ଗାଜାରୁ ୧୯ ଅସୁସ୍ଥ ଶିଶୁଙ୍କୁ ମୁକ୍ତ କଲା ଇସ୍ରାଏଲ୍
ଖାନ୍ ୟୁନିସ(ଗାଜା ଷ୍ଟ୍ରିପ୍),୨୯ା୬: ଗାଜା ଷ୍ଟ୍ରିପ୍ରୁ ଇସ୍ରାଏଲ୍ କର୍ତ୍ତୃପକ୍ଷ ୧୯ ଅସୁସ୍ଥ ତଥା ଆହତ ଶିଶୁଙ୍କ ସମେତ ୬୮ ଜଣଙ୍କୁ ମୁକ୍ତ କରିଦେଇଛନ୍ତି। ସେମାନଙ୍କୁ ଗାଜା ଛାଡ଼ି ଇଜିପ୍ଟ ଯିବାକୁ ଅନୁମତି ମିଳିଛି। ପାଖାପାଖି ୨ ମାସ ମଧ୍ୟରେ ପ୍ରଥମ ଥର ପାଇଁ ସେଠାରୁ ଅସୁସ୍ଥ ପିଲାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ଅନୁମତି ମିଳିଛି। ଇସ୍ରାଏଲ୍ ଉକ୍ତ ଅଞ୍ଚଳକୁ ଗତ ମେ’ ପ୍ରଥମ ଭାଗରେ ଅକ୍ତିଆର କରିବା ପରେ ବାହାରକୁ ଲୋକଙ୍କ ଯାତାୟାତ ବନ୍ଦ କରିଦେଇଥିଲା। […] The post ଗାଜାରୁ ୧୯ ଅସୁସ୍ଥ ଶିଶୁଙ୍କୁ ମୁକ୍ତ କଲା ଇସ୍ରାଏଲ୍ appeared first on Dharitri Odia News.
ଖାନ୍ ୟୁନିସ(ଗାଜା ଷ୍ଟ୍ରିପ୍),୨୯ା୬: ଗାଜା ଷ୍ଟ୍ରିପ୍ରୁ ଇସ୍ରାଏଲ୍ କର୍ତ୍ତୃପକ୍ଷ ୧୯ ଅସୁସ୍ଥ ତଥା ଆହତ ଶିଶୁଙ୍କ ସମେତ ୬୮ ଜଣଙ୍କୁ ମୁକ୍ତ କରିଦେଇଛନ୍ତି। ସେମାନଙ୍କୁ ଗାଜା ଛାଡ଼ି ଇଜିପ୍ଟ ଯିବାକୁ ଅନୁମତି ମିଳିଛି। ପାଖାପାଖି ୨ ମାସ ମଧ୍ୟରେ ପ୍ରଥମ ଥର ପାଇଁ ସେଠାରୁ ଅସୁସ୍ଥ ପିଲାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ଅନୁମତି ମିଳିଛି। ଇସ୍ରାଏଲ୍ ଉକ୍ତ ଅଞ୍ଚଳକୁ ଗତ ମେ’ ପ୍ରଥମ ଭାଗରେ ଅକ୍ତିଆର କରିବା ପରେ ବାହାରକୁ ଲୋକଙ୍କ ଯାତାୟାତ ବନ୍ଦ କରିଦେଇଥିଲା। ପ୍ରାୟ ୯ ମାସ ହେଲା ଇସ୍ରାଏଲ୍ ହମାସ୍ ବିରୋଧରେ ଯୁଦ୍ଧ ଚଳାଇଥିବାବେଳେ ଗାଜାର ସ୍ବାସ୍ଥ୍ୟସେବା ସେକ୍ଟର ବିପର୍ଯ୍ୟସ୍ତ ହୋଇପଡ଼ିବା ସହ ବହୁ ହସ୍ପିଟାଲ ବନ୍ଦ ହୋଇଯାଇଛି। ହଜାର ହଜାର ଲୋକ ଚିକିତ୍ସା ପାଇଁ ବାହାରକୁ ଯିବା ଆବଶ୍ୟକ ରହିଛି।
The post ଗାଜାରୁ ୧୯ ଅସୁସ୍ଥ ଶିଶୁଙ୍କୁ ମୁକ୍ତ କଲା ଇସ୍ରାଏଲ୍ appeared first on Dharitri Odia News.