ଗଣେଶ୍ଵର ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ଉଲୁଣ୍ଡା ବ୍ଲକ ସ୍ଥିତ ପଞ୍ଚମହଲା ଗ୍ରାମ ର ଗଣେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକୋତ୍ସବ ମହାସମାରୋହରେ ପାଳନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ପଞ୍ଚମହଲା ସେବା ସମିତିର ସଭାପତି ନରେନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ସମାରୋହ କୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲାଲ ବାବୁ ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟରେ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଲକ ର […] The post ଗଣେଶ୍ଵର ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ appeared first on Odisha.News.

ଗଣେଶ୍ଵର ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ଉଲୁଣ୍ଡା ବ୍ଲକ ସ୍ଥିତ ପଞ୍ଚମହଲା ଗ୍ରାମ ର ଗଣେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକୋତ୍ସବ ମହାସମାରୋହରେ ପାଳନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ପଞ୍ଚମହଲା ସେବା ସମିତିର ସଭାପତି ନରେନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇ ସମାରୋହ କୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲାଲ ବାବୁ ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ସଭାକାର୍ଯ୍ୟରେ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଲକ ର ଏବିଇଓ ଯୋଗେଶ୍ଵର ଦାଶ ପଞ୍ଚାୟତ ସମିତି ସଭ୍ୟା ରେବତୀ ସୁରୁଜାଲ, ପଞ୍ଚମହଲା କ୍ଲଷ୍ଟର ସିଆରସି ବିଶ୍ଵଜିତ ଆଚାର୍ଯ୍ୟ, ମୋ ସ୍କୁଲ୍ ଅଭିଯାନ ର ପୂରାତନ ଛାତ୍ର ବିମଳ ଜଗଦଲା ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ବିଷୟ ଭିତ୍ତିକ ଶିକ୍ଷୟିତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ପ୍ରଦତ୍ତ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଜ୍ଞାନ ଶିକ୍ଷକ ରୋହିତ କୁମାର ଦଣ୍ଡସେନା ଉତ୍ସବ ପରିଚାଳନା କରିଥିବା ବେଳେ ଶିକ୍ଷକ ସୌମିତ୍ରୀ ପାଢ଼ୀ, ଦିଲ୍ଲୀପ କୁମାର ସାହୁ, ବି.ସ୍ଵାତି ମୁଚ୍ୟମ୍ ମୁଚ୍ଚୟମ ପାତ୍ର, ସର୍ମିଷ୍ଠା ମହାକୁଲ , ସୋନାଲି ଗୌତମ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବାବେଳେ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ପଣ୍ଡିତ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ଚଳିତ ବର୍ଷ ର ବେଷ୍ଟ୍ ଷ୍ଟୁଡେଣ୍ଟ୍ ହିସାବରେ ଲିପ୍ସା ମହାକୁଡ଼ ଓ ଅନିଲ ବଗର୍ତ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଉଚ୍ଚକୋଟୀର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଯାହାକି ଉପସ୍ଥିତ ସମସ୍ତ ଅଭିଭାବକ ଅଭିଭାବିକା ତଥା ଗ୍ରାମବାସୀ ବହୁତ ସମୟ ଧରି ଉପଭୋଗ କରିଥିଲେ।

The post ଗଣେଶ୍ଵର ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ appeared first on Odisha.News.