ଗୁଣ୍ଡିଆପାଲି କେନାଲ ପାଣିରେ ଫସିଲା ହାତୀ ଶାବକ, ୬ ଘଣ୍ଟା ପରେ ଉଦ୍ଧାର
ଦେବଗଡ : ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଂଚାୟତରେ ଆଜି ହାତୀପଲ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି ା ଆଜି ପ୍ରତ୍ୟୁଷରେ ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ଚଛୁପାଲି ଗ୍ରାମ ନିକଟସ୍ଥ କେନାଲ ପାଣିରେ ଏକ ତିନି ଦିନିଆ ହାତୀ ଶାବକ ଫସି ଯିବାରୁ ଗୋଟିଏ ଦନ୍ତା ସମେତ 5 ଟିକିଆ ହାତୀପଲ ନିଜ ଶାବକକୁ ଉଦ୍ଧାର ପାଇଁ ପ୍ରଚେଷ୍ଟା କରି ୬ ଘଣ୍ଟା ପରେ ଅପରାହ୍ନ ପ୍ରାୟ 1ଟା ସମୟରେ କେନାଲ ପାଣି ମଧ୍ୟରୁ ହାତୀ […] The post ଗୁଣ୍ଡିଆପାଲି କେନାଲ ପାଣିରେ ଫସିଲା ହାତୀ ଶାବକ, ୬ ଘଣ୍ଟା ପରେ ଉଦ୍ଧାର appeared first on KNews Odisha.

ଦେବଗଡ : ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଂଚାୟତରେ ଆଜି ହାତୀପଲ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି ା ଆଜି ପ୍ରତ୍ୟୁଷରେ ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ଚଛୁପାଲି ଗ୍ରାମ ନିକଟସ୍ଥ କେନାଲ ପାଣିରେ ଏକ ତିନି ଦିନିଆ ହାତୀ ଶାବକ ଫସି ଯିବାରୁ ଗୋଟିଏ ଦନ୍ତା ସମେତ 5 ଟିକିଆ ହାତୀପଲ ନିଜ ଶାବକକୁ ଉଦ୍ଧାର ପାଇଁ ପ୍ରଚେଷ୍ଟା କରି ୬ ଘଣ୍ଟା ପରେ ଅପରାହ୍ନ ପ୍ରାୟ 1ଟା ସମୟରେ କେନାଲ ପାଣି ମଧ୍ୟରୁ ହାତୀ ଶାବକକୁ ଉଦ୍ଧାର କରିଥିଲେ ା
ପରେ ଗାଁ ନିକଟରେ ଥିବା ଚାଷୀ ଜମିରେ ପଶି ଫସଲକୁ ମାଡି ଦଳି ନଷ୍ଟ କରିଥିଲେ ା ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ହାତୀପଲକୁ ଟାଙ୍ଗରୀ ପାହାଡ ଅଭିମୁଖେ ଘଉଡାଇ ପାଇଁ ବହୁ ଚେଷ୍ଟା କଲା ପରେ ମଧ୍ୟାହ୍ନରେ ଜଙ୍ଗଲ ମଧ୍ୟକୁ ଘଉଡାଇବାରେ ସଫଳ ହୋଇଥିଲେ ା ତେବେ ଦିନ ଦ୍ଵିପହରରେ ଗାଁ ମଧ୍ୟରେ ହାତୀ ପଲ ଯାଉଥିବା ଦୃଶ୍ୟକୁ ଦେଖିବା ପାଇଁ ଗ୍ରାମବାସୀ ମଧ୍ୟ ହାତୀ ପଲ ପଛେ ପଛେ ଯାଉଥିବା ଦେଖିବାକୁ ମିଳିଛି ା ଏଠାରେ ସୂଚନା ଯୋଗ୍ୟ ଯେ ଉକ୍ତ ଅଂଚଳରେ ଥିବା 29 ଟିକିଆ ହାତୀପଲ ଯୋଗୁଁ ଆଖ ପାଖ ଗ୍ରାମରେ ନିତି ଦିନ ବ୍ୟାପକ ଫସଲ ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ା
The post ଗୁଣ୍ଡିଆପାଲି କେନାଲ ପାଣିରେ ଫସିଲା ହାତୀ ଶାବକ, ୬ ଘଣ୍ଟା ପରେ ଉଦ୍ଧାର appeared first on KNews Odisha.