ଗୋରୁ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ୩ ମହିଳା, ପରେ…

କୋଚି ୧ା୧୨: କେରଳର ଏର୍ନାକୁଲମ ଜିଲା କୁଟ୍ଟମପୁଝାର ଜଙ୍ଗଲ ମଧ୍ୟରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ହଜିଯାଇଥିବା ଗୋରୁଗୁଡ଼ିକୁ ଖୋଜୁ ଖୋଜୁ ସ୍ଥାନୀୟ ଆଟ୍ଟିକଲମ ଗ୍ରାମର ମାୟା ଜୟନ(୪୬), ପାରୁକୁଟ୍ଟି(୬୨) ଏବଂ ଡାର୍ଲି ଷ୍ଟିଫନ(୫୫) ଶୁକ୍ରବାର କୁଟ୍ଟମପୁଝା ଜଙ୍ଗଲରେ ଫସିଯାଇଥିଲେ। ୩ ମହିଳା ସେଠାରେ ହାତୀ ପଲ ଗହଣରେ ଆତଙ୍କିତ ଭାବେ ୧୬ ଘଣ୍ଟା ବିତାଇବା ପରେ ଶନିବାର ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଓ ବନ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ଗୁରୁବାର ରାତିରେ ମାୟାଙ୍କ […] The post ଗୋରୁ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ୩ ମହିଳା, ପରେ… appeared first on Dharitri Odia News.

ଗୋରୁ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ୩ ମହିଳା, ପରେ…

କୋଚି ୧ା୧୨: କେରଳର ଏର୍ନାକୁଲମ ଜିଲା କୁଟ୍ଟମପୁଝାର ଜଙ୍ଗଲ ମଧ୍ୟରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ହଜିଯାଇଥିବା ଗୋରୁଗୁଡ଼ିକୁ ଖୋଜୁ ଖୋଜୁ ସ୍ଥାନୀୟ ଆଟ୍ଟିକଲମ ଗ୍ରାମର ମାୟା ଜୟନ(୪୬), ପାରୁକୁଟ୍ଟି(୬୨) ଏବଂ ଡାର୍ଲି ଷ୍ଟିଫନ(୫୫) ଶୁକ୍ରବାର କୁଟ୍ଟମପୁଝା ଜଙ୍ଗଲରେ ଫସିଯାଇଥିଲେ। ୩ ମହିଳା ସେଠାରେ ହାତୀ ପଲ ଗହଣରେ ଆତଙ୍କିତ ଭାବେ ୧୬ ଘଣ୍ଟା ବିତାଇବା ପରେ ଶନିବାର ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଓ ବନ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।
ଗୁରୁବାର ରାତିରେ ମାୟାଙ୍କ କେତୋଟି ଗୋରୁ ହଜିଯାଇଥିଲେ। ମାୟା ଏକାକୀ ଗୋରୁଗୁଡ଼ିକୁ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ମାୟାଙ୍କ ସହ ୨ ପଡ଼ୋଶୀ ପାରୁକୁଟ୍ଟି ଏବଂ ଡାର୍ଲି ଶୁକ୍ରବାର ଅପରାହ୍ନରେ ଗୋରୁଙ୍କୁ ଖୋଜିବାକୁ କୁଟ୍ଟମପୁଝାର ଘନ ଜଙ୍ଗଲ ମଧ୍ୟରେ ପଶିଥିଲେ। ସେମାନେ ଜଙ୍ଗଲରୁ ବାହାରିବା ପାଇଁ ବାଟ ପାଇ ନ ଥିଲେ। ଜଙ୍ଗଲ ମଧ୍ୟରେ ସେମାନଙ୍କର ହାତୀ ପଲ ସହ ସାମ୍ନାସାମ୍ନି ହୋଇଥିଲା। ୩ ମହିଳା ୧୬ ଘଣ୍ଟା ଧରି ବଣୁଆ ହାତୀଙ୍କ ମଧ୍ୟରେ ଫସି ରହିଥିଲେ। ଜଙ୍ଗଲ ଭିତରେ ସେମାନଙ୍କର ଫୋନ୍‌ ମଧ୍ୟ ବନ୍ଦ ହୋଇଯାଇଥିଲା। ରାତି ସୁଦ୍ଧା ଘରକୁ ନ ଫେରିବାରୁ ମାୟାଙ୍କ ସ୍ବାମୀ ଓ ସ୍ଥାନୀୟ ନିବାସୀ ବନ ଅଧିକାରୀଙ୍କୁ ଜଣାଇଥିଲେ। ବନ ବିଭାଗ ଅଧିକାରୀ, ପୋଲିସ, ଅଗ୍ନିଶମ ବାହିନୀ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନର ୬୫ ଜଣିଆ ଦଳ ଶୁକ୍ରବାର ମଧ୍ୟରାତିରୁ ଅଭିଯାନ ଆରମ୍ଭ କରିଥିଲେ। ସେମାନେ ୪ ଭାଗରେ ବିଭକ୍ତ ହୋଇ ଜଙ୍ଗଲ ମଧ୍ୟରେ ବିଭିନ୍ନ ଦିଗକୁ ଯାଇ ଫସି ରହିଥିବା ୩ ମହିଳାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ତେବେ ହାତୀଙ୍କ ଭୟ ଏବଂ ଅତ୍ୟଧିକ ଅନ୍ଧକାର କାରଣରୁ ୨ଟି ଦଳ ଜୀବନ ବିକଳରେ ଫେରି ଆସିଥିଲେ। ମହିଳାମାନଙ୍କୁ ଖୋଜିବା ପାଇଁ ଏକ ଡ୍ରୋନ୍‌ ମଧ୍ୟ ନିୟୋଜିତ କରାଯାଇଥିଲା। ତେବେ ଉଦ୍ଧାରକାରୀ ଦଳଙ୍କ ଗୋଟିଏ ଟିମ୍‌ ଶନିବାର ସକାଳେ କୁଟ୍ଟମପୁଝାର ଜଙ୍ଗଲ ସୀମାଠାରୁ ୬ କିଲୋମିଟର ଦୂରରେ ଫସି ରହିଥିବା ୩ ମହିଳାଙ୍କୁ ଠାବ କରିବାରେ ସଫଳ ହୋଇଥିଲେ। ସେତେବେଳେ ଉକ୍ତ ୩ ମହିଳା ଏକ ପଥର ଉପରେ ବସିଥିବାର ଉଦ୍ଧାରକାରୀ ଦଳ ଦେଖିବାକୁ ପାଇଥିଲେ। ସେମାନେ କୌଣସି ପ୍ରକାରେ ଆହତ ହୋଇ ନ ଥିବା ନେଇ ବନ ଅଧିକୀରୀ କହିଛନ୍ତି। ଖୋଜାଖୋଜି କରିବା ପରେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାତୀ ଭୟରେ ସେମାନେ ବଡ଼ ବଡ଼ ପଥର ପଛ ପଟେ ଲୁଚି ରହୁଥିଲେ ବୋଲି କହିଛନ୍ତି।

The post ଗୋରୁ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ୩ ମହିଳା, ପରେ… appeared first on Dharitri Odia News.