ଗୋବରା ୟୁନିଅନ ବ୍ୟାଙ୍କ ତରଫରୁ ବୃକ୍ଷରୋପଣ
ବେଲଗୁଣ୍ଠା,26/07, ଭାରତର କାର୍ଗିଲ୍ ବିଜୟ ଦିବସର ପଚିଶି ବର୍ଷ ପୂର୍ତ୍ତି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ୟୁନିୟନ୍ ବ୍ୟାଙ୍କ୍ ଶାଖା ତରଫରୁ ଡେଙ୍ଗାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ୟୁନିୟନ୍ ବ୍ୟାଙ୍କ୍ ଶାଖା ପରିଚାଳକ ଅନୁପ୍ ସାହିଲ୍ ଯୋଗଦେଇ ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁରେ ସୁଧାର ଆଣିବା ନିମନ୍ତେ ବୃକ୍ଷରୋପଣ ନିତାନ୍ତ ଜରୁରୀ ହୋଇପଡିଥିବା ବେଳେ ଛାତ୍ରଛାତ୍ରୀ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ଚାରା ରୋପଣ କରିବା […] The post ଗୋବରା ୟୁନିଅନ ବ୍ୟାଙ୍କ ତରଫରୁ ବୃକ୍ଷରୋପଣ appeared first on Odisha.News.

ବେଲଗୁଣ୍ଠା,26/07, ଭାରତର କାର୍ଗିଲ୍ ବିଜୟ ଦିବସର ପଚିଶି ବର୍ଷ ପୂର୍ତ୍ତି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ୟୁନିୟନ୍ ବ୍ୟାଙ୍କ୍ ଶାଖା ତରଫରୁ ଡେଙ୍ଗାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ୟୁନିୟନ୍ ବ୍ୟାଙ୍କ୍ ଶାଖା ପରିଚାଳକ ଅନୁପ୍ ସାହିଲ୍ ଯୋଗଦେଇ ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁରେ ସୁଧାର ଆଣିବା ନିମନ୍ତେ ବୃକ୍ଷରୋପଣ ନିତାନ୍ତ ଜରୁରୀ ହୋଇପଡିଥିବା ବେଳେ ଛାତ୍ରଛାତ୍ରୀ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ଚାରା ରୋପଣ କରିବା ସହିତ ତାହାର ଯତ୍ନ ନେବା ଆବଶ୍ଯକ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ବ୍ୟାଙ୍କ୍ କର୍ମଚାରୀ ବିପିନ ପାଳ, ରଞ୍ଜିତ୍ କୁମାର ଦିହୁଡି,ବଳରାମ ଲେଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁ ଧର ସାହୁ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିବା ଚାରା ଗୁଡିକର ଯତ୍ନ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରିଥିଲେ I ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁମିତ୍ରା କୁମାରୀ ରାଉତ,କୁନିଲତା ପ୍ରଧାନ,ରଞ୍ଜିତା ସାହୁ ଏବଂ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି ଅବସରରେ କାର୍ଗିଲ୍ ଯୁଦ୍ଧରେ ଶହୀଦ୍ ହୋଇଥିବା ବୀର ଯବାନ୍ ମାନଙ୍କର ସ୍ମୃତି ଚାରଣ କରାଯାଇଥିଲା I
The post ଗୋବରା ୟୁନିଅନ ବ୍ୟାଙ୍କ ତରଫରୁ ବୃକ୍ଷରୋପଣ appeared first on Odisha.News.