ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି। ସେହିପରି ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ଟିକେଟ୍‌ ମିଳିଥିବାବେଳେ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁଙ୍କୁ ଟିକେଟ୍‌ ମିଳିଛି। କହିରଖୁଛୁ କି, ଦୀର୍ଘଦିନ ଧରି ଭୋଗରାଇ ଆନସରେ ପ୍ରାର୍ଥୀ ଘୋଷଣା କରି ନ ଥିଲା ବିଜେଡି ଓ ଭାରତୀୟ ଜନତା ପାର୍ଟି। କଂଗ୍ରେସ ଏହି ସିଟ୍‌ରେ ସତ୍ୟଶିବ ଦାସଙ୍କୁ ଟିକେଟ୍‌ ଦେଇଥିବାବେଳେ ଭାଜପା-ବିଜେଡି ଏହି […] The post ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ appeared first on Dharitri Odia News.

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି। ସେହିପରି ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ଟିକେଟ୍‌ ମିଳିଥିବାବେଳେ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁଙ୍କୁ ଟିକେଟ୍‌ ମିଳିଛି।

କହିରଖୁଛୁ କି, ଦୀର୍ଘଦିନ ଧରି ଭୋଗରାଇ ଆନସରେ ପ୍ରାର୍ଥୀ ଘୋଷଣା କରି ନ ଥିଲା ବିଜେଡି ଓ ଭାରତୀୟ ଜନତା ପାର୍ଟି। କଂଗ୍ରେସ ଏହି ସିଟ୍‌ରେ ସତ୍ୟଶିବ ଦାସଙ୍କୁ ଟିକେଟ୍‌ ଦେଇଥିବାବେଳେ ଭାଜପା-ବିଜେଡି ଏହି ଆସନରେ କାହାକୁ ପ୍ରାର୍ଥୀ କରିବେ ଏନେଇ ଦ୍ୱନ୍ଦ୍ୱରେ ଥିଲେ। ତେବେ ଶନିବାର ୩ଟି ବିଧାନସଭା ପ୍ରାର୍ଥୀ ଘୋଷଣା ସହ ବିଜେଡି ଗୌତମଙ୍କୁ ଭୋଗରାଇାରୁ ଟିକେଟ୍‌ ଦେଇଛି। କିନ୍ତୁ ଏଥିରେ ନିରାଶ ହୋଇଛନ୍ତି ଭୋଗରାଇ ବିଧାୟକ ଅନନ୍ତ ଦାସ । ଦଳ ସେମାନଙ୍କ ଟିକଟ କାଟିଛି। ଭୋଗରାଇ ବିଧାୟକ ଅନନ୍ତ ଦାସ ନିଜ ପୁଅକୁ ପ୍ରାର୍ଥୀ କରିବା ପାଇଁ ସୁପ୍ରିମଙ୍କ ପାଖରେ ଲବି କରିଥିଲେ। କିନ୍ତୁ ଦଳ ତାଙ୍କୁ ନିରାଶ କରିଛି।

The post ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ appeared first on Dharitri Odia News.