ଗୀତ ଗାଇଲେ ଡେପୁଟି କଲେକ୍ଟର

ଭଦ୍ରକ,୮।୧(ରବିନାରୟଣ ଖିଲାର): ଭଦ୍ରକ ଗାନ୍ଧୀପଡ଼ିଆରେ ଚାଲିଥିବା ଭଦ୍ରକ ସାସ୍କୃତିକ ମହୋତ୍ସବର ୫ମ ସନ୍ଧ୍ୟାରେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ମୁଖ୍ୟଅତିଥି, ସ୍ବଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ ରାୟ ବିଶିଷ୍ଟ ଅତିଥି, ଅଧ୍ୟାପକ ନିହାର ରଞ୍ଜନ କର ମୁଖ୍ୟବକ୍ତା ଏବଂ ଖବରଦାତା ଡ. ହରିହର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ବାଧୀନତା ସଂଗ୍ରାମ, ରାଜନୀତି, ସାହିତ୍ୟ, ସଂସ୍କୃତି, ନାଟକ, କଳା, ବାଣିଜ୍ୟ ଆଦି ବହୁ କ୍ଷେତ୍ରରେ ଭଦ୍ରକର ଅବଦାନ ଅତୁଳନୀୟ ବୋଲି […] The post ଗୀତ ଗାଇଲେ ଡେପୁଟି କଲେକ୍ଟର appeared first on Dharitri Odia News.

ଗୀତ ଗାଇଲେ ଡେପୁଟି କଲେକ୍ଟର
ଭଦ୍ରକ,୮।୧(ରବିନାରୟଣ ଖିଲାର): ଭଦ୍ରକ ଗାନ୍ଧୀପଡ଼ିଆରେ ଚାଲିଥିବା ଭଦ୍ରକ ସାସ୍କୃତିକ ମହୋତ୍ସବର ୫ମ ସନ୍ଧ୍ୟାରେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ମୁଖ୍ୟଅତିଥି, ସ୍ବଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ ରାୟ ବିଶିଷ୍ଟ ଅତିଥି, ଅଧ୍ୟାପକ ନିହାର ରଞ୍ଜନ କର ମୁଖ୍ୟବକ୍ତା ଏବଂ ଖବରଦାତା ଡ. ହରିହର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ବାଧୀନତା ସଂଗ୍ରାମ, ରାଜନୀତି, ସାହିତ୍ୟ, ସଂସ୍କୃତି, ନାଟକ, କଳା, ବାଣିଜ୍ୟ ଆଦି ବହୁ କ୍ଷେତ୍ରରେ ଭଦ୍ରକର ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଡେପୁଟି କଲେକ୍ଟର ଗୀତ ଗାଇଥିଲେ। କମିଟି ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। କଣ୍ଠଶିଳ୍ପୀ ଶଶିକଳା ମିଶ୍ର, ଭଦ୍ରକ ଡ୍ୟାନ୍ସ ଏକାଡେମୀ, ମଉଡ଼ମଣୀ ଡ୍ୟାନ୍ସ ଗ୍ରୁପର ପିଲାମାନେ ନୃତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

The post ଗୀତ ଗାଇଲେ ଡେପୁଟି କଲେକ୍ଟର appeared first on Dharitri Odia News.