ଗର୍ଭବତୀ ଅଛନ୍ତି ସୋନାକ୍ଷୀ! ମେଡିକାଲରେ ପହଞ୍ଚିଲେ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହର ୧୫ ଦିନ ବିତି ନାହିଁ, କିନ୍ତୁ ଅଭିନେତ୍ରୀ ଗର୍ଭବତୀ ଥିବା ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି କି, ସୋନାକ୍ଷୀ ଏବଂ ଜହିର ଖୁବ୍ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ୍ ସ୍ବାଗତ କରିବାକୁ ଯାଉଛନ୍ତି । ଏହି କାରଣରୁ ଦୁହେଁ ଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଇନଷ୍ଟାଣ୍ଟ ବଲିଉଡ ଓ ରେଡିଡ୍ଟ ପୋଷ୍ଟରେ ଦାବି ହୋଇଛି ଯେ, ସୋନାକ୍ଷୀ […] The post ଗର୍ଭବତୀ ଅଛନ୍ତି ସୋନାକ୍ଷୀ! ମେଡିକାଲରେ ପହଞ୍ଚିଲେ… appeared first on Dharitri Odia News.
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହର ୧୫ ଦିନ ବିତି ନାହିଁ, କିନ୍ତୁ ଅଭିନେତ୍ରୀ ଗର୍ଭବତୀ ଥିବା ଜୋରଦାର ଆଲୋଚନା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଲାଣି କି, ସୋନାକ୍ଷୀ ଏବଂ ଜହିର ଖୁବ୍ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ୍ ସ୍ବାଗତ କରିବାକୁ ଯାଉଛନ୍ତି । ଏହି କାରଣରୁ ଦୁହେଁ ଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଇନଷ୍ଟାଣ୍ଟ ବଲିଉଡ ଓ ରେଡିଡ୍ଟ ପୋଷ୍ଟରେ ଦାବି ହୋଇଛି ଯେ, ସୋନାକ୍ଷୀ ସିହ୍ନା ଜହିରଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି। ତେଣୁ, ସେମାନେ ଶୀଘ୍ର ରେଜେଷ୍ଟ୍ରି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆସନ୍ତୁ ଜାଣିବା ଏହି ପୋଷ୍ଟ ପଛର ସତ୍ୟତା କ’ଣ?
ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ଜୁନ ୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ହନିମୁନ ଉପଭୋଗ କରୁଛନ୍ତି । ଏହି ସମୟରେ ସୋନାକ୍ଷୀ ମାଆ ହେବା ନେଇ ଆଲୋଚନା ହୋଇଛି। ନିକଟରେ ଅଭିନେତ୍ରୀ ନିଜ ସ୍ବାମୀଙ୍କ ସହିତ ହସ୍ପିଟାଲ ବାହାରେ ନଜର ଆସିଥିଲେ, ସେତେବେଳେ ତାଙ୍କ ଗର୍ଭବତୀ ବିଷୟରେ ଅନେକ ଆଲୋଚନା ହୋଇଥିଲା । ତେବେ ଏହା ଗୁଜବ ପୋଲି ପ୍ରମାଣିତ ହୋଇଥିଲା । ଅର୍ଥାତ୍ ସୋନାକ୍ଷୀ ଡାକ୍ତରଖାନାରେ ପିତା ଶତ୍ରୁଘ୍ନ ସିହ୍ନାଙ୍କୁ ଭେଟିବାକୁ ଆସିଥିଲେ।
ତେବେ ଭାଇରାଲ ପୋଷ୍ଟକୁ ନେଇ ସୋନାକ୍ଷୀ କିମ୍ବା ତାଙ୍କ ସ୍ବାମୀ ଜହିର ଇକବାଲଙ୍କ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏପରିକି ଉଭୟ ପରିବାର ଏପରି କୌଣସି ସୂଚନା ଦେଇନାହାଁନ୍ତି ଯାହା ସୋନାକ୍ଷୀ ସିହ୍ନା ପ୍ରକୃତରେ ଗର୍ଭବତୀ ବୋଲି ଦର୍ଶାଉଛି ।
The post ଗର୍ଭବତୀ ଅଛନ୍ତି ସୋନାକ୍ଷୀ! ମେଡିକାଲରେ ପହଞ୍ଚିଲେ… appeared first on Dharitri Odia News.