ଗଣେଶ ପୂଜାରେ ବାଜିବନି ଡିଜେ: ମୂର୍ତ୍ତି ବିକୃତ କଲେ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର,୧୮।୮: ସେପ୍ଟେମ୍ବର ୭ରେ ଗଣେଶ ପୂଜା। ଏନେଇ କାରିଗରମାନେ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଦେଇଛନ୍ତି। ହେଲେ ଚଳିତ ପୂଜାରେ ଗଣେଶ ମୂର୍ତ୍ତି ଯେପରି ବିକୃତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି। ଯଦି କୌଣସି କ୍ଲବ କିମ୍ବା ଅନୁଷ୍ଠାନ ମୂର୍ତ୍ତିକୁ ବିକୃତ କରନ୍ତି, ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଦ୍ଦ ପ୍ରଦୂଷଣ ଯେପରି ନ ହେବ, […] The post ଗଣେଶ ପୂଜାରେ ବାଜିବନି ଡିଜେ: ମୂର୍ତ୍ତି ବିକୃତ କଲେ କାର୍ଯ୍ୟନୁଷ୍ଠାନ appeared first on Dharitri Odia News.

ଗଣେଶ ପୂଜାରେ ବାଜିବନି ଡିଜେ: ମୂର୍ତ୍ତି ବିକୃତ କଲେ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର,୧୮।୮: ସେପ୍ଟେମ୍ବର ୭ରେ ଗଣେଶ ପୂଜା। ଏନେଇ କାରିଗରମାନେ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଦେଇଛନ୍ତି। ହେଲେ ଚଳିତ ପୂଜାରେ ଗଣେଶ ମୂର୍ତ୍ତି ଯେପରି ବିକୃତ ନ ହୁଏ, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି।

ଯଦି କୌଣସି କ୍ଲବ କିମ୍ବା ଅନୁଷ୍ଠାନ ମୂର୍ତ୍ତିକୁ ବିକୃତ କରନ୍ତି, ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶଦ୍ଦ ପ୍ରଦୂଷଣ ଯେପରି ନ ହେବ, ସାଉଣ୍ଡ ଲିମିଟ ଅନୁଯାୟୀ ବକ୍ସ ବଜାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

ଏପରି କି ପୂଜାରେ ରାଜଧାନୀରେ ଡିଜେ ବନ୍ଦ ରହିବ। ଭସାଣିରେ ପାରମ୍ପରିକ ବାଦ୍ୟ ପରିବେଷଣ କରିବାକୁ ଅନୁମତି ମିଳିବ। ଉଭୟ ମେଲୋଡି ଓ ଭସାଣିରେ ମଧ୍ୟ ଡିଜେ ବନ୍ଦ ରହିବ ବୋଲି ସୂଚନା ମିଳିଛି। ରବିବାର କମିଶନରେଟ ପୋଲିସ ଏବଂ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ଏକ କୋଅର୍ଡିନେଶନ ବୈଠକ ବସିଥିଲା। ବୈଠକରେ ଗଣେଶ ପୂଜା ପାଇଁ ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଭସାଣି ଶୋଭାଯାତ୍ରା ପୂର୍ବରୁ ପୋଲିସ ଅନୁମତି ନେବା ଜରୁରୀ । ଚଳିତବର୍ଷ ପୂଜା ପାଇଁ ସିସିଟିଭି ନଜରରେ ରହିବ ସାରା ସହର। ଏପରିକି ପୂଜା କମିଟି ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ। ୭ରେ ଗଣେଶ ପୂଜା। ୮, ୧୧ ଓ ୧୨ ତାରିଖରେ ଭସାଣି ପାଇଁ ସ୍ଥିର କରାଯାଇଛି। ପୋଲିସର ଏହି ନିଷ୍ପତ୍ତି ଉପରେ ରାଜଧାନୀର ସମସ୍ତ ପୂଜା କମିଟି ସହମତ ପ୍ରକାଶ କରିଥିବା ଜଣାପଡିଛି।

The post ଗଣେଶ ପୂଜାରେ ବାଜିବନି ଡିଜେ: ମୂର୍ତ୍ତି ବିକୃତ କଲେ କାର୍ଯ୍ୟନୁଷ୍ଠାନ appeared first on Dharitri Odia News.