ଗୁଳିମାଡ଼ରେ ରୁଷିଆର ବହିଷ୍କୃତ ମନ୍ତ୍ରୀଙ୍କ ମୃତ୍ୟୁ
ମସ୍କୋ,୮ା୭: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ତାଙ୍କ କ୍ୟାବିନେଟର ପରିବହନ ମନ୍ତ୍ରୀ ରୋମାନ ଷ୍ଟାରୋଭୋଏଟ୍ଙ୍କୁ ବହିଷ୍କାର କରିବାର କିଛି ଘଣ୍ଟା ପରେ କାର୍ ଭିତରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଦେହରେ ଗୁଳିମାଡ଼ ସହ ପାଖରେ ତାଙ୍କ ବ୍ୟବହୃତ ବନ୍ଧୁକ ପଡ଼ିଥିବାରୁ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ମନ୍ତ୍ରୀ ହେବା ପୂର୍ବରୁ ରୋମାନ କୁର୍କ୍ସ ପ୍ରଦେଶର ଗଭର୍ନର ଥିବାବେଳେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଚାଲିଥିବାରୁ ତାଙ୍କୁ ବହିଷ୍କାର କରାଯାଇଥାଇପାରେ ବୋଲି […] The post ଗୁଳିମାଡ଼ରେ ରୁଷିଆର ବହିଷ୍କୃତ ମନ୍ତ୍ରୀଙ୍କ ମୃତ୍ୟୁ appeared first on Dharitri Odia News.
ମସ୍କୋ,୮ା୭: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ତାଙ୍କ କ୍ୟାବିନେଟର ପରିବହନ ମନ୍ତ୍ରୀ ରୋମାନ ଷ୍ଟାରୋଭୋଏଟ୍ଙ୍କୁ ବହିଷ୍କାର କରିବାର କିଛି ଘଣ୍ଟା ପରେ କାର୍ ଭିତରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଦେହରେ ଗୁଳିମାଡ଼ ସହ ପାଖରେ ତାଙ୍କ ବ୍ୟବହୃତ ବନ୍ଧୁକ ପଡ଼ିଥିବାରୁ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ମନ୍ତ୍ରୀ ହେବା ପୂର୍ବରୁ ରୋମାନ କୁର୍କ୍ସ ପ୍ରଦେଶର ଗଭର୍ନର ଥିବାବେଳେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଚାଲିଥିବାରୁ ତାଙ୍କୁ ବହିଷ୍କାର କରାଯାଇଥାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରିଛନ୍ତି।
The post ଗୁଳିମାଡ଼ରେ ରୁଷିଆର ବହିଷ୍କୃତ ମନ୍ତ୍ରୀଙ୍କ ମୃତ୍ୟୁ appeared first on Dharitri Odia News.