ଜାମଝୋରରେ ଲାଗିଲା ମାଓବାଦୀ ପୋଷ୍ଟର, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା,୧୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତା କଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଜାମଝୋର ଗାଁ ଛକ ରାଜ୍ୟ ରାଜପଥ- ୫ ର ମୁଖ୍ୟ ରାସ୍ତା କଡ଼ରେ ଗାଁ କଲ୍ୟାଣ ସମିତିର ହୋର୍ଡିଂ ଉପରେ ୩ଟି କାଗଜ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଭାଜପା ସରକାର, ସଂଘ ଓ ପୋଲିସର ମିଛ ପ୍ରଚାରରେ ଭ୍ରମିତ ନ ହେବାକୁ ପରାମର୍ଶ ଦେଇ ଜଳ, ଜଙ୍ଗଲ, ଜମି, ଶିକ୍ଷା, ରୋଜଗାର, […] The post ଜାମଝୋରରେ ଲାଗିଲା ମାଓବାଦୀ ପୋଷ୍ଟର, ଅଞ୍ଚଳବାସୀ ଭୟଭୀତ appeared first on Dharitri Odia News.

ଜାମଝୋରରେ ଲାଗିଲା ମାଓବାଦୀ ପୋଷ୍ଟର, ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା,୧୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତା କଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଜାମଝୋର ଗାଁ ଛକ ରାଜ୍ୟ ରାଜପଥ- ୫ ର ମୁଖ୍ୟ ରାସ୍ତା କଡ଼ରେ ଗାଁ କଲ୍ୟାଣ ସମିତିର ହୋର୍ଡିଂ ଉପରେ ୩ଟି କାଗଜ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଭାଜପା ସରକାର, ସଂଘ ଓ ପୋଲିସର ମିଛ ପ୍ରଚାରରେ ଭ୍ରମିତ ନ ହେବାକୁ ପରାମର୍ଶ ଦେଇ ଜଳ, ଜଙ୍ଗଲ, ଜମି, ଶିକ୍ଷା, ରୋଜଗାର, ମୌଳିକ ସୁବିଧା ପାଇଁ ସଂଘର୍ଷର ପଥ ଆପଣେଇବା ପାଇଁ ଉଲ୍ଲେଖ ରହିଛି। ଏଥିସହ କୁଇ ସମାଜ, ପୂର୍ବରୁ କୁଇକୁଳ ସମିତି ନାମରେ ଲାଗିଥିବା ପୋଷ୍ଟରକୁ ବିରୋଧ କରାଯାଇଛି। ମେଟଲାର ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରି ମାଓବାଦୀ ଆଦିବାସୀ ବିରୋଧୀ ନହେଁ ବୋଲି ପୋଷ୍ଟର ଲେଖାଯାଇଛି। ସୋମବାର ବିଳମ୍ବିତ ରାତ୍ରିରୁ ଏହି ମାଓବାଦୀ ପୋଷ୍ଟର ମରାଯାଇଥିଲେ ସୁଦ୍ଧା ପୋଲିସ, ସୁରକ୍ଷାବଳ ପୋଷ୍ଟର ଏଯାଏ କାଢି ନ ଥିବାରୁ ପୋଷ୍ଟରକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।

The post ଜାମଝୋରରେ ଲାଗିଲା ମାଓବାଦୀ ପୋଷ୍ଟର, ଅଞ୍ଚଳବାସୀ ଭୟଭୀତ appeared first on Dharitri Odia News.