ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ବିମାନ କଟକଣା : ଜାନୁଆରୀ ୨୬ ଯାଏ ଏହି ସମୟରେ ଦିଲ୍ଲୀ ଆକାଶରେ ଉଡିବ ନାହିଁ ବିମାନ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆକଶମାର୍ଗରୁ କୌଣସି ଅଘଟଣକୁ ଏଡାଇବା ପାଇଁ ଆଜିଠାରୁ ଜାନୁଆରି ୨୬ତାରିଖ ଯାଏ ଦିଲ୍ଲୀ ଆକଶରେ ସକାଳ ୧୦.୨୦ରୁ ମଧ୍ୟାହ୍ନ ୧୨.୩୫ ପର୍ଯ୍ୟନ୍ତ କୌଣସି ବିମାନ ଉଡିବ ନାହିଁ। ଯାହା ଫଳରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ସମୟରେ ବିମାନ ଅବତରଣ ଓ ଉଡାଣ ବନ୍ଦ ରହିବ। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହରେ ଦେଶ […]

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ବିମାନ କଟକଣା : ଜାନୁଆରୀ ୨୬ ଯାଏ ଏହି ସମୟରେ ଦିଲ୍ଲୀ ଆକାଶରେ ଉଡିବ ନାହିଁ ବିମାନ
Flight operations to remain suspended for over 2 hours daily at Delhi airport till January 26

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆକଶମାର୍ଗରୁ କୌଣସି ଅଘଟଣକୁ ଏଡାଇବା ପାଇଁ ଆଜିଠାରୁ ଜାନୁଆରି ୨୬ତାରିଖ ଯାଏ ଦିଲ୍ଲୀ ଆକଶରେ ସକାଳ ୧୦.୨୦ରୁ ମଧ୍ୟାହ୍ନ ୧୨.୩୫ ପର୍ଯ୍ୟନ୍ତ କୌଣସି ବିମାନ ଉଡିବ ନାହିଁ। ଯାହା ଫଳରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି ସମୟରେ ବିମାନ ଅବତରଣ ଓ ଉଡାଣ ବନ୍ଦ ରହିବ। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଆସନ୍ତା ସପ୍ତାହରେ ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରିବ। ଏଥର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ତେବେ ଏହାକୁ ଆଖି ଆଗରେ ଦିଲ୍ଲୀରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି। ଆଜିଠୁ ଅର୍ଥାତ ୧୯ରୁ ୨୬ଜାନୁଆରି ମଧ୍ୟରେ ସକାଳ ୧୦.୨୦ରୁ ମଧ୍ୟାହ୍ନ ୧୨.୩୫ ପର୍ଯ୍ୟନ୍ତ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କୌଣସି ବିମାନ ଉଡ଼ାଣ କିମ୍ବା ଅବତରଣ କରିବ ନାହିଁ। ଏଥି ସହିତ ଗଣତନ୍ତ୍ର ଦିବସ ଦିନ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିବ।

ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜାରି କରାଯାଇଥିବା କଟକଣା ସମୟ ମଧ୍ୟ ବାୟୁସେନା, ସେନା, କିମ୍ବା ସୀମା ସୁରକ୍ଷା ବାହିନୀର ହେଲିକପ୍ଟର କାର୍ୟ୍ୟ କିମ୍ବା କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା ରାଜ୍ୟ ଓ କେନ୍ଦ୍ର ଦ୍ୱାରା ପରିଚାଳିତ ବିମାନ ଉପରେ ପ୍ରଭାବ ପଡିବ ନାହିଁ ।