ଗୋଛାପଡା ଏମଇ ସ୍କୁଲରେ ପାଣି ସମସ୍ୟା ଦୂର ହେବ କେବେ ? ତୁରନ୍ତ ଦୃଷ୍ଟି ପାଇଁ ଗ୍ରାମବାସୀ ଙ୍କ ଦାବୀ

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପରେ ଯୋଜନା ଆଣୁଛନ୍ତି । କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ପ୍ରକଳ୍ପ ଗୁଡିକ ବର୍ଷ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରୁନି। ଯାହା ଫଳରେ ସାଧାରଣ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ଯେଉଁ ଉଦ୍ଦେଶ୍ୟରେ ପ୍ରକଳ୍ପ ଗୁଡିକ ନିର୍ମାଣ ହେଉଛି ତାହାର ସଫଳ ରୂପାୟନ ହୋଇପାରୁନାହିଁ । ଏଭଳି ଏକ ପ୍ରକଳ୍ପ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା […] The post ଗୋଛାପଡା ଏମଇ ସ୍କୁଲରେ ପାଣି ସମସ୍ୟା ଦୂର ହେବ କେବେ ? ତୁରନ୍ତ ଦୃଷ୍ଟି ପାଇଁ ଗ୍ରାମବାସୀ ଙ୍କ ଦାବୀ appeared first on Odisha.News.

ଗୋଛାପଡା ଏମଇ ସ୍କୁଲରେ ପାଣି ସମସ୍ୟା ଦୂର ହେବ କେବେ ? ତୁରନ୍ତ ଦୃଷ୍ଟି ପାଇଁ ଗ୍ରାମବାସୀ ଙ୍କ ଦାବୀ

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପରେ ଯୋଜନା ଆଣୁଛନ୍ତି । କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ପ୍ରକଳ୍ପ ଗୁଡିକ ବର୍ଷ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇପାରୁନି। ଯାହା ଫଳରେ ସାଧାରଣ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ଯେଉଁ ଉଦ୍ଦେଶ୍ୟରେ ପ୍ରକଳ୍ପ ଗୁଡିକ ନିର୍ମାଣ ହେଉଛି ତାହାର ସଫଳ ରୂପାୟନ ହୋଇପାରୁନାହିଁ । ଏଭଳି ଏକ ପ୍ରକଳ୍ପ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ମୁଖ୍ୟାଳୟଠାରେ ଥିବା ଏମଇ ସ୍କୁଲ ପରିସରରେ ।ଦୀର୍ଘ ଦିନ ଧରି ଗୋଛାପଡା ଏମଇ ସ୍କୁଲରେ ପିଇବା ପାଣିରେ ସମସ୍ୟା ରହୁଥିବାରୁ ପଞ୍ଚାୟତର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ବିଭୁଦାନନ୍ଦ ବିଶ୍ୱାଳ ୨୨/୨୩ ଆର୍ଥିକ ବର୍ଷରେ ଦେଢ଼ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପାଣି ଟାଙ୍କି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ତତ୍କାଳୀନ ଯନ୍ତ୍ରୀଙ୍କ ବଦଳି ହୋଇଯାଇଥିଲା । ପରେ ଅଶୋକ କୁମାର ପାଢ଼ୀ ନାମକ ଅନ୍ୟ ଜଣେ ଯନ୍ତ୍ରୀଙ୍କୁ ଗୋଛାପଡା ପଞ୍ଚାୟତର ଦାୟିତ୍ୱ ଦିଆଯାଇଥିଲା । ଯନ୍ତ୍ରୀ ଜଣକ ଏହି ପାଣି ଟାଙ୍କି କାର୍ଯ୍ୟକୁ ନିଜ ହାତକୁ ନେଇ ଟାଙ୍କି କାମଟିକୁ ସମ୍ପୂର୍ଣ୍ଣ କରିଥିଲେ । ଟାଙ୍କି କାର୍ଯ୍ୟ ସରିଯାଇଥିବା ଉକ୍ତ ସ୍ଥାନରେ ଫଳକ ମଧ୍ୟ ଲେଖାଯାଇଥିବାବେଳେ ବର୍ତ୍ତମାନ ଏହି ଟାଙ୍କି କାମର ସମ୍ପୂର୍ଣ୍ଣ ବିଲ ମଧ୍ୟ ହୋଇସାରିଥିବା ସୂଚନା ମିଳିଛି l ଟାଙ୍କି କାମ କରିଥିବା ଠିକାଦାର ଟାଙ୍କିର ସମ୍ପୂର୍ଣ୍ଣ ବିଲ୍ ପାଇ ସାରିଥିବାବେଳେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢ଼ୀ ଟଙ୍କାର ମୋଟା ଅଙ୍କର ପିସି ମଧ୍ୟ ନେଇ ସାରିଛନ୍ତି । କିନ୍ତୁ ଟାଙ୍କି କାମ ସାରିବାର ପ୍ରାୟ ବର୍ଷେ ପରେ ବି ଟାଙ୍କିଟି କାର୍ଯ୍ୟକ୍ଷମ ହୋଇପାରିନାହିଁ । ଯାହାପାଇଁ ସ୍କୁଲ କର୍ତ୍ତୃପକ୍ଷ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଣି ଯୋଗାଇବା ଏକ ପ୍ରକାର ସ୍ବପ୍ନ ପାଲଟିଯାଇଛି। ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ଟାଙ୍କି ବିଷୟରେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରୁଥିଲେ ମଧ୍ୟ୍ୟ କେହି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିବାବେଳେ ଟାଙ୍କି ନିର୍ମାଣ କରିଥିବା ଠିକାଦାର ଅଜିତ କୁମାର ସାହୁଙ୍କୁ ପଚାରିବାରୁ ଟାଙ୍କି କାମ ସରିଛି ଏବଂ ପାଇପ ସଂଯୋଗ କାମ ଅନ୍ୟ କେହି କରିବେ ବୋଲି କହିଛନ୍ତି। ଅନ୍ୟପଟେ ଯେତେ ଶୀଘ୍ର ସମ୍ଭବ ପାଣିଟାଙ୍କି କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି ଗୋଛାପଡା ବାସିନ୍ଦା ।

The post ଗୋଛାପଡା ଏମଇ ସ୍କୁଲରେ ପାଣି ସମସ୍ୟା ଦୂର ହେବ କେବେ ? ତୁରନ୍ତ ଦୃଷ୍ଟି ପାଇଁ ଗ୍ରାମବାସୀ ଙ୍କ ଦାବୀ appeared first on Odisha.News.