ଗୁରୁବାର ରାଶିଫଳ ( ୧୩-୦୬-୨୦୨୪ )
ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିପାରନ୍ତି। ପରିବାର ଲୋକଙ୍କର ସହଯୋଗ ମିଳିବ। ଦୃଢ଼ ସଂକଳ୍ପ ସହ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିବେ। ବାଣିଜ୍ୟରୁ ଲାଭ ମିଳିବ। ସକାରାତ୍ମକ ଚିନ୍ତା ରଖନ୍ତୁ। ବୃଷ: ପୁରୁଣା ବନ୍ଧୁଙ୍କଠାରୁ ଶୁଭ ଖବର ପାଇପାରନ୍ତି। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଅଧା ରହିଥିବା କାର୍ଯ୍ୟ ପୂରା ହେବ। ଘନିଷ୍ଠ ଲୋକଙ୍କ ସହଯୋଗ ରହିବ। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। […]

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିପାରନ୍ତି। ପରିବାର ଲୋକଙ୍କର ସହଯୋଗ ମିଳିବ। ଦୃଢ଼ ସଂକଳ୍ପ ସହ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିବେ। ବାଣିଜ୍ୟରୁ ଲାଭ ମିଳିବ। ସକାରାତ୍ମକ ଚିନ୍ତା ରଖନ୍ତୁ।
ବୃଷ: ପୁରୁଣା ବନ୍ଧୁଙ୍କଠାରୁ ଶୁଭ ଖବର ପାଇପାରନ୍ତି। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଅଧା ରହିଥିବା କାର୍ଯ୍ୟ ପୂରା ହେବ। ଘନିଷ୍ଠ ଲୋକଙ୍କ ସହଯୋଗ ରହିବ। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ।
ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ସଙ୍ଗୀତ, କଳା ଓ ଅଭିନୟ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିଙ୍କୁ ସଫଳତା ମିଳିବ।
କର୍କଟ: ପରିଶ୍ରମକୁ ଗୁରୁତ୍ବ ଦିଅନ୍ତୁ। ଜମିଜମା ବିବାଦର ଅନ୍ତ ଘଟିବ। ସଫଳତା ପାଇଁ କଠିନ ପରିଶ୍ରମ କରିେବ। ଦିନର ଆରମ୍ଭରୁ ଥକ୍କା ଅନୁଭବ କରିପାରନ୍ତି।
ସିଂହ: କୌଣସି କାର୍ଯ୍ୟ କରିବା ପୂର୍ବରୁ ହଜାର ଥର ଚିନ୍ତା କରନ୍ତୁ। ନୂତନ ଚାକିରି ପାଇଁ ପ୍ରସ୍ତୁତ କରିେବ। ହଠାତ୍ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ।
କନ୍ୟା: ଦିନଟି ବ୍ୟସ୍ତରେ ବିତିବ। ଅଟକି ରହିଥିବା କାମ ପୂରା ହେବ। କୃଷିକାର୍ଯ୍ୟରେ ବିଭିନ୍ନ ବାଧାର ସମ୍ମୁଖୀନ ହୋଇପାରନ୍ତି। ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ।
ତୁଳା: ପୁରୁଣା ରୋଗରୁ ଆରାମ ମିଳିବ। ଅକସ୍ମାତ୍ ଖୁସି ଖବର ପାଇବେ। ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। ଅଜଣା ବ୍ୟକ୍ତିଙ୍କ ସହ ସମ୍ପର୍କ ବଢ଼ାନ୍ତୁନି। ବ୍ୟବସାୟରୁ ଲାଭ ପାଇବେ।
ବିଛା: ପାରିବାରିକ ସମସ୍ୟା ଲାଗି ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଗୁରୁଜନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି। ବିଦ୍ୟାର୍ଥୀମାନେ କ୍ୟାରିୟର କଥା ଚିନ୍ତା କରିବେ।
ଧନୁ: ବନ୍ଧୁମିଳନ ଯୋଗ ରହିଛି। ଅଧିକ ଚିନ୍ତା କରନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମହିଳାମାନେ ଧର୍ମପରାୟାଣା ହେବେ।
ମକର: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଉଧାର ଦେଉଥିଲେ ସାବଧାନ ହୋଇଯାଆନ୍ତୁ। ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
କୁମ୍ଭ: ସମସ୍ୟାରେ ପଡ଼ିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାପ୍ରକଟ କରିବେ। ପିଲାମାନଙ୍କ କାର୍ଯ୍ୟ କଳାପରେ ଦିନଟି ଭଲରେ ବିତିବ। ଜୀବନସାଥୀଙ୍କ ପାଇଁ କୌଣସି କାର୍ଯ୍ୟ ଗଡ଼ବଡ଼ ହୋଇପାରେ।
ମୀନ: ଆଖିବୁଜି ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। ବୈବାହିକ ଜୀବନ ମଧୁମୟ ହେବ। ରାଜନୀତିରେ ପଦ ଏବଂ ପ୍ରତିଷ୍ଠା ବୃଦ୍ଧି ହେବ। ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ ।