‘ଗୃହମନ୍ତ୍ରୀ ଥାଇ ବି କାଶ୍ମୀର ଗସ୍ତରେ ଭୟ ଲାଗୁଥିଲା’, ସୁଶୀଲ ସିନ୍ଦେଙ୍କ ବୟାନକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନ ବଢୁଛି । ଶ୍ରୀନଗର ଲାଲ ଚୌକରେ ପୂର୍ବରୁ ପାକିସ୍ତାନ ଏବଂ ଆଇଏସ୍ଆଇଏସ୍ର ପତାକା ଦେଖିବାକୁ ମିଳୁଥିଲା, କିନ୍ତୁ ଆଜି ତ୍ରିରଙ୍ଗା ସେଠାରେ ଫର୍ଫର୍ କରି ଉଡ଼ୁଛି । ଆଜି କାଶ୍ମୀରର ସୁନ୍ଦରତାକୁ ନିର୍ଭୟରେ ଲୋକେ ଉପଭୋଗ କରୁଛନ୍ତି । କିନ୍ତୁ ଦିନେ ସମୟ ଏପରି ଥିଲା ଯେତେବେଳେ ଦେଶର ଗୃହମନ୍ତ୍ରୀ ମଧ୍ୟ ଲାଲ୍ ଚୌକକୁ ଯିବା ପାଇଁ ଭୟ କରୁଥିଲେ । ଏହା ଆମେ ନାହୁଁ ବରଂ ୟୁପିଏ ସରକାରରେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ସୁଶୀଲ କୁମାର ସିନ୍ଦେ ନିଜେ ଏକଥା କହିଛନ୍ତି । ନିଜର ପୁସ୍ତକ ‘ଫାଇଭ୍ ଡେକେଡ୍ ଅଫ୍ ପଲିଟିକ୍ସ’ର ଉନ୍ମୋଚନ ବେଳେ ସେ ଏହି କଥା କହିଛନ୍ତି ।ସୁଶୀଲ କୁମାର ସିନ୍ଦେ କହିଛନ୍ତି, ‘ମୁଁ ଗୃହମନ୍ତ୍ରୀ ଥିବା ବେଳେ ଲାଲ୍ ଚୌକରେ ଭାଷଣ ଦେବାକୁ ଯାଇଥିଲି, କିନ୍ତୁ ମନ ଭିତରେ ମୁଁ ଭୟଭୀତ ଥିଲି । ଲାଲ୍ ଚୌକରେ ଭାଷଣ ଦେଇ ମୋତେ ପବ୍ଲିସିଟି ମଧ୍ୟ ମିଳିଲା, କିନ୍ତୁ ଭିତରେ ମୋତେ ଡର ଲାଗୁଥିଲା ।‘#WATCH | Delhi: At the launch of his memoir 'Five Decades of Politics', Congress leader Sushilkumar Shinde says, "Before I became the Home Minister, I visited him (educationist Vijay Dhar). I used to ask him for advice. He advised me to not roam around but to visit Lal Chowk (in… pic.twitter.com/MJ4QhrKbwa— A
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ପର୍ଯ୍ୟଟନ ବଢୁଛି । ଶ୍ରୀନଗର ଲାଲ ଚୌକରେ ପୂର୍ବରୁ ପାକିସ୍ତାନ ଏବଂ ଆଇଏସ୍ଆଇଏସ୍ର ପତାକା ଦେଖିବାକୁ ମିଳୁଥିଲା, କିନ୍ତୁ ଆଜି ତ୍ରିରଙ୍ଗା ସେଠାରେ ଫର୍ଫର୍ କରି ଉଡ଼ୁଛି । ଆଜି କାଶ୍ମୀରର ସୁନ୍ଦରତାକୁ ନିର୍ଭୟରେ ଲୋକେ ଉପଭୋଗ କରୁଛନ୍ତି । କିନ୍ତୁ ଦିନେ ସମୟ ଏପରି ଥିଲା ଯେତେବେଳେ ଦେଶର ଗୃହମନ୍ତ୍ରୀ ମଧ୍ୟ ଲାଲ୍ ଚୌକକୁ ଯିବା ପାଇଁ ଭୟ କରୁଥିଲେ । ଏହା ଆମେ ନାହୁଁ ବରଂ ୟୁପିଏ ସରକାରରେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ସୁଶୀଲ କୁମାର ସିନ୍ଦେ ନିଜେ ଏକଥା କହିଛନ୍ତି । ନିଜର ପୁସ୍ତକ ‘ଫାଇଭ୍ ଡେକେଡ୍ ଅଫ୍ ପଲିଟିକ୍ସ’ର ଉନ୍ମୋଚନ ବେଳେ ସେ ଏହି କଥା କହିଛନ୍ତି ।
ସୁଶୀଲ କୁମାର ସିନ୍ଦେ କହିଛନ୍ତି, ‘ମୁଁ ଗୃହମନ୍ତ୍ରୀ ଥିବା ବେଳେ ଲାଲ୍ ଚୌକରେ ଭାଷଣ ଦେବାକୁ ଯାଇଥିଲି, କିନ୍ତୁ ମନ ଭିତରେ ମୁଁ ଭୟଭୀତ ଥିଲି । ଲାଲ୍ ଚୌକରେ ଭାଷଣ ଦେଇ ମୋତେ ପବ୍ଲିସିଟି ମଧ୍ୟ ମିଳିଲା, କିନ୍ତୁ ଭିତରେ ମୋତେ ଡର ଲାଗୁଥିଲା ।‘
#WATCH | Delhi: At the launch of his memoir 'Five Decades of Politics', Congress leader Sushilkumar Shinde says, "Before I became the Home Minister, I visited him (educationist Vijay Dhar). I used to ask him for advice. He advised me to not roam around but to visit Lal Chowk (in… pic.twitter.com/MJ4QhrKbwa— ANI (@ANI) September 10, 2024
ସୁଶୀଲ ସିନ୍ଦେଙ୍କ ପୁସ୍ତକ ଉନ୍ମୋଚନ ଅବସରରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ ବ୍ୟତୀତ ପ୍ରତିଷ୍ଠିତ ଶିକ୍ଷାବିତ୍ ବିଜୟ ଧର ଉପସ୍ଥିତ ଥିଲେ । ବିଜୟ ଧର ପୂର୍ବତନ ଗୃହମନ୍ତ୍ରୀ ସିନ୍ଦେଙ୍କ ଘନିଷ୍ଠ । ସୁଶୀଲ ସିନ୍ଦେ ଅନେକ ସମୟରେ ବିଜୟ ଧରଙ୍କଠାରୁ ପରାମର୍ଶ ନେଉଥିଲେ । ବିଜୟଙ୍କ ଏକ ପରାମର୍ଶ କଥା ଉଲ୍ଲେଖ କରି ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଲାଲ୍ ଚୌକ କଥା ମନେ ପକାଇଛନ୍ତି ।