବଳ ଅଛନ୍ତି। ଏଥିସହ ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ସସ୍ପେଣ୍ଡ […]

କୋରାପୁଟ : ଗଞ୍ଜେଇ ଚାଲାଣରେ ପୋଲିସର ସମ୍ପୃକ୍ତି ଅଭିଯୋଗ । ୧୧ ଜଣ ପୋଲିସ ଅଟକ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୨ ଜଣ ବହିସ୍କୃତ ହୋଇଛନ୍ତି । ଗଞ୍ଜେଇ ମାଫିଆଙ୍କୁ ପିଛା କରି ସେମାନଙ୍କ ସହ ଡିଲ କରିଥିବା ଅଭିଯୋଗ ହୋଇଥିଲା । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ୩ ଜଣ ଏସଆଇ,୨ ଜଣ ଏପିଏଫ ଓ ୨ ଜଣ କନଷ୍ଟେବଳ ଅଛନ୍ତି। ଏଥିସହ ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ସସ୍ପେଣ୍ଡ କରାଯାଇଥିବା ବେଳେ ତାଲିମ ନେଉଥିବା ୨ ଜଣ ଏସଆଇଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କୋରାପୁଟ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୋରାପୁଟ ଏସପି ଅଭିନବ ସୋନକର ଘଟଣାର ତଦନ୍ତ କରୁଛନ୍ତି ।
ସୂଚନାନୁସାରେ,ସୋମବାର ବିଳମ୍ବିତ ରାତିରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ଓଡ଼ିଶା-ଆନ୍ଧ୍ର ସୀମାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଆନ୍ଧ୍ରରୁ ଏକ ଗଞ୍ଜେଇ ଟ୍ରକ୍ ଓଡ଼ିଶା ସୀମା ଦେଇ ବାହାର ରାଜ୍ୟକୁ ଯାଉଥିଲା। ମାଛକୁଣ୍ଡ ଓ ଲମତାପୁଟ ପୁଲିସ ଏହି ଗାଡ଼ିଟିକୁ ଅଟକାଇବା ସହ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିଥିଲେ। ପରେ ଗଞ୍ଜେଇ ମାଫିଆମାନେ ପୁଲିସ ସହ ଏକ ଡିଲ୍ କରିଥିଲେ। ତେବେ ଏହି ଘଟଣା ଜଣା ପଡିବା ପରେ ମଙ୍ଗଳବାଇଠାରୁ ଲଗାତାର ଖବର ପ୍ରସାରଣ ପରେ କୋରାପୁଟ ଏସପି ଘଟଣାର ତଦନ୍ତ କରି ମାଛକୁଣ୍ଡ ଥାନା ଓ ଲମତାପୁଟ ଥାନା କର୍ମଚାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହା ସହ ଫେରାର ହେଉଥିବା ଗଞ୍ଜେଇ ଗାଡିର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ପରେ ଅନ୍ୟ ଫେରାର ହୋଇଥିବା ଗଞ୍ଜେଇ ମାଫିଆମାନଙ୍କୁ ଗିରଫ କରାଯିବ ।