ଗ୍ରାମବାସୀଙ୍କ ଅଭିଯୋଗକୁ ବ୍ଲକ ଅଧ୍ୟକ୍ଷାଙ୍କ ଚ୍ୟାଲେଞ୍ଜ, ଖବରଦାତା ସମ୍ମିଳନୀରେ କହିଲେ ରାଜନୈତିକ…
ତିହିଡ଼ି,୭ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧ୍ୟକ୍ଷା ଏବଂ ତାଙ୍କ ସ୍ବାମୀ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ବ୍ଲକର କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମର ଅଧିବାସୀମାନେ ଏକ ଖବରଦାତା ସମ୍ମିଳନୀରେ ଏହି ଅଭିଯୋଗ କରି ତଦନ୍ତ ଦାବି କରିଥିଲେ। ତେବେ ଅଧ୍ୟକ୍ଷା ଅବନ୍ତୀ ଦାସ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ ସରକାରୀ ବାସଭବନରେ ଏହି ଅଭିଯୋଗକୁ ଚ୍ୟାଲେଞ୍ଜ କରିବା ସହ ଗ୍ରାମର କିଛି ଲୋକ ରାଜନୈତିକ ଶତ୍ରୁତାରୁ […] The post ଗ୍ରାମବାସୀଙ୍କ ଅଭିଯୋଗକୁ ବ୍ଲକ ଅଧ୍ୟକ୍ଷାଙ୍କ ଚ୍ୟାଲେଞ୍ଜ, ଖବରଦାତା ସମ୍ମିଳନୀରେ କହିଲେ ରାଜନୈତିକ… appeared first on Dharitri Odia News.
ତିହିଡ଼ି,୭ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧ୍ୟକ୍ଷା ଏବଂ ତାଙ୍କ ସ୍ବାମୀ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ବ୍ଲକର କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମର ଅଧିବାସୀମାନେ ଏକ ଖବରଦାତା ସମ୍ମିଳନୀରେ ଏହି ଅଭିଯୋଗ କରି ତଦନ୍ତ ଦାବି କରିଥିଲେ। ତେବେ ଅଧ୍ୟକ୍ଷା ଅବନ୍ତୀ ଦାସ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ ସରକାରୀ ବାସଭବନରେ ଏହି ଅଭିଯୋଗକୁ ଚ୍ୟାଲେଞ୍ଜ କରିବା ସହ ଗ୍ରାମର କିଛି ଲୋକ ରାଜନୈତିକ ଶତ୍ରୁତାରୁ ମିଥ୍ୟା ଅଭିଯୋଗ କରିଥିବା କହିଛନ୍ତି। ତାଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷା ଦାସ ଦର୍ଶାଇଥିଲେ ଯେ, ଗ୍ରାମରେ ସରକାରୀ ନିୟମାନୁଯାୟୀ ପୋଖରୀ ଖୋଳାଯାଇଛି। ଏହି କାର୍ଯ୍ୟରେ ୩ ଶହ ଶ୍ରମିକ ନିୟୋଜିତ ହୋଇଥିଲେ ଏବଂ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଅଧ୍ୟକ୍ଷା ହେବା ପରେ ସେ ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଆବଶ୍ୟକ ପଡ଼ିଲେ ସେ ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଥିଲେ। ତାଙ୍କ ସ୍ବାମୀ ପ୍ରଫୁଲ୍ଲ ଦାସ ଦର୍ଶାଇଥିଲେ ଯେ, ସେ ଶ୍ରବଣ ବାଧିତ ହୋଇଥିବାରୁ ୨୦୧୨ଠାରୁ ଡାକ୍ତରଙ୍କ ପ୍ରମାଣପତ୍ର ଅନୁଯାୟୀ ଭତ୍ତା ପାଉଛନ୍ତି। ଏଥିରେ କୌଣସି ଜାଲିଆତି ନ ଥିବା ସେ ସୂଚନା ଦେଇଛନ୍ତି।
The post ଗ୍ରାମବାସୀଙ୍କ ଅଭିଯୋଗକୁ ବ୍ଲକ ଅଧ୍ୟକ୍ଷାଙ୍କ ଚ୍ୟାଲେଞ୍ଜ, ଖବରଦାତା ସମ୍ମିଳନୀରେ କହିଲେ ରାଜନୈତିକ… appeared first on Dharitri Odia News.