୧୫ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ
ଭୁବନେଶ୍ଵର: ରାଜ୍ୟ ପ୍ରଦେଶ କଂଗ୍ରେସର ସଭାପତି କିଏ ହେବ ସେ ନେଇ ଅଙ୍କକଷା ଚାଲିଛି । ରାଜ୍ୟ କଂଗ୍ରେସ ସଭାପତି ରେସରେ ଥିବା ନେତା ଏବେ ଦିଲୀରେ ଡେରା ପକାଇଛନ୍ତି । ଫଳରେ କଂଗ୍ରେସ ଶିବିର ପୂରା ଖାଁ ଖାଁ ରହିଛି । ତେବେ ୧୫ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ। ରାଜ୍ୟ କାର୍ଯ୍ୟାଳୟରେ ଅଗଷ୍ଟ ୧୫ ତାରିଖ ଦିନ ପତାକା ଉତ୍ତୋଳନ କରିବେ ନୂଆ ସଭାପତି। ଏଥିପାଇଁ ଦିଲ୍ଲୀରେ ଏଆଇସିସି କାର୍ଯ୍ୟଳୟରେ ଚାଲିଛି […] The post ୧୫ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ appeared first on Odisha.News.
ଭୁବନେଶ୍ଵର: ରାଜ୍ୟ ପ୍ରଦେଶ କଂଗ୍ରେସର ସଭାପତି କିଏ ହେବ ସେ ନେଇ ଅଙ୍କକଷା ଚାଲିଛି । ରାଜ୍ୟ କଂଗ୍ରେସ ସଭାପତି ରେସରେ ଥିବା ନେତା ଏବେ ଦିଲୀରେ ଡେରା ପକାଇଛନ୍ତି । ଫଳରେ କଂଗ୍ରେସ ଶିବିର ପୂରା ଖାଁ ଖାଁ ରହିଛି । ତେବେ ୧୫ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ। ରାଜ୍ୟ କାର୍ଯ୍ୟାଳୟରେ ଅଗଷ୍ଟ ୧୫ ତାରିଖ ଦିନ ପତାକା ଉତ୍ତୋଳନ କରିବେ ନୂଆ ସଭାପତି। ଏଥିପାଇଁ ଦିଲ୍ଲୀରେ ଏଆଇସିସି କାର୍ଯ୍ୟଳୟରେ ଚାଲିଛି କସରତ।
ରାଜ୍ୟ କଂଗେସ ସଭାପତି ପାଇଁ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ମଦମ୍ମଦ ମୋକିମ ଏବଂ ଭକ୍ତ ଦାସ ଏହି ରେସରେ ଅଛନ୍ତି। ସମସ୍ତ ନେତା ଏବେ ଦିଲ୍ଲୀରେ ରହି ନିଜ ପାଇଁ ଲବି କରୁଛନ୍ତି। ଏପଟେ କିଛି ନେତା ଭୁବନେଶ୍ୱରରେ ନିଜ ସମର୍ଥକଙ୍କ ମାଧ୍ୟମରେ ଆରମ୍ଭ କରିଛନ୍ତି ଲବି।
ସୂଚନାଯୋଗ୍ୟ ଗତ ୨୧ ତାରିଖରେ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଏଆଇସିସି ଭଙ୍ଗ କରିଥିଲା। ତିନି ସପ୍ତାହ ହେଲାଣି ରାଜ୍ୟ କଂଗ୍ରେସ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରାଯାଇନାହିଁ। ପୁରା କଂଗ୍ରେସ ଶିବିର ଖାଁ ଖାଁ ରହିଛି। କେବଳ ସେତିକି ନୁହେଁ, ଜିଲ୍ଲା କଂଗ୍ରେସ ଭବନରେ ବି ତାଲା ପଡିଛି। ସେଠି ବି ଦଳୀୟ କାର୍ଯ୍ୟକ୍ରମ କିଛିକରାଯାଉନାହିଁ। ସେଥିପାଇଁ କର୍ମୀମାନେ ନିରାଶ ହେବାକୁ ବସିଲେଣି।
ତେବେ ରାଜ୍ୟ ନେତାଙ୍କ କହିବା କଥା ଖୁବ ଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରିବ ଏଆଇସିସି। ୨୦୨୪ ନିର୍ବାଚନରେ ବିଜେପି ଶାସନକୁ ଫେରିଛି। ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ତେଣୁ ଏବେ ଠାରୁ କେଉଁ ଭଳି ନେତାଙ୍କୁ ଦାୟିତ୍ୱ ଦେଲେ ଦଳ ସଂଗଠିତ ହେବ ଏବଂ ସୁଦୃଢ ହେବ ଫେରାଇପାରିବେ ତାକୁ ନେଇ ସନ୍ଧାନ ଜାର ରଖିଛି ଏଆଇସିସି।
The post ୧୫ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ appeared first on Odisha.News.