ଗାଁରେ ବ୍ୟାପୁଛି ଜଣ୍ଡିସ ରୋଗ
ଉଦଳା,୬।୬: ମୟୁରଭଞ୍ଜ ଜିଲା ପରିଛିପୁର ଆଦିବାସୀ ସାହିରେ ଦିନକୁ ଦିନ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜଣ୍ଡିସ ରୋଗରେ ୧୫ରୁ ଉଦ୍ଧର୍ବ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ଗାଁରେ ଭୟର ବାତାବରଣ ଖେଳି ଯାଇଛି। ଖବର ପାଇ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଦ୍ଧାନ କରିଛନ୍ତି। ଅନ୍ୟପକ୍ଷେ ଦୂଷିତ ପାଣି ଯୋଗୁ ଗାଁରେ ଜଣ୍ଡିସ ରୋଗ ବ୍ୟାପୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା […] The post ଗାଁରେ ବ୍ୟାପୁଛି ଜଣ୍ଡିସ ରୋଗ appeared first on Dharitri Odia News.
ଉଦଳା,୬।୬: ମୟୁରଭଞ୍ଜ ଜିଲା ପରିଛିପୁର ଆଦିବାସୀ ସାହିରେ ଦିନକୁ ଦିନ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜଣ୍ଡିସ ରୋଗରେ ୧୫ରୁ ଉଦ୍ଧର୍ବ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ଗାଁରେ ଭୟର ବାତାବରଣ ଖେଳି ଯାଇଛି। ଖବର ପାଇ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଦ୍ଧାନ କରିଛନ୍ତି।
ଅନ୍ୟପକ୍ଷେ ଦୂଷିତ ପାଣି ଯୋଗୁ ଗାଁରେ ଜଣ୍ଡିସ ରୋଗ ବ୍ୟାପୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
The post ଗାଁରେ ବ୍ୟାପୁଛି ଜଣ୍ଡିସ ରୋଗ appeared first on Dharitri Odia News.