ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଚାଷୀଙ୍କ ଆଶା ଧୂଳିସାତ୍‌

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ବିଭିନ୍ନ ଗ୍ରାମରେ ବିଜୁ କୃଷକ କଲ୍ୟାଣ ଯୋଜନାରେ ଗଭୀର ନଳକୂପ ଖୋଳାଯାଇଛି। କିନ୍ତୁ ବର୍ଷ ବର୍ଷ ଧରି ସେଠାକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଫଳରେ ଏପର୍ଯ୍ୟନ୍ତ ଗଭୀର ନଳକୂପଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରି ନ ଥିବାବେଳେ ଚାଷୀଙ୍କ ଆଶା ମଧ୍ୟ ଧୂଳିସାତ୍‌ ହୋଇଯାଇଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହି କ୍ରମରେ ଶୁକ୍ରବାର ଜିଲାର ବିଭିନ୍ନ ଗ୍ରାମର ଚାଷୀ ପ୍ରତିନିଧିମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ […] The post ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଚାଷୀଙ୍କ ଆଶା ଧୂଳିସାତ୍‌ appeared first on Dharitri Odia News.

ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଚାଷୀଙ୍କ ଆଶା ଧୂଳିସାତ୍‌

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ବିଭିନ୍ନ ଗ୍ରାମରେ ବିଜୁ କୃଷକ କଲ୍ୟାଣ ଯୋଜନାରେ ଗଭୀର ନଳକୂପ ଖୋଳାଯାଇଛି। କିନ୍ତୁ ବର୍ଷ ବର୍ଷ ଧରି ସେଠାକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଫଳରେ ଏପର୍ଯ୍ୟନ୍ତ ଗଭୀର ନଳକୂପଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରି ନ ଥିବାବେଳେ ଚାଷୀଙ୍କ ଆଶା ମଧ୍ୟ ଧୂଳିସାତ୍‌ ହୋଇଯାଇଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହି କ୍ରମରେ ଶୁକ୍ରବାର ଜିଲାର ବିଭିନ୍ନ ଗ୍ରାମର ଚାଷୀ ପ୍ରତିନିଧିମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଗଭୀର ନଳକୂପଗୁଡ଼ିକୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଜିଲାରେ ବର୍ତ୍ତମାନ ସୁଦ୍ଧା ୩୭୦୦ ଗଭୀର ନଳକୂପକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଅନ୍ୟପଟେ ୨୦୨୩ରୁ ସମ୍ପୃକ୍ତ ଗଭୀର ନଳକୂପଗୁଡ଼ିକ ଖୋଳାସରିଛି। ଏ ନେଇ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଁ ଧପଡ଼ ହେଉଛନ୍ତି। କିନ୍ତୁ କିଛି ସୁଫଳ ମିଳି ନ ଥିବା ଚାଷୀମାନେ କହିଛନ୍ତି। ସେହିପରି ଅଣଜଳସେଚିତ ଜମିରେ ଗଭୀର ନଳକୂପ ସାହାଯ୍ୟରେ ପାଣି ମଡ଼ାଇ ଚାଷବାସ କରିବେ ବୋଲି ଚାଷୀମାନେ ଆଶା ରଖିଥିଲେ ଏବଂ ଅଗ୍ରୀମ ଆବଶ୍ୟକ ଟଙ୍କା ଜମା କରିଥିଲେ। କିନ୍ତୁ ଗଭୀର ନଳକୂପ ଖୋଳାଯାଇ ଥିବାବେଳେ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇ ନଥିବା ଯୋଗୁ ଚାଷୀଙ୍କ ସେହି ଆଶା ମଉଳି ଯାଇଛି। ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର କୈଳାଶ ବାରିକଙ୍କ ସମେତ ଝାରବନ୍ଧ ବ୍ଲକର କୁମୀର, ଚିରୋଲି ଆଦି ଗ୍ରାମର ଚାଷୀ ପ୍ରତିନିଧିମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ଗଭୀର ନଳକୂପ ଗୁଡ଼ିକୁ ବିଦ୍ୟୁତ ସଂଯୋଗ ନ ହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

The post ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଚାଷୀଙ୍କ ଆଶା ଧୂଳିସାତ୍‌ appeared first on Dharitri Odia News.