ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଭାଜପା ରାଜ୍ୟ ସଭାପତି
ତିହିଡି,୨।୧୦:ପବିତ୍ର ଗାନ୍ଧୀ ଜୟନ୍ତୀରେ ତିହିଡି ବ୍ଲକ ଅଧୀନ ପିରହାଟ କାଳିପଡିଆସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମାଲ୍ୟାର୍ପଣ କରିଛନ୍ତି। ଭାଜପା ପକ୍ଷରୁ ପାଳିତ ହେଉଥିବା ସେବା ପକ୍ଷ ଅବସରରେ ସଭାପତି ସାମଲ ବୁଧବାର ସକାଳେ ପିରହାଟ ପୁରୁଣା ବଜାରରୁ ପଦଯାତ୍ରାରେ ଯାଇ ଏହି ମାଲ୍ୟାର୍ପଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପାଢୀଙ୍କ ସଞ୍ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ସାମଲ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ […] The post ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଭାଜପା ରାଜ୍ୟ ସଭାପତି appeared first on Dharitri Odia News.
ତିହିଡି,୨।୧୦:ପବିତ୍ର ଗାନ୍ଧୀ ଜୟନ୍ତୀରେ ତିହିଡି ବ୍ଲକ ଅଧୀନ ପିରହାଟ କାଳିପଡିଆସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମାଲ୍ୟାର୍ପଣ କରିଛନ୍ତି। ଭାଜପା ପକ୍ଷରୁ ପାଳିତ ହେଉଥିବା ସେବା ପକ୍ଷ ଅବସରରେ ସଭାପତି ସାମଲ ବୁଧବାର ସକାଳେ ପିରହାଟ ପୁରୁଣା ବଜାରରୁ ପଦଯାତ୍ରାରେ ଯାଇ ଏହି ମାଲ୍ୟାର୍ପଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପାଢୀଙ୍କ ସଞ୍ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ସାମଲ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ସରପଞ୍ଚ ମଧୁସ୍ମିତା ସେଠୀ ସ୍ବଚ୍ଛତା ପାଳନ ନେଇ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।
ଭାଜପା ବରିଷ୍ଠ ନେତା ଅଜୟ ନାୟକ, ରାଜାରାମ ମହାକୁଡ, ରଘୁନାଥ ପାତ୍ର, ଦେବେନ୍ଦ୍ର ପୁହାଣ, ସଂଗ୍ରାମ ମହାନ୍ତି, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ଜଗନ୍ନାଥ ନାୟକ, କମଳାକାନ୍ତ ସୂତାର, ମଙ୍ଗରାଜ ନାୟକ, ପ୍ରମୋଦ ଦାସ, ଯୁବନେତା ଅଜୟ ରାଉତ ପ୍ରମୁଖଙ୍କ ସମେତ ସ୍କୁଲ ଛାତ୍ରୀଛାତ୍ର ଓ ମହିଳା ଗୋଷ୍ଠୀ କର୍ମକର୍ତ୍ତାମାନେ ଏଥିରେ ଯୋଗ ଦେଇଥିଲେ।
The post ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଭାଜପା ରାଜ୍ୟ ସଭାପତି appeared first on Dharitri Odia News.