ଗୋଟିଏ ହସରୁ ଆରମ୍ଭ ସ୍ମାଇଲ୍ ଡେର ଏହି ଧାରା , ଏହି ଦିନର ଇତିହାସ ଓ ମହତ୍ତ୍ୱ ଖାସ୍

ନୂଆଦିଲ୍ଲୀ 04/10 : ହସନ୍ତୁ ଅନ୍ୟକୁ ହସାନ୍ତୁ। କାହିଁକିନା ଗୋଟିଏ ହସ ବଦଳାଇଦିଏ ସବୁ କିଛି। ଇଏ ଆପଣଙ୍କ ସକରାତ୍ମକ ଚିନ୍ତାଧାରାର ପ୍ରମାଣ।  ଟିକିଏ ହସରେ ଗାଏବ ବଡ଼ ବଡ଼ ଦୁଃଖ ଆଉ  ଚିନ୍ତାକୁ ବି ଚୁଟକିରେ କରିଦିଏ ଗାଏବ।  ଡିପ୍ରେସନରେ ରହୁଥିବା ଲୋକଙ୍କ ପାଇଁ  ବି  ଏକ ସୁନ୍ଦର ସ୍ମାଇଲ୍ ଔଷଧ ସଦୃଶ। ହସର ସାହସ ବିଷୟରେ ମଦର ଟେରେସା କହିଛନ୍ତି ଯେ, ଶାନ୍ତିର ଆରମ୍ଭ ଏକ ସୁନ୍ଦର ହସରୁ ହିଁ ହୋଇଥାଏ। ହସ, ଇଶ୍ୱରଙ୍କ ଅବଦାନ ବୋଲି କୁହାଯାଏ। ଛୋଟ ପିଲାଟିର କଅଁଳ ଓଠରେ ହସ ହେଉ କି ବୟସ୍କଙ୍କ, ସମସ୍ତଙ୍କ ହସ ଖାସ୍ ଓ ମୂଲ୍ୟବାନ୍। ହସର ମାଧୁର୍ଯ୍ୟ ଅନେକଙ୍କ ପାଇଁ ଖୁସି ଆଣିଦେଇଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁ ଉପକାରୀ। ତେବେ ହସ ତ ଆମ ଦୈନନ୍ଦିନ ଜୀବନର ଅଂଶ। କିନ୍ତୁ ଏହି ସ୍ମାଇଲେ ଡେ’ ପୁଣି କ’ଣ। କାହିଁକି ଏହି ଦିନର ରହିଛି ଖାସ୍ ମହତ୍ତ୍ୱ। ୧୯୯୯ ମସିହାରୁ ପ୍ରତିବର୍ଷ ଅକ୍ଟୋବର ପ୍ରଥମ ଶୁକ୍ରବାର “ସ୍ମାଇଲ୍‌ ଡ଼େ” ଭାବେ ପାଳନ କରାଯାଉଛି । ଏହି ସ୍ମାଇଲ୍ ଜଣଙ୍କର ହୋଇପାରେ। 2 ଜଣଙ୍କର ହୋଇପାରେ ।  ଦୁଇ ଦେଶର ହୋଇପାରେ। ହସର ଏହି ଦିନକୁ ସେଲିବ୍ରେଟ୍ କରିବାକୁ  ପାଳନ କରାଯାଇଥାଏ ୱାର୍ଲ୍ଡ ସ୍ମାଇଲ୍ ଡେ। ତେବେ ଏହି ସ୍ମାଇଲ ଡେ ପାଳନ ପଛରେ ରହିଛି ଏକ ଚିତାକର୍ଷକ କାହାଣୀ। AlsoRead- ପାଇଲଟ ଆଧାରରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା: ୫ ବର୍ଷରେ ୧ କୋଟି ଇଣ୍ଟର୍ଣ୍ଣସିପ୍ ଯୋଗାଇବ

ଗୋଟିଏ ହସରୁ  ଆରମ୍ଭ ସ୍ମାଇଲ୍ ଡେର ଏହି ଧାରା , ଏହି ଦିନର ଇତିହାସ ଓ ମହତ୍ତ୍ୱ ଖାସ୍

ନୂଆଦିଲ୍ଲୀ 04/10 : ହସନ୍ତୁ ଅନ୍ୟକୁ ହସାନ୍ତୁ। କାହିଁକିନା ଗୋଟିଏ ହସ ବଦଳାଇଦିଏ ସବୁ କିଛି। ଇଏ ଆପଣଙ୍କ ସକରାତ୍ମକ ଚିନ୍ତାଧାରାର ପ୍ରମାଣ।  ଟିକିଏ ହସରେ ଗାଏବ ବଡ଼ ବଡ଼ ଦୁଃଖ ଆଉ  ଚିନ୍ତାକୁ ବି ଚୁଟକିରେ କରିଦିଏ ଗାଏବ।  ଡିପ୍ରେସନରେ ରହୁଥିବା ଲୋକଙ୍କ ପାଇଁ  ବି  ଏକ ସୁନ୍ଦର ସ୍ମାଇଲ୍ ଔଷଧ ସଦୃଶ। ହସର ସାହସ ବିଷୟରେ ମଦର ଟେରେସା କହିଛନ୍ତି ଯେ, ଶାନ୍ତିର ଆରମ୍ଭ ଏକ ସୁନ୍ଦର ହସରୁ ହିଁ ହୋଇଥାଏ। ହସ, ଇଶ୍ୱରଙ୍କ ଅବଦାନ ବୋଲି କୁହାଯାଏ। ଛୋଟ ପିଲାଟିର କଅଁଳ ଓଠରେ ହସ ହେଉ କି ବୟସ୍କଙ୍କ, ସମସ୍ତଙ୍କ ହସ ଖାସ୍ ଓ ମୂଲ୍ୟବାନ୍। ହସର ମାଧୁର୍ଯ୍ୟ ଅନେକଙ୍କ ପାଇଁ ଖୁସି ଆଣିଦେଇଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁ ଉପକାରୀ। ତେବେ ହସ ତ ଆମ ଦୈନନ୍ଦିନ ଜୀବନର ଅଂଶ। କିନ୍ତୁ ଏହି ସ୍ମାଇଲେ ଡେ’ ପୁଣି କ’ଣ। କାହିଁକି ଏହି ଦିନର ରହିଛି ଖାସ୍ ମହତ୍ତ୍ୱ। 

୧୯୯୯ ମସିହାରୁ ପ୍ରତିବର୍ଷ ଅକ୍ଟୋବର ପ୍ରଥମ ଶୁକ୍ରବାର “ସ୍ମାଇଲ୍‌ ଡ଼େ” ଭାବେ ପାଳନ କରାଯାଉଛି । ଏହି ସ୍ମାଇଲ୍ ଜଣଙ୍କର ହୋଇପାରେ। 2 ଜଣଙ୍କର ହୋଇପାରେ ।  ଦୁଇ ଦେଶର ହୋଇପାରେ। ହସର ଏହି ଦିନକୁ ସେଲିବ୍ରେଟ୍ କରିବାକୁ  ପାଳନ କରାଯାଇଥାଏ ୱାର୍ଲ୍ଡ ସ୍ମାଇଲ୍ ଡେ। ତେବେ ଏହି ସ୍ମାଇଲ ଡେ ପାଳନ ପଛରେ ରହିଛି ଏକ ଚିତାକର୍ଷକ କାହାଣୀ। 

AlsoRead- ପାଇଲଟ ଆଧାରରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା: ୫ ବର୍ଷରେ ୧ କୋଟି ଇଣ୍ଟର୍ଣ୍ଣସିପ୍ ଯୋଗାଇବା ଲକ୍ଷ୍ୟ

ଏହି ଦିବସର ଆରମ୍ଭ କରିଥିଲେ ମେସାଚୁସେଟ୍ସ ଜଣେ କମର୍ଶିଆଲ୍ ଆର୍ଟିଷ୍ଟ ହାରୱେ ବଲ । ହାରୱେ ବଲ୍  1963ରେ ଏକ ଆଇକନିକ୍ ସ୍ମାଇଲି ଫେସ୍ ବନେଇଥିଲେ। ଯାହା ଖୁବ୍ ଫେମସ୍ ହୋଇଥିଲା। ଆଉ ସେହି ସ୍ମାଇଲକୁ ଚିତ୍ର ମାଧ୍ୟମରେ ସାଙ୍ଗସାଥିଙ୍କୁ ପଠେଇ ସମସ୍ତେ କରନ୍ତି ଖୁସି ବ୍ୟକ୍ତ । ବର୍ଷରେ ଗୋଟିଏ ଦିନକୁ ସ୍ମାଇଲ ଦିବସ ଭାବେ ସମର୍ପିତ କରିବା ପାଇଁ ଏହାର ପରିକଳ୍ପନା ହୋଇଥିଲା । ଏହାପରେ 1999ରେ ପ୍ରଥମ ୱାର୍ଲ୍ଡ ସ୍ମାଇଲ୍ ଡେ ସେଲିବ୍ରେଟ୍ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ପରସ୍ପର ସହ ଭଲ ବ୍ୟବହାର ଓ ଖୁସି ବାଣ୍ଟିବା। 

ଏମିତିରେ ତ ହସିବାର  କୌଣସି ସମୟ ନାହିଁ। କିନ୍ତୁ ଏହି ଦିନରେ ଖାସ୍ କରି ଅଜଣା ବ୍ୟକ୍ତିଙ୍କ ସହ ଛୋଟିଆ ସ୍ମାଇଲରେ ଖୁସି ବାଣ୍ଟିବାକୁ କୁହାଯାଇଥାଏ। ସମଲସ୍ତଙ୍କ ବିଷୟରେ ଭଲ ଭାବିବାକୁ କୁହାଯାଇଥାଏ। ପ୍ରତ୍ୟେକ ମଣିଷ ଖୁସିରେ ରହିବାକୁ ଚାହାଁନ୍ତି । ମାନସିକ ସ୍ତରରେ ଖୁସି ପାଇଁ କେହିକେହି ପୂଜାପାଠ, ବହି ପଢ଼ିବା, ବୁଲିବାକୁ ଆପଣେଇ ନେଇଥାନ୍ତି। କାରଣ ମାନସିକ ସ୍ତରରେ ଖୁସି ରହିଲେ ହିଁ ଶାରିରୀକ ସ୍ତରରେ ସୁସ୍ଥ ରହି ହେବ।ତେଣୁ  ନିଜେ ଖୁସି ରହିବା ସହ ଅନ୍ୟମାନଙ୍କୁ ଖୁସି ରଖିବା ଦାୟୀତ୍ୱ ମଧ୍ୟ ସମସ୍ତଙ୍କର। ତାହେଲେ କଣ କହୁଛନ୍ତି ହସିବା ତ। ମୁଁ ନୁହେଁ ଆମେ ନୁହେଁ ସମସ୍ତେ।