ଗୋପାଳପୁର ବେଳାଭୂମିରେ “ମକର ମହୋତ୍ସବ”ପାଳନମହୋତ୍ସବ ଆଳରେ ଦମ ଦେଖାଇଲେ ବିକ୍ରମ।
ଗୋପାଳପୁର ୧୫/୧ ମକର ସଂକ୍ରାନ୍ତି ଅବସରରେ ଗୋପାଳପୁର ବେଳାଭୂମିରେ “ମକର ମହୋତ୍ସବ” ପାଳନ ମହା ଆଡମ୍ବରରେ ପାଳନ ହୋଇଛି l ଆଜି ଅପରାହ୍ନରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗ ଦେଇ ଉତ୍ସବର ଉଦଘାଟନ କରିବା ସହ ବୀରପୁତ୍ର ବିଜୁ ବାବୁ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ସହ ତେଲୁଗୁ […] The post ଗୋପାଳପୁର ବେଳାଭୂମିରେ “ମକର ମହୋତ୍ସବ”ପାଳନମହୋତ୍ସବ ଆଳରେ ଦମ ଦେଖାଇଲେ ବିକ୍ରମ। appeared first on Odisha.News.
ଗୋପାଳପୁର ୧୫/୧
ମକର ସଂକ୍ରାନ୍ତି ଅବସରରେ ଗୋପାଳପୁର ବେଳାଭୂମିରେ “ମକର ମହୋତ୍ସବ” ପାଳନ ମହା ଆଡମ୍ବରରେ ପାଳନ ହୋଇଛି l ଆଜି ଅପରାହ୍ନରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ବିକ୍ରମ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗ ଦେଇ ଉତ୍ସବର ଉଦଘାଟନ କରିବା ସହ ବୀରପୁତ୍ର ବିଜୁ ବାବୁ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ସହ ତେଲୁଗୁ ସମ୍ପ୍ରଦାୟକୁ ମଧ୍ୟ ବିଜୁ ବାବୁ ଭଲ ପାଉଥିଲେ ବୋଲି ମତ ରଖିଥିଲେ l ତାହାସହ ବ୍ରହ୍ମପୁର ବିଧାୟକ ଏହି ଭଳି ମକର ମହୋତ୍ସବ ଆୟୋଜନ କରିଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ l ଅନ୍ୟତମ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ଆସିକା ସାଂସଦ ପ୍ରମିଳା ବିଷୋୟୀ, ଛତ୍ରପୁର ବିଧାୟକ ସୁବାଷ ବେହେରା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, କାଜୁ ନିଗମ ଅଧକ୍ଷ ସୁବାଷ ମହାରଣା,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଡେପୁଟି ମେୟର ଇ. ବିବେକ ରେଡି, ଜିଲ୍ଲାପରିଷଦ ଅଧକ୍ଷ ଅଞ୍ଜଳି ସ୍ୱାଇଁ, ଶଶୀ ଭୂଷଣ ମହାନ୍ତି, ତୁମ୍ଭ ନାଥ ପଣ୍ଡା, ନଚିକେତା ସ୍ୱାଇଁ, ଜୋତୀ ରଞ୍ଜନ ସାହୁ, ଅଜିତ ପଣ୍ଡା, ଶୋଭନ ନାୟକ,ଜିଲ୍ଲାପରିଷଦ ଉପାଧକ୍ଷା ରାଜେଶ୍ଵରୀ ଦୋରା,ଗୋପାଳପୁର ଏନ ଏ ସି ଅଧକ୍ଷ ଏ. ଜାନକୀ ରାମ, ସମାଜସେବୀ ଏସ. ଧର୍ମରାଜ ରେଡି,ସମାଜସେବୀ ଏ. ସନ୍ତୋଷ ପାତ୍ର,ଅଜିତ ଦାଶ, ସରପଞ୍ଚ ଅଜିତ ରାଉଳଙ୍କ ସମେତ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସମେତ ଜନପ୍ରତିନିଧି ଓ ବ୍ରହ୍ମପୁର ମହାନଗର ନିଗମର ବହୁ କର୍ପୋରେଟର, ଜିଲ୍ଲା ସ୍ତରୀୟ ଦଳୀୟ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ହାଇଦ୍ରାବାଦର ପ୍ରସିଦ୍ଧ ଜ ଗୃପର ସଦସ୍ୟ ମୁରଲୀ, ମୋହନ ଓ ବାସିର ପ୍ରମୁଖ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଏହାସହ ଓଡ଼ିଆ ଗାୟକ ନାଭିଆ ଯାଇତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଡିପଲ ରେଡି ମଞ୍ଚ ପରିଚାଳନା କରିଥିଲେ l ପ୍ରାୟ ହଜାର ହଜାର ଦର୍ଶନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ l ଶାନ୍ତି ଶୃଙ୍ଖଳା ନିମନ୍ତେ ୩ ପ୍ଲାଟୁନ ପୁଲିସ ମୁତୟନ ହୋଇଥିବା ସୂଚନା ମିଳିଛି lଉତ୍ସବ ଦେଖିବା ପାଇଁ ଗୋପାଳପୁର ରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।ଏହା ସହ ଆଗାମୀ ୨୦୨୪ ନିର୍ବାଚନ ପାଇଁ ବିକ୍ରମ ଗୋପାଳପୁର ରେ ନିଜର ଦମ ଦେଖାଇ ଥିବା ସାଧାରଣରେ ଆଲୋଚନା ହେଉଛି
The post ଗୋପାଳପୁର ବେଳାଭୂମିରେ “ମକର ମହୋତ୍ସବ”ପାଳନମହୋତ୍ସବ ଆଳରେ ଦମ ଦେଖାଇଲେ ବିକ୍ରମ। appeared first on Odisha.News.